କନକ ବ୍ୟୁରୋ: ୧୪ ମାସ ପରେ ପୁଣିଥରେ ଜିଲ୍ଲାପାଳଙ୍କୁ ଡାକି ଶାସନତନ୍ତ୍ରର ପାଠ ପଢାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କହିଛନ୍ତି, ବାବୁଙ୍କ ଦୁର୍ନୀତି ପାଇଁ ସରକାର ବଦନାମ ହେଲେ ବରଦାସ୍ତ କରାଯିବନି । ବର୍ଷ ବର୍ଷ ଧରି ଗୋଟିଏ ଜାଗାରେ ମହାଦ୍ରୁମ ପରି ବସୁଥିବା ଗାଦିମଡା ବାବୁଙ୍କ ପାଇଁ କଠୋର ହୋଇଛନ୍ତି ସରକାର । ଆର୍ଥିକ ବର୍ଷ ସୁଦ୍ଧା ଗାଦିମଡ଼ା ବାବୁଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ବାଲି ମାଫିଆଙ୍କୁ ଧରିବ ଡ୍ରୋନ୍
ଚୋରା ମଦ ବେପାରୀଙ୍କୁ ନିସ୍ତାର ନାହିଁ
ପ୍ରଶାସନକୁ ନାଲିଆଖି ଦେଖାଉଛନ୍ତି ବାଲି ମାଫିଆ । ଏହାକୁ ବରଦାସ୍ତ କରିବା ମୁଡରେ ନାହାନ୍ତି ମୋହନ । ଜିଲ୍ଲାପାଳଙ୍କୁ ସିଧା ନିର୍ଦ୍ଦେଶ ଦେଇଛନ୍ତି, ଫ୍ରି ହ୍ୟାଣ୍ଡ ଦେଉଛୁ । ବାଲିମାଫିଆଙ୍କୁ ସାବାଡ଼ କର । ଦରକାର ପଡିଲେ ଡ୍ରୋନ୍ ଲଗାଇ ମାଫିଆଙ୍କୁ ଧର । ସେହିଭଳି ଚୋରାମଦକୁ ଭାଇରସର ଆଖ୍ୟା ଦେଇ ଏହାକୁ ସମୂଳେ ନାଶ କରିବାକୁ କ୍ଷମତା ଦେଇଛନ୍ତି ମୋହନ ।
ବ୍ରହ୍ମପୁର ଆଇଟିଆଇର ଭବିଷ୍ୟତ କ’ଣ? ଏକକାଳୀନ ଅଧାରୁ ଅଧିକ ଶିକ୍ଷକଙ୍କୁ ଛଟେଇ
ଶାସନ ବ୍ୟବସ୍ଥାରେ ଓଡ଼ିଆ ଭାଷାର ବ୍ୟବହାରକୁ ଗୁରୁତ୍ବ ଦିଆଯାଇଛି । ଜିଲ୍ଲାସ୍ତରରେ ଲୋକଙ୍କ ଅଭିଯୋଗ ଶୁଣାଣିକୁ ମଧ୍ୟ ଜୋର ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଅଫିସ୍ ଛାଡ଼ି ଜିଲ୍ଲାପାଳଙ୍କୁ ଗ୍ରାଉଣ୍ଡକୁ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ସରକାରୀ କାର୍ଯ୍ୟାଳୟକୁ ଆସୁଥିବା ନିର୍ବାଚିତ ପ୍ରତିନିଧିଙ୍କୁ ସମ୍ମାନ ଦେବାକୁ କହିଛନ୍ତି ମୋହନ । ଶାସନତନ୍ତ୍ରରେ ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାରକୁ ସୁନିଶ୍ଚିତ କରାଯାଇଛି । ଶାସନତନ୍ତ୍ରର ବଡ ବାବୁ କହିଛନ୍ତି, ଗୁଡ୍ ନୁହେଁ ସରକାରଙ୍କୁ ଆଉଟଷ୍ଟାଣ୍ଡିଂ ଦରକାର । ମୁଖ୍ୟମନ୍ତ୍ରୀଙ୍କ ତାଗିଦ ସଂକେତ ଦେଉଛି, ତୃଣମୂଳସ୍ତରରେ ସରକାରୀ ନିର୍ଦ୍ଦେଶକୁ ସଠିକ୍ ଢଙ୍ଗରେ କାର୍ଯ୍ୟକାରୀ ହେଉନି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/11/18/35-2025-11-18-19-28-09.jpg)