କନକ ବ୍ୟୁରୋ: ନିଶା ମାଫିଆଙ୍କ ଉପରେ ପୁଲିସର ପ୍ରହାର । କେନ୍ଦ୍ରାଞ୍ଚଳ ପୁଲିସ ରେଞ୍ଜରେ ଗଞ୍ଜେଇ ଓ ବ୍ରାଉନ୍ସୁଗାର ଭଳି ନିଶା କାରବାର ରୋକିବା ପାଇଁ ୭ଟି ଜିଲ୍ଲାରେ ଚଢ଼ଉ କରି ପାଖାପାଖି ୫ କୋଟି ଟଙ୍କାର ବ୍ରାଉନ୍ସୁଗାର ଓ ଗଞ୍ଜେଇ ଜବତ ହୋଇଛି । ଏବଂ ୨୭୩ ଜଣ ନିଶା ମାଫିଆଙ୍କୁ ଗିରଫ କରାଯାଇଥିବା ବେଳେ ୧୪୫ଟି ମାମଲା ରୁଜୁ ହୋଇଛି ।
ବଡ଼କଥା ହେଉଛି ସର୍ବାଧିକ ବ୍ରାଉନ୍ସୁଗାର ଖୋର୍ଦ୍ଧା ଜିଲ୍ଲାରୁ ଜବତ ହୋଇଥିବା ବେଳେ ସର୍ବାଧିକ ଗଞ୍ଜେଇ ନୟାଗଡ଼ ଜିଲ୍ଲାରୁ ଜବତ ହୋଇଛି । କେନ୍ଦ୍ରାଞ୍ଚଳ ପୁଲିସ ଅଧିନରେ ଥିବା ପୁରୀ, କଟକ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, ନୟାଗଡ଼, ଜଗତସିଂହପୁର, ଯାଜପୁର ଜିଲ୍ଲାରେ ନିଶା ମାଫିଆଙ୍କୁ ସାବାଡ଼ କରିବାକୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧ କୋଟି ୬୧ ଲକ୍ଷ ୬୬ ହଜାର ୧୮୦ ଟଙ୍କାର ବ୍ରାଉନ୍ସୁଗାର ଜବତ ହୋଇଛି । ମୋଟ ୨୫ଟି ମାମଲା ରୁଜୁ ହୋଇଥିବା ବେଳେ ୫୯ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
ଅଧିକ ପଢ଼ନ୍ତୁ--ଅଟୋଚାଳକଙ୍କ ବଡ଼ପଣ । ଭିନ୍ନକ୍ଷମଙ୍କୁ ବର୍ଷକ ୧୨ ମାସ ମାଗଣା ସେବା, ଅସହାୟ ରୋଗୀଙ୍କ ପାଇଁ ଦିନକୁ ୨ ଘଣ୍ଟା ଫ୍ରି ସେବା ।
ସେହିଭଳି ମୋଟ ୬୪ଟି ଗଞ୍ଜେଇ ମାମଲା ରୁଜୁ ହୋଇଛି । ୧୧ ଶହ ୭ କେଜିର ଗଞ୍ଜେଇ ଜବତ ହୋଇଥିବା ବେଳେ ଏହାର ମୂଲ୍ୟ ୭୨ ଲକ୍ଷ ୧୪ ହଜାର ୭୨୭ ଟଙ୍କା ଆକଳନ କରାଯାଉଛି । ଏହି କାରବାରରେ ୧୦୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ନୟାଗଡ଼ ଜିଲ୍ଲାରେ ସର୍ବାଧିକ ୨୯ ଲକ୍ଷ ୪୪ ହଜାର ୫୦୦ ଟଙ୍କାର ଗଞ୍ଜେଇ ଜବତ ହୋଇଥିବା ବେଳେ ୫୯ ଜଣ ଗିରଫ ହୋଇଛନ୍ତି । ପୁରୀରେ ୨୦ ଲକ୍ଷ ୬ ହଜାର ଟଙ୍କା ଗଞ୍ଜେଇ ଜବତ ଓ ୧୧ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ୯ଲକ୍ଷ ୮୪ ହଜାର ୨୪୦ ଟଙ୍କାର ଗଞ୍ଜେଇ ଜବତ ଓ ୯ ଜଣ ଗିରଫ ହୋଇଛନ୍ତି । ତେବେ ନିଶା ମାଫିଆଙ୍କ ଉପରେ ଏବେ ପୁଲିସ କଡ଼ା ନଜର ରଖିଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/11/02/brown-sugar-2025-11-02-16-58-43.jpg)