କନକ ବ୍ୟୁରୋ: ବିଧାନସଭାରେ କିଟ୍ ତାତି । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ ବିଜେପି ଓ କଂଗ୍ରେସ । ଘଟଣାର ବିଚାର ବିଭାଗୀୟ ତଦନ୍ତ ଦାବି କରିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ତଦନ୍ତ ନହେଲେ ଧାରଣାରେ ବସିବାକୁ ଚେତାବନୀ ଦେଇଛନ୍ତି । ଏଭଳି ଘଟଣା ପାଇଁ ସାରା ବିଶ୍ବରେ ଓଡ଼ିଶା ନିନ୍ଦିତ ହୋଇଛି। ନେପାଳ ସହ ଭାରତର ସମ୍ପର୍କ ଭଲ । ତେଣୁ ଜଗନ୍ନାଥଙ୍କ ପାଇଁ କସ୍ତୁରୀ ମଧ୍ୟ ସେଠାରୁ ଆସିଥାଏ । ତେଣୁ ଯେଉଁ ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମରାଯାଇଛି, ତାହା ନିନ୍ଦନୀୟ ବୋଲି କହିଛନ୍ତି ତାରା । ସେହିପରି ବିଜେପି ମଧ୍ୟ ସମାନ କଥା ଉଠାଇ ଘଟଣାକୁ ନିନ୍ଦା କରିଛି । 

Advertisment