କନକ ବ୍ୟୁରୋ: ଚଳିତ ବର୍ଷ ରାଜ୍ୟରେ ମୋଟ ୪ଲକ୍ଷ ୧ହଜାର ୬୨୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ । ଏଥିରେ ରେଗୁଲାରରେ ୩ ଲକ୍ଷ ୭୬ ହଜାର ୫୩୫ ଓ ଏକ୍ସ-ରେଗୁଲାରରେ ୨୫ ହଜାର ୮୮ ଜଣ ଛାତ୍ରଛାତ୍ରୀ ଅଛନ୍ତି । ରାଜ୍ୟର ୨୧୧ଟି ପରୀକ୍ଷା ହବ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ପ୍ରଶ୍ନପତ୍ର ପହଞ୍ଚାଇ ଦିଆଯାଇଛି । ଆସନ୍ତାକାଲି ମୋଟ ୧୩୬୪ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ହେବ ।
ଅଧିକ ପଢନ୍ତୁ: ଫେବ୍ରୁଆରି ୧୮ ତାରିଖରୁ +୨ ପରୀକ୍ଷା; ପ୍ରଥମ ଥର ପାଇଁ ହେବ ୱେବ୍ କାଷ୍ଟିଂ
କପି ରୋକିବା ସହ ନକଲମୁକ୍ତ ପରୀକ୍ଷା ପାଇଁ ୫ଟି ସ୍ତରରେ ୧୦୨ଟି ସ୍କ୍ୱାର୍ଡ ଟିମ୍ ଗଠନ କରାଯାଇଛି, ଯେଉଁମାନେ ହଠାତ୍ ପରୀକ୍ଷା କେନ୍ଦ୍ର ପହଞ୍ଚି ଯାଞ୍ଚ କରିବେ । ଏଥର ପ୍ରଥମ ଥର ପାଇଁ GPS ବ୍ୟବସ୍ଥାରେ ପ୍ରଶ୍ନପତ୍ର ଓ ଉତ୍ତରଖାତା ପଠାଯାଇଛି । ସମସ୍ତ ହବ୍ରେ 24x7 ଲାଇଭ୍ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା କରାଯାଇଛି। ଏହାର ସିଧାସଳଖ ନିୟନ୍ତ୍ରଣ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦରେ ରହିଛି, ଯାହା ମାଧ୍ୟମରେ ପରୀକ୍ଷା ପ୍ରକ୍ରିୟାକୁ ତଦାରଖ କରିହେବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/02/17/exam-odisha-2026-02-17-13-55-13.jpg)