କନକ ବ୍ୟୁରୋ: ସୁନ୍ଦରଗଡ଼ରେ ବଢୁଛି ଛିନ୍‌ତାଇ। ମହିଳାଙ୍କ ବେକରୁ ସୁନା ଚେନ୍‌ ଟାଣିନେଇ ଫେରାର୍ ମାରିଲେ ଦୁର୍ବୃତ୍ତ। ଏ ଦୃଶ୍ୟ ସୁନ୍ଦରଗଡ଼ ଟାଉନ ଥାନା ଅନ୍ତର୍ଗତ ସୁନାରିପଡ଼ାର। ମହିଳା ଜଣକ ଘରକୁ ଫେରୁଥିବା ବେଳେ ବାଇକରେ ଦୁଇ ଜଣ ଦୁର୍ବୁତ୍ତ ଆସି ମହିଳାଙ୍କ ବେକରୁ ଚେନ ଟାଣିଥିଲେ। ରାସ୍ତା ଉପରେ ମହିଳା ଜଣକ ପଡିଯାଇ ଚିତ୍କାର କରିଥିଲେ। 

Advertisment

ସେପଟେ କିନ୍ତୁ ଲୁଟେରା ବାଇକ୍‌ରେ ଆଖି ପିଛୁଳାକେ ଛୁ’ ମାରିଥିଲେ। କିଛି ଲୋକ ଆସି ମହିଳାଙ୍କୁ ଉଦ୍ଧାର କରି ପୋଲିସକୁ ସୂଚନା ଦେଇଥିଲେ। କେତେ ବିପଜ୍ଜନକ ଏ ଦୃଶ୍ୟ, ଟିକେ ଭଲକରି ନଜର ପକାନ୍ତୁ। ମହିଳା ଜଣଙ୍କ ଚାଲି ଚାଲି ଯାଉଛନ୍ତି। ଆଉ ବାଇକ୍‌ରେ ଲୁଟେରା ଆସି ବେକରୁ ଚେନ୍ ଛିଣ୍ଡାଇ ପଳାଉଛନ୍ତି। କେତେବେଳେ ଯେ ଜୀବନ ଚାଲିଯିବ, କହି ହେବନି।

ଆହୁରି ପଢ଼ନ୍ତୁ:ନିମ୍ନମାନର କାମ କରି ଠିକାଦାର ଛୁ, ୪୦ ଦିନ ବି ଗଲାନି ୪ ଲକ୍ଷ ଟଙ୍କାର କାର୍ଯ୍ୟ