କନକବ୍ୟୁରୋ :  ବଂଚିବା ପାଇଁ ବୃଦ୍ଧାଙ୍କ ସଂଘର୍ଷ । ଭତ୍ତା ଆଣିବା ପାଇଁ ଗୁରୁଣ୍ଡି ଗୁରୁଣ୍ଡି ଯିବାକୁ ପଡୁଛି ଦୀର୍ଘ ବାଟ  ।   ଘରଠାରୁ କିଛି ବାଟ ଏମିତି ଗଲେ, ଅଟୋ କିମ୍ବା କାହାକୁ ବାଟ ଖର୍ଚ୍ଚ ଦେଲେ ୫ କିଲୋମିଟର ଦୂର ବ୍ୟାଙ୍କକୁ ନେଇଯିବ । ପୁଣି ବର୍ଦ୍ଧିତ ନୁହେଁ, ମାତ୍ର ହଜାରେ ଟଙ୍କା ମିଳିବ  ।   ଭତ୍ତା ଟଙ୍କା ଆଣିଲେ, ଦିବ୍ୟାଙ୍ଗ ନାତି ଓ ଜେଜେମାଆ ଚଳିବେ । ବାଲେଶ୍ବରରୁ ଆସିଥିବା ଜୀବନ ଯନ୍ତ୍ରଣାର ଏହି କରୁଣ ଦୃଶ୍ୟ ଆମ ବ୍ୟବସ୍ଥା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।  ଏଠାରେ ପ୍ରଶ୍ନ ଉଠୁଛି, ଅସହାୟଙ୍କୁ ଘରେ ଯାଇ ଭତ୍ତା ଦେବାର ବ୍ୟବସ୍ଥା ଥିଲେ ବି ବୃଦ୍ଧାଙ୍କୁ ଅଣଦେଖା କାହିଁକି? ସରକାରଙ୍କ ଏତେ ସବୁ ଯୋଜନା କାହା ପାଇଁ ? 

Advertisment

ନିଲାମ ହେବ ପୂର୍ବ ସରକାରଙ୍କ ଅମଳର ପ୍ରକଳ୍ପ ; ପ୍ରଶାସନ ଡାକିଲା ଟେଣ୍ଡର

ଅନ୍ୟଜଣେ ହିତାଧିକାରୀ ହେଉଛନ୍ତି ଅନୁଗୁଳ ସଦର ମହକୁମା ମୂଷାପାପୁଲି ଗାଁର ସଞ୍ଜୁ ସାହୁ। ଜନ୍ମରୁ ଦୃଷ୍ଟି ବାଧିତ, ହେଲେ ନା ମିଳୁଛି ଭତ୍ତା ନା ମିଳୁଛି ସରକାରୀ ଚାଉଳ ।  କାରଣ ସରକାରୀ ଯୋଜନାରେ ସାମିଲ ହେବାକୁ ହେଲେ ଦରକାର ଆଧାର କାର୍ଡ। ଯାହା ସଞ୍ଜୁଙ୍କର ନାହିଁ ।  ସରକାରୀ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ନିରାଶ ଅସହାୟ ମହିଳା । 
ଭତ୍ତା ଯୋଜନାରୁ କେହି ବି ବଞ୍ଚିତ ନହୁଅନ୍ତୁ ,  ସେଥିପ୍ରତି ଜୋର୍ ଦେଉଛି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ।  ଏତେ ସବୁ ପରେ ପାତି ସିଂ ଓ ସଞ୍ଜୁ ସାହୁଙ୍କ ଭଳି ହିତାଧିକାରୀ କାହିଁକି ଭତ୍ତା ଯୋଜନାକୁ ନେଇ ଏତେ ସମସ୍ୟାର ସମ୍ମୁଖୀନ କାହିଁକି ହେଉଛନ୍ତି, ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। 

ପାହାଡ଼ ଉପରେ ବେଆଇନ ବନ୍ଧୁକ କାରଖାନା ; ଖବର ପାଇ ଚଢ଼ାଉ କଲା ପୁଲିସ