କନକ ବ୍ୟୁରୋ : ସୁପ୍ରିମକୋର୍ଟଙ୍କ ନିର୍ଦେଶକୁ ଅବମାନନା କରୁଛି ଏମସିଏଲ । ଗାଁ ପାଖକୁ ମାଡି ଆସିଲାଣି ଖଣି, କ୍ଷତିପୂରଣ ଟଙ୍କା ଦେଉନାହିଁ ଏମସିଏଲ ।  ହଜାର ହଜାର ଆଦିବାସୀ ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  । ସୁନ୍ଦରଗଡ ଜିଲ୍ଲପାଳଙ୍କ କାର୍ଯ୍ୟାଳୟ  ସମ୍ମୁଖରେ ଧାରଣା ଦେଲେ ହଜାର ହଜାର ଆଦିବାସୀ ବିସ୍ଥାପିତ । ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଅନିଦ୍ଧିଷ୍ଟ କାଳ ପାଇଁ ଧାରଣା ଚାଲିବ ବୋଲି ଚେତାବନୀ ଦେଇଛନ୍ତି ବିସ୍ଥାପିତ।  ସୁନ୍ଦରଗଡ ଜିଲ୍ଲା ହେମଗିରି ବ୍ଲକ ଗୋପାଳପୁର , ସିଆରମାଲ , ତମୁଲିଆ , ରତନସାରା , ରତନପୁର , ଖପୁରିକଚ୍ଛାର ଭଳି ଗାଁ ଗୁଡିକ ଏମସିଏଲକୁ କୋଇଲା ଖଣି ପାଇଁ ହସ୍ତାନ୍ତର ହୋଇଛି । ହେଲେ ଏହି ସବୁ ଗାଁ ଗୁଡିକ ଉପରେ ଜୁଲୁମ କରୁଛି ଏମସିଏଲ । ଗାଁ ମୁଣ୍ଡକୁ କ୍ଷଣି ନେଇ ଆସି କ୍ଷତିପୂରଣ ଟଙ୍କା ମଧ୍ୟ ପ୍ରଦାନ କରୁନାହିଁ । ସେହିଭଳି ଆଜି ରତନସରା ଗାଁର ହଜାର ହଜାର ବିସ୍ଥାପିତ ଆଜି ଜିଲ୍ଲପାଳଙ୍କ କାର୍ଯ୍ୟାଳୟ  ସମ୍ମୂଖ ରେ ଧାରଣାରେ ବସିଛନ୍ତି ତାଙ୍କର ଗୋଟିଏ ଦାବୀ ରହିଛି ସୁପ୍ରିମକୋର୍ଟର ନିଦେର୍ଶ ପରେ ବି କାହିଁକି ଏମସିଏଲ କ୍ଷତିପୂରଣ ପ୍ରଦାନ କରୁନାହିଁ । କ୍ଷତିପୂରଣ ରାଶି ତ ପ୍ରଦାନ କରୁନାହିଁ ଅନ୍ୟପଟେ ଗାଁ ମୁଣ୍ଡକୁ ଖଣି ନେଇ ଚାଲିଆସୁଛି । ଆଉ ଯେ ପର୍ଯ୍ୟନ୍ତ  କ୍ଷତିପୂରଣ ଟଙ୍କା ମିଳିନାହିଁ ସେ ପର୍ଯ୍ୟନ୍ତ  ଏହିଭଳି ଧାରଣା ଚାଲୁରହିବ ବୋଲି କହିଛନ୍ତି ବିସ୍ଥାପିତ ।

Advertisment

ଅଧିକ ପଢ଼ନ୍ତୁ : ସୁନ୍ଦରଗଡ଼ରେ ଏମସିଏଲର ଦାଦାଗିରି । ଗାଁରେ ଉତ୍ତେଜନା, ହାଇକୋର୍ଟରେ ପିଟିସନ ଦାଖଲ ।

ସେପଟେ ଏମସିଏଲର କୋଇଲା ଖଣି ପାଇଁ ହଜାର ହଜାର ଲୋକ ବିସ୍ଥାପିତ ହୋଇଛନ୍ତି  ।କାହାର କୋଠା ଭାଙ୍ଗି ପଡିଛି ତ ଆଉ କାହାର ଛପର ଉଡ଼ିଯାଇଛି । ପୁନର୍ବାସ-ଥଇଥାନ ବ୍ୟବସ୍ଥା ନକରି ଗାଁ ଖାଲି କରୁଛି କମ୍ପାନି । ଯିଏ ମନା କରୁଛନ୍ତି ତାଙ୍କୁ ନାଲି ଆଖି ଦେଖାଉଛନ୍ତି ଏମସିଏଲ  କର୍ତ୍ତୃପକ୍ଷ । ସୁନ୍ଦରଗଡ଼ ଜିଲ୍ଲାର ଗୋପାଳପୁର, ସିଆରମାଲରେ କୋଇଲା ଖଣି ଖୋଳୁଛି ଏମସିଏଲ୍‌। ଆଉ ଏଠି ନିୟମ କାନୁନ କଥା ଛାଡନ୍ତୁ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ  ବି ଫୁ କରି ଉଡ଼ାଇ ଦେଉଛି ଏମସିଏଲ  ।