କନକ ବ୍ୟୁରୋ: +୨ ପଢୁଥିବା ପିଲାଙ୍କ ପାଇଁ ଆସିଲା ବଡ଼ ଖବର । ଆସନ୍ତା ଫେବ୍ରୁଆରି ମାସରେ ହେବ ଯୁକ୍ତ ଦୁଇ ପରୀକ୍ଷା । ଫେବ୍ରୁଆରି ମାସ ୧୫ ତାରିଖରୁ ୨୫ ତାରିଖ ଭିତରେ ଯୁକ୍ତ ଦୁଇ ପରୀକ୍ଷା ହେବ । ଏଥିପାଇଁ ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ୍ କାର୍ଡ । ତେବେ ମିଳିଥିବା ସୂଚନା ମୁତାବକ, ଇଣ୍ଟରନାଲ ପରୀକ୍ଷା ଡ଼ିସେମ୍ବର ୨୨ରୁ ୩୧ ଭିତରେ ହେବ । ଯେଉଁମାନେ ଏହି ସମୟରେ ଇଣ୍ଟରନାଲ ଦେଇପାରିବେ ନାହିଁ, ସେମାନେ ଜାନୁଆରୀ ୧୦ରୁ ୧୫ ଭିତରେ ଇଣ୍ଟରନାଲ ପରୀକ୍ଷା ଦେବା ପାଇଁ ଆଉ ଏକ ସୁଯୋଗ ପାଇବେ ।
ବିରାଟଙ୍କ ପୋଷ୍ଟରେ କଣ ରହିଛି ରାଜ୍? ଅବସର ନା ବିଶ୍ୱକପ ପାଇଁ ପ୍ରସ୍ତୁତି?
ଆସନ୍ତାବର୍ଷ ଫେବୃଆରୀ ୧୫ରୁ ୨୫ ଭିତରେ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା
— Kanak News (@kanak_news) October 17, 2025
ଡିସେମ୍ବର ୧୫ ସୁଦ୍ଧା ମିଳିବ ଆଡମିଟ କାର୍ଡ
ଇଣ୍ଟରନାଲ ପରୀକ୍ଷା ଡିସେମ୍ବର ୨୨ ରୁ ୩୧ ଯାଏ ହେବ
ଜାନୁଆରୀ ୨ ରୁ ୧୫ ଯାଏ ହେବ ପ୍ରାକ୍ଟିକାଲ୍ ପରୀକ୍ଷା
ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏ ରେଗୁଲାର ପିଲାଙ୍କ ଫର୍ମ ଫିଲ୍ଅପ ଚାଲିବ
ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା… pic.twitter.com/RBC1Jjinhg
ଏହାସହିତ ଜାନୁଆରି ୨ ତାରିଖରୁ ୧୫ ତାରିଖ ଭିତରେ ହେବ ପ୍ରାକ୍ଟିକାଲ୍ ପରୀକ୍ଷା । ଏକ୍ସ- ରେଗୁଲାର ଫର୍ମ ଫିଲ୍ଅପ ଅକ୍ଟୋବର ୧୩ରୁ ନଭେମ୍ବର ୨୨ ତାରିଖ ଯାଏ ଚାଲିବ । ସେହିପରି ଆସନ୍ତା ଅକ୍ଟୋବର ୨୦ରୁ ନଭେମ୍ବର ୨୨ ଯାଏଁରେଗୁଲାର ପିଲାଙ୍କ ଫର୍ମ ଫିଲ୍ଅପ ଚାଲିବ । ଏହାବାଦ୍ ନଭେମ୍ବର ୨୯ ସୁଦ୍ଧା ପରୀକ୍ଷା ସେଣ୍ଟରରେ ଲାଗିବ ସିସିଟିଭି କ୍ୟାମେରା । ତେବେ ଏଥର ସମୁଦାୟ ୧୩୪୯ ସେଣ୍ଟରରେ ହେବ ଯୁକ୍ତ ଦୁଇ ପରୀକ୍ଷା । ରେଜଲ୍ଟ ବାହାରିବା ପରେ ଏଥର ନୂଆକରି ପ୍ରୋଭିଜନାଲ୍ ସାର୍ଟିଫିକେଟକୁ ଡିଜିଟାଲ କରାଯିବ ବୋଲି ସୂଚନା ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/media_files/2025/10/17/plus-two-exam-date-announced-2025-10-17-12-57-09.jpg)