କନକ ବ୍ୟୁରୋ : ବେଆଇନ ମଦ ବିକ୍ରି ବନ୍ଦ ନହେଲେ ଗ୍ରାମବାସୀଙ୍କ ଭୋଟ ବର୍ଜନ ଚେତାବନୀ । ଉପନିର୍ବାଚନକୁ ନେଇ ଚର୍ଚ୍ଚାରେ ଥିବା ନୂଆପଡ଼ାରୁ ଆସିଛି ଏହି ରୋଚକ ଖବର । ବେଆଇନ ମଦ ବିକ୍ରି ରୋକିବାକୁ ଏସପି ଅଫିସ ଘେରାଉ କରିଛନ୍ତି ଶତାଧିକ ଗ୍ରାମବାସୀ । ମଦ ବିକ୍ରି ବନ୍ଦ କରାନଗଲେ ଉପନିର୍ବାଚନ ଭୋଟ ବର୍ଜନ କରିବାକୁ ଚେତେଇ ଦେଇଛନ୍ତି ସଦର ବ୍ଲକ ପାୱାରତୋଳା ଗାଁର ଲୋକ । ଗାଁରେ ବେଆଇନ ଭାବେ ମଦ ବିକ୍ରି ଚାଲିଥିବା ବେଳେ କଳି, ଝଗଡ଼ା, ଅପରାଧ ବଢୁଥିବା ଅଭିଯୋଗ ହୋଇଛି । ତୁରନ୍ତ ମଦ ବିକ୍ରିକୁ ବନ୍ଦ କରିବା ଦାବିରେ ଗାଁର ଶତାଧିକ ଲୋକ ଏସପି ଅଫିସ ଘେରାଉ କରିଛନ୍ତି । 

Advertisment