କନକ ବ୍ୟୁରୋ:  ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ  ହଟ୍ଟଗୋଳ । ଗୃହ ସାଢେ ୧୧ଟା ଯାଏଁ ମୁଲତବି ।  ମାତ୍ର ୫ ମିନିଟ୍‌ ଚାଲିଲା ପ୍ରଶ୍ନକାଳ।  ପ୍ଲାକାର୍ଡ ଧରି ଗୃହ ମଧ୍ୟଭାଗରେ ପ୍ରତିବାଦ କଲେ ବିରୋଧୀ ।   ଆଜି ବିଧାନସଭା ବଜେଟ୍ ଅଧିବେଶନର ତୃତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ଚାଷୀ ପ୍ରସଙ୍ଗକୁ ନେଇ ବିଜେଡ଼ି ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି । ଚାଷୀ ମାରଣନୀତି ଚଳିବ ନାହିଁ ବୋଲି ନାରାବାଜି ଦେଇଛନ୍ତି ବିରୋଧୀ ଦଳର ନେତା ।  ସେପଟେ ହଟ୍ଟଗୋଳ ଭିତରେ ବି ପ୍ରଶ୍ନର ଉତ୍ତର ରଖିଥିଲେ ମନ୍ତ୍ରୀ । ଯାହାଫଳରେ ପୁଣି ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ରଖାଯାଇଛି । ପ୍ଲାକାର୍ଡ୍ ଧରି ବିରୋଧୀ ଦଳର ନେତା ମାନେ ପ୍ରତିବାଦ କରିଛନ୍ତି ।

Advertisment

ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ ସତ୍ତ୍ବେ ବି ବିରୋଧୀ ଦଳର ନେତାମାନେ ନିଜ ଜିଦରେ ଅଟଳ ରହିବା ଫଳରେ ଗୃହକୁ ୧୧ଟା ୩୦ ଯାଏଁ ମୁଲତବି ରଖାଯାଇଛି । ମାତ୍ର ୫ ମିନିଟ୍ ପ୍ରଶ୍ନକାଳ ଚାଲିବା ଭିତରେ ଏପରି ହଟ୍ଟଗୋଳ ହୋଇଛି । ସେପଟେ ବିରୋଧୀ ଦଳର ବିଜେଡ଼ି ନେତା ସରକାରଙ୍କ ଚାଷୀଙ୍କ ପ୍ରତି ବିମୁଖତାକୁ ନେଇ କଡ଼ା ସମାଲୋଚନା କରିବା ସହିତ ଯୋଗାଣ ମନ୍ତ୍ରୀ ଇସ୍ତଫା ଦେବାକୁ ଦାବି କରିଛନ୍ତି । ଏହାସହ ଆହୁରି ମଧ୍ୟ ଦାବି କରିଛନ୍ତି ଯେ  ସରକାର ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଚାଷୀଙ୍କ ଉତ୍ପାଦିତ ସମସ୍ତ ଶସ୍ୟକୁ ସରକାର ଉଚିତ୍ ମାନ ଦିଅନ୍ତୁ । ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ କ୍ଷମା ମାଗିବାକୁ ମଧ୍ୟ ଦାବି କରିଛନ୍ତି ବିରୋଧୀ ଦଳର ନେତା ।

ଅଧିକ ପଢନ୍ତୁ:  ସଡ଼କ ପରେ ବିଧାନସଭାରେ ମଣ୍ଡିକୁ ନେଇ ଝଡ଼; ଧାନ ରଖି ପ୍ରତିବାଦ କଲେ ବିରୋଧୀ

ଗତକାଲି ବିରୋଧୀ ଧାନବସ୍ତା ମୁଣ୍ଡାଇ ଗୃହରେ ପ୍ରତିବାଦ କରିଥିଲେ। ମଧ୍ୟଭାଗରେ ଧାନବସ୍ତା ରଖି ହୋହାଲ୍ଳା କରିବା ସହ ବ୍ୟାନର ଦେଖାଇ ସରକାର ବିରୋଧରେ ନାରାବାଜି କରିଛନ୍ତି। ଗୃହକାର୍ୟ୍ୟ ଆରମ୍ଭ ହେବା କ୍ଷଣି ପ୍ରତିଥର ହୋହଲ୍ଲା କରିଥିଲେ ବିରୋଧୀ। ହଟ୍ଟଗୋଳ ଯୋଗୁଁ ତିନି ଥର ଗୃହ ମୁଲତବୀ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଅଧିବେଶନର ଦ୍ୱିତୀୟ ଦିନରେ ମାତ୍ର ୭ ମିନିଟ୍ ଚାଲିଥିଲା ଗୃହକାର୍ଯ୍ୟ ମଣ୍ଡି ସମସ୍ୟାର ସମାଧାନ ନହେବା ଯାଏଁ ଗୃହକୁ ଚଲାଇ ଦେବେ ନାହିଁ ବୋଲି ଚେତେଇ ଦେଇଛନ୍ତି ବିରୋଧୀ ଦଳର ନେତା ।