କନକ ବ୍ୟୁରୋ : ଖବର ବାଜିଲା ଆଲୁଅ ଜଳିଲା । କନକ ନ୍ୟୁଜ୍ରେ ଖବର ବାଜିବା ପରେ ଚେତିଲା ପ୍ରଶାସନ, ଗାଁକୁ ମିଳିଲା ବିଦ୍ୟୁତ ସେବା । ୮ବର୍ଷ ପରେ ଆଲୁଅ ଦେଖିଲେ ଗାଁଲୋକେ । ଗଞ୍ଜାମ ଧରାକୋଟର ରାଜସ୍ୱ ଗାଁ ପିଲିପଦର । ଗାଁକୁ ବିଦ୍ୟୁତ ସଂଯୋଗ ଯାଇଥିଲେ ବି ଗତ ୨୦୧୭ ମସିହାରୁ ବିଦ୍ୟୁତ ବିଚ୍ଛିନ୍ନ କରିଦିଆଯାଇଥିବା ଅଭିଯୋଗ ହୋଇଥିଲା ।
ଦୀର୍ଘ ୮ବର୍ଷ ହେଲା ଗାଁର ଲୋକେ ଅନ୍ଧାରରେ ରହୁଥିଲେ । ବିଦ୍ୟୁତ ସେବା ଯୋଗାଇବା ପାଇଁ ଗାଁ ଲୋକ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧିଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀ ପାଖକୁ ବିଦ୍ୟୁତ ସମସ୍ୟା ନେଇ ଗୁହାରି କରିବା ପରେ ବି କୌଣସି ସୁଫଳ ମିଳିନଥିଲା । ହେଲେ ଏହି ଉପାନ୍ତ ଗାଁରେ କନକ ନ୍ୟୁଜ ଟିମ୍ ପହଞ୍ଚି ସେପ୍ଟେମ୍ବର ୨୩ତାରିଖରେ ବିଦ୍ୟୁତ ସମସ୍ୟା ନେଇ ଖବର ପ୍ରସାରଣ କରିଥିଲା । ଭଞ୍ଜନଗର ଉପଜିଲ୍ଲାପାଳ ବି ପ୍ରତିକ୍ରିୟା ଦେଇ ଗାଁର ସମସ୍ୟା ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।
ଏବେ ତାଙ୍କ ନିର୍ଦ୍ଦେଶରେ ଗାଁକୁ ବିଦ୍ୟୁତ ଯୋଗାଇ ଦିଆଯାଇଛି । ଫଳରେ ଗାଁର ଲୋକେ ଦୀର୍ଘ ୮ବର୍ଷ ପରେ ବିଜୁଳି ଆଲୁଅ ପାଇଛନ୍ତି । ସେଥିପାଇଁ ଗାଁ ଲୋକ ଖୁସି ଥିବା ବେଳେ ଏବେ ଗାଁକୁ ରାସ୍ତା ଯୋଗାଇବା ପାଇଁ ପୁଣି ଅନୁରୋଧ କରିଛନ୍ତି । ଅନ୍ୟ ପଟେ ଧରାକୋଟ ବିଡ଼ିଓ କହିଛନ୍ତି ସେ ଗାଁକୁ ଯାଇ ଅନନ୍ୟ ସମସ୍ୟା ସମାଧାନ କରିବା ପାଇଁ ପଦକ୍ଷେପ ନେବେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/11/04/electricity-2025-11-04-22-37-01.jpg)