ଖାଲି ଆଖିରେ ଛତୁଆର ମାନ ଯାଞ୍ଚ କରି ବଣ୍ଟନ,   ଛତୁଆ ଖାଇବାର ମାସେ ପରେ ଆସୁଛି ରିପୋର୍ଟ

Advertisment

ବଣ୍ଟନ କରାଯିବାର ୨ମାସ ପରେ ରିପୋର୍ଟ ଆସିବାକୁ ନେଇ ଅସନ୍ତୋଷ । ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ କହିଲେ, ନିମ୍ନମାନର ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ବଣ୍ଟନ କରାଯିବାର ୨ମାସ ପରେ ରିପୋର୍ଟ ଆସିବାକୁ ନେଇ ଅସନ୍ତୋଷ । ଜିଲ୍ଳା ସମାଜ କଲ୍ୟାଣ ଅଧିକାରୀ କହିଲେ, ନିମ୍ନମାନର ହୋଇଥିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

Chhatua

Chhatua Photograph: (Kanaknews)

କନକ ବ୍ୟୁରୋ: କୁନି କୁନି ଶିଶୁ ସହ ଗର୍ଭବତୀ ଓ ପ୍ରସୂତିଙ୍କୁ ପୃଷ୍ଟିକର ଖାଦ୍ୟର ମାନ ଯାଞ୍ଚ ନକରି ଅଙ୍ଗନବାଡି କେନ୍ଦ୍ର ଜରିଆରେ ବଣ୍ଟନ କରାଯାଉଛି । ପୁଷ୍ଟିକର ଖାଦ୍ୟ ନାଁରେ ଶିଶୁ ଓ ଗର୍ଭବତୀଙ୍କ ସହ ସାଂଘାତିକ ଖେଳ ଖେଳାଯାଉଛି । ଛତୁଆ, ବାଦାମ ଲଡୁ, ମକା ବେଶନ, ମୁଢି ଚଣା, ରାଶି ବାଦାମ ଲଡୁ, ଆଦି ପ୍ରସ୍ତୁତ କରି ଯୋଗାଇ ଦେଉଛନ୍ତି ଏସଏଚଜି । ଏହାପରେ ଖାଦ୍ୟ ମାନ ଯାଞ୍ଚ୍ ପାଇଁ ନମୁନା ସଂଗ୍ରହ କରି ଭୁବନେଶ୍ବର ସ୍ଥିତ ଓଡ଼ିଶା ଫୁଡ୍ ଆନାଲିସିସି କେନ୍ଦ୍ରକୁ ପଠାଯାଉଛି । ହେଲେ ରିପୋର୍ଟ ଆସିବାକୁ ମାସେରୁ ଅଧିକ ଦିନ ଲାଗୁଛି । ଏଣେ ଛତୁଆ ପ୍ରସ୍ତୁତି ପରେ ୨୫ ଦିନ ମଧ୍ୟରେ ବ୍ୟବହାର ଯୋଗ୍ୟ ବୋଲି ପ୍ୟାକେଟରେ ଉଲ୍ଲେଖ ଅଛି। ତେଣୁ ରିପୋର୍ଟକୁ ଅପେକ୍ଷା ନ କରି ଖାଲି ଆଖିରେ ମାନ ଯାଞ୍ଚ କରି ବଣ୍ଟନ କରାଯାଉଛି । 

ଅଧିକ ପଢନ୍ତୁ: ପୁଷ୍ଟିକର ଖାଦ୍ୟରୁ ବଞ୍ଚିତ କିଶୋରୀ ବାଳିକା ; ସମସ୍ୟା ଭୋଗୁଛନ୍ତି ଉପଭୋକ୍ତା

ଛତୁଆର ରିପୋର୍ଟ ଆସିବା ପରେ ନିମ୍ନମାନର ହୋଇଥିଲେ କାର୍ଯ୍ୟାନୁଷ୍ଠାନ ନିଆଯାଉଥିବା କହିଛନ୍ତି ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ । ଅନ୍ୟପଟେ ପୁଷ୍ଟିକର ଛତୁଆ ପ୍ରସ୍ତୁତିକୁ କେବଳ ବାବୁମାନେ ଖାଲି ଆଖିରେ ଦେଖି କେମିତି ସନ୍ତୁଷ୍ଟ ହେଉଛନ୍ତି, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ହଜାର ହଜାର ହିତାଧିକାରୀଙ୍କ ଉତ୍ତମ ସ୍ଵାସ୍ଥ୍ୟ ପାଇଁ ଛତୁଆର ଗୁଣବତ୍ତା ଯାଞ୍ଚ୍ ଲାଗି ଜିଲ୍ଲାସ୍ତରରେ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି ବୁଦ୍ଧିଜୀବୀ । ନବରଙ୍ଗପୁର ଜିଲ୍ଲାରେ ଏକ ଟେଷ୍ଟି ଲ୍ୟାବ ନଥିବାରୁ ବିନା ଯାଞ୍ଚରେ ପୁଷ୍ଟିକର ଖାଦ୍ୟ ଶିଶୁ, ଗର୍ଭବତୀ ଓ ପ୍ରସୂତୀଙ୍କ ବଣ୍ଟନ କରାଯାଉଛି । ସରକାର ଗୁରୁତ୍ୱ ଦେଇ ଜିଲ୍ଲାରେ ଏକ ଟେଷ୍ଟିଂ ଲ୍ୟାବ ପ୍ରତିଷ୍ଠା କରିବାକୁ ଦାବି ହୋଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe