କନକ ବ୍ୟୁରୋ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ୨ ବାର୍ଷିକ ପରୀକ୍ଷା ୨୦୨୬ ଫେବ୍ରୁଆରି ୧୮ ତାରିଖ ଠାରୁ ଆରମ୍ଭ ହେବ । ଏହି ପରୀକ୍ଷା ମାର୍ଚ୍ଚ ୨୧ ତାରିଖରେ ଶେଷ ହେବ । ପରୀକ୍ଷା ଆରମ୍ଭ ହେବା ଠାରୁ ଶେଷ ହେବା ପାଇଁ ୨୨ ଦିନ ଲାଗିବ । ସୂଚୀ ଅନୁସାରେ ବାର୍ଷିକ ପରୀକ୍ଷା ସକାଳ ୧୦ଟାରୁ ଦିନ ୨ଟା ପର୍ଯ୍ୟନ୍ତ ଜାରି ରହିବ । ପିଲାମାନେ ପରୀକ୍ଷା ହଲ୍ ଭିତରକୁ ପରୀକ୍ଷା ଆରମ୍ଭ ହେବାର ଅଧ ଘଣ୍ଟା ଭିତରେ ପ୍ରବେଶ କରିବେ । ପରୀକ୍ଷା ପାଇଁ ମୋଟ ୪,୦୦,୭୩୭ ଛାତ୍ରଛାତ୍ରୀ ଫର୍ମ ଫିଲଅପ୍ କରିଛନ୍ତି । ବୋର୍ଡ ପରୀକ୍ଷାରେ ପ୍ରଥମ ଥର ପାଇଁ ୱେବ୍ କାଷ୍ଟିଂ, ସିସିଟିଭି ଓ ଲାଇଭ ଷ୍ଟ୍ରିମିଂ ହେବ ।
୩ଟି ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଡିସେମ୍ୱର ୨୨ରୁ ୩୧ ଇଣ୍ଟରନାଲ ପରୀକ୍ଷା ହେବ । ଏହାପରେ ୧୪ଦିନ ପ୍ରାକ୍ଟିକାଲ ପରୀକ୍ଷା ହେବ । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରି ୨ ତାରିଖ ଠାରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ଚାଲିବ । ଯେଉଁମାନେ ପ୍ରଥମ ଇଣ୍ଟରନାଲ ପରୀକ୍ଷା ଦେଇନଥିବେ ସେମାନେ ଜାନୁଆରି ୧୦ରୁ ୧୫ ଭିତରେ ପରୀକ୍ଷା ଦେଇପାରିବେ ।
ଅଧିକ ପଢ଼ନ୍ତୁ : ଆସିଲା +୨ ପରୀକ୍ଷା ତାରିଖ; ଜାନୁଆରି ୨ରୁ ପ୍ରାକ୍ଟିକାଲ, ଫେବ୍ରୁଆରି ୧୮ରୁ ଥିଓରି ପରୀକ୍ଷା
ପ୍ରଥମ ଥର ଲାଗି AI ସର୍ଭେଲିଆନ୍ସରେ ରହିବ ୨୧୦ ପରୀକ୍ଷା ହେବ । ପ୍ରଥମ ଥର ପାଇଁ ପ୍ରାକ୍ଟିକାଲ ପରୀକ୍ଷାର ହେବ ଲାଇଭ ଷ୍ଟ୍ରିମିଂ । ଚଳିତବର୍ଷ ୧୩୫୦ଟି ପରୀକ୍ଷା କେନ୍ଦ୍ର ଅଛି । ଆବଶ୍ୟକତା ଅନୁସାରେ ବଢିପାରେ ପରୀକ୍ଷା କେନ୍ଦ୍ର । ପରୀକ୍ଷା ସରିବାର ୪୦ଦିନ ଭିତରେ ପ୍ରକାଶ ପାଇବ ରେଜଲ୍ଟ । ଫେବ୍ରୁଆରି ୧୫ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବ ପ୍ରଶ୍ନପତ୍ର । ଚଳିତବର୍ଷ ଜିଲ୍ଲାସ୍ତରରେ ପରୀକ୍ଷା ପରିଚାଳନା ପାଇଁ ଅଧିକ ସ୍କ୍ୱାଡ ବ୍ୟବସ୍ଥା ହେବ । ଯୁକ୍ତ ଦୁଇ ପରୀକ୍ଷା ପାଇଁ ତାରିଖ ଘୋଷଣା ସହ ପ୍ରସ୍ତୁତିକୁ ଜୋରଦାର କରିଛନ୍ତି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କର୍ତ୍ତୃପକ୍ଷ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/03/plus-2-exams-2025-12-03-19-44-54.jpg)