କନକ ବ୍ୟୁରୋ : ଗାଁର ବିକାଶ ପାଇଁ ରାଜ୍ୟସରକାର ଆରମ୍ଭ କରିବାକୁ ଯାଉଛନ୍ତି “ମିସନ ପାୱାର’’ ଯୋଜନା । ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଗାଁ ଗୁଡ଼ିକର ରୂପରେଖ ବଦଳାଇବା ପାଇଁ ଏହି ଯୋଜନା ଉପରେ ରାଜ୍ୟସରକାର ଜୋର ଦେଉଛନ୍ତି । ଏଥି ସହିତ ଗାଁରେ ବାସ କରୁଥିବା ଗରିବ ପରିବାରର ମୁଣ୍ଡ ଉପରେ ପକା ଛାତ ଘରଟିଏ ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ବି କାର୍ଯ୍ୟକାରୀ ହେଉଛି । ହେଲେ ବାସ୍ତବରେ ସାମାନ୍ୟ ତୃଟି ପାଇଁ ଏହି ଯୋଜନାରୁ ବଂଚିତ ରହିଛନ୍ତି କାଲିମେଳା ବ୍ଲକ ଅନ୍ତର୍ଗତ ମାନ୍ୟମକୋଣ୍ଡା ପଂଚାୟତର ଦୁର୍ଗମ କୋୟାଗୁଡ଼ା ଗ୍ରାମର ଲାଛି ମାଡ଼କାମୀ ନାମକ ଜଣେ ୭୫ବର୍ଷିଆ ବିଧବା ଆଦିବାସୀ ମହିଳାଙ୍କ ପରିବାର ।
କାହା ପାଇଁ ଆବାସ ଯୋଜନା, ଦଦରା ଘରେ ବିତିଲାଣି ୧୦ ବର୍ଷ
ଲାଛି ମାଡ଼କାମୀ, ବୟସ ୭୫ ଉପରେ। ସ୍ୱାମୀଙ୍କ ମୃତ୍ୟୁ ପରେ ୧୫ବର୍ଷ ହେଲା ପୁଅ ପାଖରେ ରହିଆସୁଛନ୍ତି । ଆଖିକୁ ଭଲରେ ଦେଖାଯାଉନି। ବାଡ଼ି ଧରି ଚାଲୁଛନ୍ତି । ଆଧାରକାର୍ଡ ନଥିବାରୁ ସୃଷ୍ଟି ହେଉଛି ସମସ୍ୟା। ଲାଛିଙ୍କ ଫିଙ୍ଗର ମ୍ୟାଚ କରୁନଥିବାରୁ ହୋଇପାରୁନି ଆଧାର କାର୍ଡ, ମିଳିପାରୁନାହିଁ ପିଏମ ଆବାସ ଘର । ବିଧବା ଭତା ଓ ଚାଉଳ ଗଣ୍ଡେ ମିଳୁଥିବାବେଳେ ପକା ଘର ଖଣ୍ଡେ ଲାଛିଙ୍କ ଭାଗ୍ୟରେ ନାହିଁ । ଘର ଉପରେ ଜରିପାଲ ଟାଣି ରହିବାକୁ ପଡ଼ୁଛି । ଘରର କାନ୍ଥ ସବୁ ଫାଟି ଆଁ କଲାଣି । ଲାଛିଙ୍କ ବୋହୁ ଇନ୍ଦିରାଙ୍କ ଘର ଆନ୍ଧ୍ରରେ ହୋଇଥିବା ବେଳେ ତାଙ୍କ ଆଧାର କାର୍ଡ଼ର ଠିକଣା ମଧ୍ୟ ପରିବର୍ତନ ହୋଇପାରୁନାହିଁ ।
ନିୟମଗିରି ଡଙ୍ଗରିଆଙ୍କ ପାଖରେ ପହଂଚୁନାହିଁ ସରକାରୀ ଯୋଜନା, ଅଣ୍ଟୁନି ଆବାସ ଅର୍ଥ, ଅନୁଦାନ ୩ ଲକ୍ଷକୁ ବୃଦ୍ଧି ଦାବି
୨୦୨୧/୨୨ ଆର୍ଥିକ ବର୍ଷରେ ମାନ୍ୟମକୋଣ୍ଡା ପଂଚାୟତ ପାଇଁ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନାରେ ମୋଟ ୩୫୭ଟି ଘର ମଞ୍ଜୁର ହୋଇଥିଲା । ସେଥିରୁ ଅକ୍ଟୋବର ସୁଦ୍ଧା ୨୫୮ଟି ଘର ସଂପୂର୍ଣ୍ଣ ହୋଇଥିବା ବେଳେ ୯୯ଟି ଅସଂପୂର୍ଣ୍ଣ ରହିଛି । ଅବଧି ଭିତରେ ଘର ସଂପୂର୍ଣ୍ଣ ହୋଇପାରିନଥିବାରୁ ବୋନସ ଟଙ୍କା ବି ମିଳିପାରୁନି । ଫଳରେ ଅଧାର କାର୍ଡ଼ ସମସ୍ୟା ଯୋଗୁଁ କେବଳ ଲାଛି ମାଡ଼କାମୀଙ୍କ ପରିବାର ନୁହେଁ, ଅନେକ ଗରିବ ପରିବାର ବି ସୁବିଧାରୁ ବଞ୍ଚିତ ହେଉଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/12/malkangiri-2025-11-12-21-03-09.jpg)