ବେଧଡକ ଚାଲାଣ ହେଉଛି ଗଞ୍ଜେଇ, ଅବକାରୀ ଟିମକୁ ଚକମା ଦେଉଛନ୍ତି ମାଫିଆ

ଗାଡି, ଟ୍ରେନ୍ ଯୋଗେ ହେଉଛି ଚାଲାଣ । ହଟସ୍ପଟ ପାଲଟିଛି ଗଜପତି ଓ କନ୍ଧମାଳ

marijuana

marijuana Photograph: (KanakNews)

କନକ ବ୍ୟୁରୋ: ବେଧଡକ ଚାଲାଣ ହେଉଛି ଗଞ୍ଜେଇ । ଓଡିଶାରୁ ବାହାର ରାଜ୍ୟକୁ ଯାଉଛି । ଏଥିପାଇଁ ବ୍ରହ୍ମପୁରକୁ ବାଟ ବାଛିଛନ୍ତି ଗଞ୍ଜେଇ ମାଫିଆ । ଯାହା ଏବେ ବ୍ରହ୍ମପୁର ଅବକାରୀ ବିଭାଗର ନିଦ ଉଡାଇ ଦେଇଛି । ପାହାଡ଼ରେ ଚାଷ, ଜିଲ୍ଲା ପାର ବେପାର । ଗଜପତି ଓ କନ୍ଧମାଳରୁ ବାହାର ରାଜ୍ୟକୁ ଯାଉଛି ଟନ୍‌ ଟନ୍‌ ଗଞ୍ଜେଇ । ବଜାର ଚାହିଦା ବଢ଼ୁଥିବାରୁ ମାଫିଆରାଜ ବି ଉପରମୁହାଁ । ଆଉ ଏଥିପାଇଁ ବ୍ରହ୍ମପୁର ସାଜିଛି ଗଞ୍ଜେଇର ଗ୍ରିନ କରିଡର ।

ଅଧିକ ପଢନ୍ତୁ : ସମ୍ବଲପୁରରେ ବେଆଇନ ଗଞ୍ଜେଇ ଚାଷ; ୭ ହଜାର ଗଞ୍ଜେଇ ଗଛ ନଷ୍ଟ କଲା ଅବକାରୀ ବିଭାଗ ଓ ପୁଲିସ

ଦିଗପହଣ୍ଡି ଓ ଆସ୍କା ରାସ୍ତାରେ ପ୍ରତିଦିନ ଗଞ୍ଜେଇ ବ୍ରହ୍ମପୁରରେ ପହଞ୍ଚିବା ପରେ ଏଠାରୁ ବଡ଼ ଗାଡି ଓ ଟ୍ରେନ ଯୋଗେ ୟୁପି, ଆନ୍ଧ୍ର, ତାମିଲନାଡୁ, କର୍ଣ୍ଣାଟକ ଓ କେରଳ ରାଜ୍ୟକୁ ଚାଲାଣ ହେଉଛି। ଅବକାରୀ ଟିମ୍‌ ଜୋରଦାର ଧରପଗଡ଼ କରୁଥିଲେ ବି ମାଫିଆଙ୍କ ଛାଇ ଛୁଇଁବା କଷ୍ଟକର ହୋଇଛି । ଗତ ସେପ୍ଟେମ୍ବରରୁ ଆଜି ଭିତରେ ଜବତ ଗଞ୍ଜେଇ ଓ ଚାଲାଣକାରୀଙ୍କ ଗିରଫଦାରି ହିଁ ଦର୍ଶାଉଛି କେମିତି ଚାଲିଛି ଗଞ୍ଜେଇ ଚୋରା ଚାଲାଣର ମହାସିଣ୍ଡିକେଟ ।

ଗଞ୍ଜେଇରେ ନୟାଗଡ଼ ,ବ୍ରାଉନସୁଗାରରେ ଖୋର୍ଦ୍ଧା ଆଗରେ; ୫ କୋଟିର ନିଶାଦ୍ରବ୍ୟ ଜବତ କଲା ପୁଲିସ

- ବ୍ରହ୍ମପୁର ଅବକାରୀ ଜିଲ୍ଲାରେ ୭୮୫ କିଲୋ 
- ଗଞ୍ଜାମ ଅବକାରୀ ଜିଲ୍ଲାରେ ୧୩୬ କିଲୋ 
- ଅବକାରୀ ଗୁଇନ୍ଦା ବିଭାଗର ୩୭୪ କିଲୋ 
ମୋଟ ୧୨୯୫ କିଲୋ ଗଞ୍ଜେଇ ଜବତ ହୋଇଥିଲା ବେଳେ ବନ୍ଧା ହୋଇଛନ୍ତି ୧୧୩ ଜଣ। ସେହିପରି ୨୯ଟି ଗାଡି ଜବତ ହୋଇଛି ।  ପ୍ରଶ୍ନ ଉଠୁଛି, ଗଜପତି ଓ କନ୍ଧମାଳରେ ଅବକାରୀ ଅଧିକାରୀ କରୁଛନ୍ତି କଣ ? କେମିତି ଜିଲ୍ଲା ସୀମା ଡେଇଁ ଗଞ୍ଜେଇ ପହଁଚୁଛି ବ୍ରହ୍ମପୁରରେ ?
 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe