liquor Photograph: (kanak news)
କନକ ବ୍ୟୁରୋ: ଯାଜପୁର ଜିଲ୍ଲା ବରୀ ଅଞ୍ଚଳରେ ବଢ଼ୁଛି ଚୋରା ମଦ ବ୍ୟବସାୟ । ରାତି ପାହିଲେ ଇନ୍ଦୁପୁର, ବାଲିଚନ୍ଦ୍ରପୁର ଓ ସୁଜନପୁର ଆଦି ଅଞ୍ଚଳରୁ ବାଇକ୍ ଓ ବୋଲେରୋ ଯୋଗେ ବରୀକୁ ଆସୁଛି ଶହଶହ ପେଟି ମଦ । ବରୀ ଥାନା ଅଧୀନରେ ୨ଟି ଠିପି ବନ୍ଦ ଓ ୨ଟି ଠିପି ଖୋଲା ମଦ ଦୋକାନ ରହିଛି । ହେଲେ ଚୋରା ମଦ ଦୋକାନର ସଂଖ୍ୟା ଶହେରୁ ଅଧିକ । ପ୍ରତି ଗାଁରେ ରହିଛି ଚୋରା ମଦ ଦୋକାନ ।
ଖୁଲମଖୁଲା ମଦ ବିକ୍ରି ହେଉଛି , ଫଳରେ ବରୀ ଅଞ୍ଚଳର ଯୁବ ଗୋଷ୍ଠୀ ପଥଭ୍ରଷ୍ଟ ହେଉଛନ୍ତି । ଅଞ୍ଚଳରେ ଚୋରି, ଛିନତାଇ ଭଳି ଅସାମାଜିକ କାର୍ଯ୍ୟକଳାପ ବଢ଼ୁଛି । ଏନେଇ ଜିଲ୍ଲାପାଳଙ୍କ ନିକଟରେ ବାରମ୍ବାର ଅଭିଯୋଗ ପରେ ବି କିଛି ପ୍ରଭାବ ପଡ଼ୁନି । ଏହି ବ୍ୟବସାୟ କମିବା ବଦଳରେ ଦିନକୁ ଦିନ ବଢ଼ୁଛି । ପୁଲିସ ଓ ଅବକାରୀ ବିଭାଗର ଜାଣତରେ ଚୋରା ମଦ ବ୍ୟବସାୟ ଚାଲୁଥିବା ଅଭିଯୋଗ ଆସିଛି । ତୁରନ୍ତ ବରୀରେ ଚୋରା ମଦ ବେପାର ଉପରେ ରୋକ ଲଗାଇବା ପାଇଁ ପଦକ୍ଷେପ ଗ୍ରହଣ କରିବା ସହ ଏଥିରେ ସମ୍ପୃକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।
ଅଧିକ ପଢ଼ନ୍ତୁ--ବିଚିତ୍ର ଭତ୍ତା ବଣ୍ଟନ ବ୍ୟବସ୍ଥା ; ବଞ୍ଚି ଥାଉ ଥାଉ ବର୍ଦ୍ଧିତ ଭତ୍ତା ପାଇଁ ବୃଦ୍ଧାଙ୍କୁ ମାରିଦେଲେ
Follow Us