କନକ ବ୍ୟୁରୋ:  ବାପ-ପୁଅ କରୁଥିଲେ ବାଘ ଛାଲ କାରବାର । ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରି ୨ଟି କଲରାପତରିଆ ବାଘ ଛାଲ ସହ ୨ଟି ସମ୍ୱର ଶିଙ୍ଗ ଜବତ କରିଛି ବନବିଭାଗ । ଏଥିସହ ବାପ-ପୁଅ ସମେତ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ । ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବନବିଭାଗ ପକ୍ଷରୁ ଗତକାଲି ସନ୍ଧ୍ୟାରେ ପ୍ରଥମେ ବୋଡ଼େନ ରେଞ୍ଜ ଅଧୀନସ୍ଥ ଶରଧାପୁର ଗାଁରେ ଚଢ଼ାଉ କରାଯାଇଥିଲା ।

Advertisment

ଅଧିକ ପଢନ୍ତୁ:  ବାଘ ଛାଲ ବେପାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ : ଭଞ୍ଜନଗର ପଥରାପଲ୍ଲୀ ଗାଁରୁ କଲରାପତରିଆ ବାଘଛାଲ ଜବତ

ଏଥିରେ ଗୋଟିଏ କଲରାପତରିଆ ବାଘଛାଲ ସହ ୨ଟି ସମ୍ବର ଶିଙ୍ଗ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଥିଲା ବନ ବିଭାଗ । ଗିରଫ ଅଭିଯୁକ୍ତମାନେ ହେଲେ  ଶରଧାପୁର ଗାଁର ଦିନେଶ ମାଝୀ, ଶୁକରାମ ଚିନ୍ଦା, କେନ୍ଦୁବାହାରା ଗାଁର କୁମା ଚନ୍ଦ୍ର ମାଝୀ ଓ ଖଇର ପଡ଼ାର ମଧୁସୂଦନ ମାଝୀ । ସେହିପରି ଆଜି ନୂଆପଡା ରେଞ୍ଜ ଅନ୍ତର୍ଗତ ପାତାଳଗୁଡ଼କରୀ ଗାଁରେ ଚଢ଼ାଉ କରି ପୁଣି ଏକ କଲରା ପତରିଆ ବାଘ ଛାଲ ଜବତ କରାଯାଇଛି । ବେଆଇନ ଭାବେ ବନ୍ୟ ଜନ୍ତୁ ଶିକାର ଅଭିଯୋଗରେ ମହେଶ ସାହୁ ଓ ତାଙ୍କ ପୁଅ ଗଜାନନ ସାହୁଙ୍କୁ ଗିରଫ କରାଯାଇଛି ।