କନକ ବ୍ୟୁରୋ: ବିଧାନସଭାରେ ପୂର୍ବ ସରକାର ସମୟରେ ହୋଇଥିବା ବଡ଼ ଦୁର୍ନୀତିର ପେଡି ଖୋଲିଲା ନୂଆ ସରକାର । ପଞ୍ଚାୟତିରାଜ ବିଭାଗରେ ଚାଲିଥିବା ବଡ଼ ଦୁର୍ନୀତିକୁ ଧରିଲେ ଖୋଦ୍‌ ପଂଚାୟତରାଜ ମନ୍ତ୍ରୀ । ଏପରି ସାଙ୍ଘାତିକ ପ୍ରସଙ୍ଗ ଗୃହରେ ଉଠାଇ ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ବିଭାଗୀୟ ମନ୍ତ୍ରୀ ରବି ନାୟକ । ୫ ବର୍ଷରେ ୨୮ କୋଟି ଦୁର୍ନୀତି ହୋଇଥିବା କହିଲେ ମନ୍ତ୍ରୀ । ପଞ୍ଚାୟତିରାଜ ବିଭାଗରେ ଚାଲିଥିଲା ବଡ ଦୁର୍ନୀତି ।  ଗୋଟି ଗୋଟି କରି  ବିଜେଡି ଦୁର୍ନୀତିର ହିସାବ ପେଡି ଖୋଲିଲେ ମନ୍ତ୍ରୀ ।  ୨୦୨୦-୨୧ରେ ୯ କୋଟି  ୧୩ ଲକ୍ଷ ୨୮ ହଜାର  ଟଙ୍କାର ହୋଇଛି ଦୁର୍ନୀତି ।

Advertisment

କେଉଁ ବର୍ଷରେ କେତେ ହୋଇଛି ଦୁର୍ନୀତି ?

ସେହିପରି ୨୦୨୧-୨୨  ବର୍ଷରେ  ୪ କୋଟି ୨୮ ଲକ୍ଷ ୧୬ ହଜାର ଟଙ୍କାର ଦୁର୍ନୀତି  ହୋଇଛି ।  ୨୦୨୨-୨୩ ବର୍ଷରେ ୯ କୋଟି ୧୭ ଲକ୍ଷ ଟଙ୍କାର ଦୁର୍ନୀତି ହୋଇଛି ।  ସେହିପରି  ୨୦୨୩-୨୪ ବର୍ଷର ୩ କୋଟି  ୮୦ ଲକ୍ଷ ୩୭ ହଜାର  ଟଙ୍କାର ବଡ ଦୁର୍ନୀତି ହୋଇଥିବା କଥା କହିଲେ ନୂଆ ସରକାର । ବିଧାନସଭାରେ ଏପରି ଲିଖିତ ଉତ୍ତର ରଖିଛନ୍ତି ବିଭାଗୀୟ ମନ୍ତ୍ରୀ ।