କନକ ବ୍ୟୁରୋ : ଚାଲିଥିଲା ବେଧଡ଼କ ବନ୍ଧୁକ ତିଆରି , ଖବର ପାଇ ଚଢ଼ାଉ କଲା ପୁଲିସ । ଏହି ଖବର ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ଡମ୍ବଗୁଡା ଗ୍ରାମ ପଞ୍ଚାୟତର ଗୋଲାପାଜୁର । ଏହି ଗାଁର ଘନଶ୍ୟାମ ପ୍ରଧାନ ଦୀର୍ଘ ବର୍ଷ ଧରି ପାହାଡ଼ ଉପରେ ଚଳାଇଥିଲେ ବନ୍ଧୁକ ତିଆରି କାରଖାନା । ମୋହନା ଓ ଅଡ଼ବା ପୁଲିସ ମିଳିତ ଚଢ଼ାଉ କରି ଘନଶ୍ୟାମ ପ୍ରଧାନ ଓ କ୍ରେତା ହରିଶ୍ଚନ୍ଦ୍ର ମଲ୍ଲିକଙ୍କୁ ଗିରଫ କରିଛି । ବନ୍ଧୁକ ତିଆରିରେ ବ୍ୟବହୃତ ସରଞ୍ଜାମ ସହ ୧୨ଟି ବନ୍ଧୁକ ମଧ୍ୟ ଜବତ କରିଛି ପୁଲିସ।

Advertisment

୫ ହଜାର ଟଙ୍କାରେ ଜିଲ୍ଲାକୁ ଜିଲ୍ଲା ବନ୍ଧୁକ ବିକୁଥିଲେ ଘନଶ୍ୟାମ । ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାକୁ ବନ୍ଧୁକ ଯୋଗାଉଥିଲା ଅଭିଯୁକ୍ତ । ଏହି ୩ ଜିଲ୍ଲାରେ କେଉଁମାନେ ବେନାମୀ ଦେଶୀ ବନ୍ଧୁକ କ୍ରୟ କରିଛନ୍ତି, ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରିଯିବ । ଆବଶ୍ୟକ ଅନୁସାରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଗଜପତି ଏସ୍‌ପି ।

ଏଥର ଦୀପାବଳି ଥିଲା ରଣବୀର,ଦୀପିକାଙ୍କ ପାଇଁ ଖାସ୍ ; ଝିଅ ଦୁଆ ସହ ନଜର ଆସିଲେ ବଲିଉଡ୍ କପଲ୍

କିଛି ଦିନ ତଳେ କର୍ଚବାଡ଼ି ପଞ୍ଚାୟତର ହରିଶ୍ଚନ୍ଦ୍ର ମଳିକଙ୍କ ଠାରୁ ୨ଟି ଦେଶୀ ବନ୍ଧୁକ ପାଇଥିଲା ପୁଲିସ । ସେହି ଘଟଣାର ଖୋଳତାଡ଼ କରୁକରୁ ବନ୍ଧୁକ କାରଖାନା ପାଖରେ ପହଞ୍ଚିଛନ୍ତି ତଦନ୍ତକାରୀ ଟିମ୍‌ । ହେଲେ ଏହି କାରଖାନାରୁ କେତେ ଦେଶୀ ବନ୍ଧୁକ ବିକ୍ରି ହୋଇଛି ? ତା’ର ସଠିକ ତଥ୍ୟ ପୁଲିସ ପାଖରେ ନାହିଁ । ତେବେ ଏନେଇ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି ।