କନକ ବ୍ୟୁରୋ: ନିମ୍ନମାନର କାମ କରି ଠିକାଦାର ଛୁ। ଅସୁବିଧା ଭୋଗୁଛନ୍ତି ଛାତ୍ରଛାତ୍ରୀ। ୪୦ ଦିନ ବି ଗଲାନି ୪ ଲକ୍ଷ ଟଙ୍କାର କାର୍ଯ୍ୟ। କାନ୍ଥ ଫାଟି ଆଁ।ଭୋଜନାଳୟ ପ୍ରସ୍ତୁତିରେ ନିମ୍ନାମାନର କାର୍ଯ୍ୟ । ବାହାରେ ବସି ଖାଦ୍ୟ ଖାଉଛନ୍ତି ଛାତ୍ରଛାତ୍ରୀ। ନୀଳଗିରି ବ୍ଲକ ଧରମପୁର ପଞ୍ଚାୟତରେ ଠିକାଦାରଙ୍କ ମନମୁଖୀ ଶାସନ ଦେଖିବାକୁ ମିଳିଛି। ଚୋର ମୁହଁ ଟାଣ ଭଳି ନିମ୍ନମାନର କାର୍ଯ୍ୟ କରି ମୁହଁ ଫୁଟାଣୀ ଦେଖାଉଛନ୍ତି ଠିକାଦାର। ସରକାରୀ ଦଳର ପଞ୍ଚାୟତ ସଭାପତି ସାଜି ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ଗୁଡିକୁ ନିଜ ଅଧିନକୁ ନେଇ କାର୍ଯ୍ୟ ନିମ୍ନମାନର କରିବା ସହ ଲକ୍ଷାଧିକ ଟଙ୍କା ଲୁଟ କରୁଥିବାର ଚିତ୍ର ଏବେ ସାମ୍ନାକୁ ଆସିଛି ।
ସୂଚନା ମୁତାବକ ନୀଳଗିରି ବ୍ଲକ ଧରମପୁର ସ୍ଥିତ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଶ୍ରେଣୀ ଥିବା ବେଳେ ୧୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କିପରି ଛାତ୍ରଛାତ୍ରୀ ସୁବିଧାରେ ମଧ୍ୟାହ୍ନ ଭୋଜନ ଖାଇବେ ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇଟି ଫେଜରେ ଚାରି ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ନୂତନ ଭାବେ ମାସେ ହେବ ଏକ ଭୋଜନାଳୟ ପ୍ରସ୍ତୁତ ହୋଇଥିଲା।ହେଲେ ମାସେ ନ ବିତୁଣୁ କାନ୍ଥ ଗୁଡିକ ଫାଟି ଆଁ କରିଥିବାର ଦେଖିବାକୁ ମିଳିଛି।
ଆହୁରି ପଢ଼ନ୍ତୁ: ନିଦ ହଜାଇଦେଲାଣି ଅଶୋଧିତ ତେଲ ଦର : କ’ଣ ପୁଣିଥରେ ୧୦୦ ପାର୍ ଯିବ ପେଟ୍ରୋଲ୍ ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/03/08/11-2026-03-08-08-53-20.jpg)