କନକ ବ୍ୟୁରୋ : ଭଙ୍ଗା ଚାଳଛପର ଘର ପିଣ୍ଡାରେ ଅସହାୟ ଅବସ୍ଥାରେ ଜିବନ ବିତାଉଥିବା । କନକ ନ୍ୟୁଜ୍ରେ ଖବର ପ୍ରସାରଣ ପରେ ଅନ୍ତୋଦୟ ଯୋଜନାରେ ପକ୍କା ଘର ପ୍ରଦାନ କଲା ଜିଲ୍ଲା ପ୍ରଶାସନ । ଖାଲି ସେତିକି ନୁହଁ ଘର ନିର୍ମାଣ ସମ୍ପୂର୍ଣ୍ଣ ହେବା ପରେ ପ୍ରାଶାନିକ ବାବୁ ଫିତାକାଟି ବୃଦ୍ଧାଙ୍କୁ ଗୃହ ପ୍ରବେଶ କରାଯାଇଛି । କେନ୍ଦ୍ରାପଡ଼ା ଗରଦପୁର ବ୍ଲକ କୋରୁଆ ଗାଁର ୮୦ ବର୍ଷିୟ ବୃଦ୍ଧା ସୁଭଦ୍ରା ଦାସ କେମିତି ଅସହାୟ ଅବସ୍ଥାରେ ବଞ୍ଚୁଥିଲେ ସେ ନେଇ କନକ ନ୍ୟୁଜ୍ରେ ଖବର ପ୍ରସାରଣ କରାଯାଇଥିଲା ।
ଏହା ପରେ ଜିଲ୍ଲା ପ୍ରଶାସନ ତୁରନ୍ତ ଅନ୍ତୋଦୟ ଯୋଜନାରେ ଖଣ୍ଡିଏ ପକ୍କା ଘର ନିର୍ମାଣ ନେଇ କାର୍ଯ୍ୟାଦେଶ ପ୍ରଦାନ କରିଥିଲେ । ବିଡିଓ ନିଜ ତତ୍ତ୍ବାବଧାନାରେ ଘର ନିର୍ମାଣ କଲେ । ଆଉ ନିର୍ମାଣ ଶେଷ ହେବା ପରେ ଜିଲ୍ଲାପାଳ, ପିଡି, ବିଡିଓ ଫିତାକାଟି ବୃଦ୍ଧାଙ୍କୁ ଗୃହ ପ୍ରବେଶ କରାଇଛନ୍ତି । ଖାଲି ସେତିକି ନୁହେଁ, ନବ ନିର୍ମିତ ଘରର ପିଣ୍ଢାରେ ବସି ବୃଦ୍ଧାଙ୍କ ସହ କଥା ହୋଇ ବୃଦ୍ଧାଙ୍କ ଆର୍ଶିବାଦ ନେଇଛନ୍ତି ସରକାରୀ ବାବୁ ।
ଅଧିକ ପଢ଼ନ୍ତୁ---ସୁନ୍ଦରଗଡ଼ରେ ଏମସିଏଲର ମନମାନି, ପ୍ରତିବାଦରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ହଜାର ହଜାର ବିସ୍ଥାପିତ
୮୦ ବର୍ଷୀୟ ସୁଭଦ୍ରା ସ୍ବାମୀଙ୍କ ମୃତ୍ୟୁ ପରେ ଦୀର୍ଘ ୨୦ ବର୍ଷ ଧରି ଏକାକୀ ଦିନ କାଟୁଥିଲେ । ଭଙ୍ଗା ଚାଳ ଛପର ଘର ପିଣ୍ଢାରେ ପଡ଼ି ରହିଥିଲେ। ପର ହାତଟେକାରେ ବଞ୍ଚୁଥିଲେ । ଏବେ ପକ୍କା ଘର ଖଣ୍ଡିଏ ମିଳିବା ପରେ ବୃଦ୍ଧଙ୍କ ମୁହଁରେ ହସ ଫୁଟିଛି । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଥିପାଇଁ କନକ ନ୍ୟୁଜ୍ ଓ ଜିଲ୍ଲା ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି ବୃଦ୍ଧା ଓ ଗ୍ରାମବାସୀ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/23/news-impact-2025-12-23-18-09-42.jpg)