କନକ ବ୍ୟୁରୋ: ଯେଉଁ ଅଞ୍ଚଳ ଅନ୍ୟମାନଙ୍କ ପାଇଁ ଅପହଞ୍ଚ ହୋଇ ରହିଛି । ସେଠି ପହଞ୍ଚେ କନକ ନ୍ୟୁଜ୍ ଟିମ୍ । ଗ୍ରାଉଣ୍ଡଜିରୋର ଲୋକଙ୍କ ସମସ୍ୟାକୁ ଗୁରୁତ୍ବ ଦେଇ କରୁ ପ୍ରସାରଣ । ଗଞ୍ଜାମ ଆସିକା ଅଞ୍ଚଳର ସେମିତି ଏକ ଉପାନ୍ତ ଗାଁର ଖବର ଦେଖାଇଥିଲୁ ଆମେ । ଯାହାକୁ ଦେଖିବା ପରେ ଉଦବେଗ ପ୍ରକାଶ କରିବା ସହ ତୁରନ୍ତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ଲୋକଙ୍କ ସ୍ବର ସାଜି ଗତ ୧୫ତାରିଖରେ ଆମେ ପ୍ରସାରଣ କରିଥିଲୁ ଏହି ଖବର । ଏକ ଉପାନ୍ତ ଗାଁର ଖବର ହୋଇଥିଲେ ବି ଏହାକୁ ଗୁରତ୍ବ ଦେଇ ସନ୍ଧ୍ୟା ୭ଟାର ମୁଖ୍ୟ ଖବରରେ ସ୍ଥାନ ଦେଇଥିଲୁ । ସରକାରଙ୍କ ଆଗରେ ରଖିଥିଲୁ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଦେଇଥିବା ଗଞ୍ଜାମ ଜିଲ୍ଲାରେ ଥିବା ଗୋଟିଏ ଗାଁର ଅସଲ ଚିତ୍ର । ପଦାରେ ପଡିଥିଲା ଯେଉଁ ଜିଲ୍ଲାକୁ ବିଜୁ, ନବୀନ ପ୍ରତିନିଧିତ୍ବ କରିଥିଲେ ସେହି ଜିଲ୍ଲାର ଗାଁକୁ କେମିତି ଏଯାଏଁ ପହଁଞ୍ଚିନି ବିଜୁଳି । ଏହି ଖବରକୁ ନେଇ ଜିଲ୍ଲାପାଳ ସମ୍ମିଳନୀରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଗଞ୍ଜାମର ସେହି ଗାଁକୁ ତୁରନ୍ତ ବିଦ୍ୟୁତ୍ ସଂଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଜିଲ୍ଲାପାଳଙ୍କୁ ଚରମବାଣୀ ଶୁଣାଇଲେ ମୋହନ, ଶାସନତନ୍ତ୍ରରେ ପ୍ରୟୋଗ ହେବ ୯ ସୂତ୍ରୀ ଫର୍ମୁଲା
ବିକଶିତ ଭାରତ, ବିକଶିତ ଓଡ଼ିଶାର ନାରା ଦେଉଛନ୍ତି ସରକାର । ହେଲେ ରାଜ୍ୟରେ ଏବେ ଏମିତି ଗାଁ ଅଛି, ଯେଉଁଠି ବିଜୁଳି ଆଲୁଅ ସାତ ସପନ । ଦିନେ କି ଦୁଇ ଦିନ ନୁହେଁ ଗାଁ ଗଢିଉଠିବା ଦିନରୁ ଲୋକେ ଅନ୍ଧାର ରାତିରେ ଦିନ କାଟୁଛନ୍ତି । ସନ୍ଧ୍ୟା ହେଲେ ଗାଁରେ ପଡ଼ିଯାଉଛି ତାଟି କବାଟ । ଗଞ୍ଜାମ ଜିଲ୍ଲାର ଏପରି ଏକ ଉପାନ୍ତ ଗାଁ ଆସିକା ଅଞ୍ଚଳର ସୁବର୍ଣ୍ଣପୁରରେ ପହଞ୍ଚି ସ୍ଥିତି ପରଖିଥିଲା କନକ ନ୍ୟୁଜ ଟିମ୍ । ମହମବତୀ ଜାଳି ପାଠ ପଢୁଥିଲେ କୁନି କୁନି ପିଲା । କିଛି ଲୋକ ଶୀତୁଆ ରାତିରେ ନିଆଁ ଜାଳି ଘେରି ବସିଥିଲେ । ଯାହାକି ବିକଶିତ ଓଡ଼ିଶାର ସ୍ୱପ୍ନକୁ ଉପହାସ କରୁଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏବେ ନୂଆ ଆଶା ସଂଚାର ହୋଇଛି । ଗଞ୍ଜାମର କେବଳ ଏହି ଗାଁ ନୁହେଁ ରାଜ୍ୟର ଥିବା ପ୍ରତି ଗାଁର ଅସଲ ଚିତ୍ର ଆମେ ଆଣିବୁ ସାମନାକୁ । ବିକଶିତ ଓଡ଼ିଶାର ସ୍ବପ୍ନ ଦେଖୁଥିବା ସରକାରଙ୍କ ଆଗରେ ରଖିବୁ । ସମସ୍ୟାର ସମାଧାନ ପାଇଁ ବାଧ୍ୟ କରିବୁ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/18/36-2025-11-18-19-43-55.jpg)