କନକବ୍ୟୁରୋ : ବାଘ ଛାଲ କାରବାର କରୁଥିଲେ ପୁଲିସ ବାବୁ, ମାଡ଼ି ବସିଲା ବନ ବିଭାଗ । ଗଞ୍ଜାମ ଜଗନ୍ନାଥ ପ୍ରସାଦ ରେଞ୍ଜ ପଥରାପଲ୍ଲୀ ଗାଁରୁ ବାଘଛାଲ ଜବତ ହୋଇଛି । ଏହି ବେଆଇନ୍ କାରବାର ଅଭିଯୋଗରେ ୭ ଜଣଙ୍କୁ ଗିରଫ କରିଛି ବନ ବିଭାଗ ।
କିନ୍ତୁ ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରେ ଗଜପତି ଜିଲ୍ଲାର ଜଣେ ଅବସରପ୍ରାପ୍ତ ପୁଲିସ ସବ୍ଇନିସପେକ୍ଟର ଅଛନ୍ତି । ଡିଏଫଓ ହିମାଂଶୁ ଶେଖର ମହାନ୍ତି, ଏସିଏଫ ବିବେକ ଦାସ, ରେଞ୍ଜର ପୃଥ୍ବୀରାଜ ପ୍ରଧାନ, ବନପାଳ ଅନୁପ ବିଷୋୟୀଙ୍କ ନେତୃତ୍ୱରେ ଏହି ଚଢାଉ ହୋଇଥିଲା । ଭଞ୍ଜନଗର ଥାନା ଅଧିକାରୀ ଜୀବନାନନ୍ଦ ଜେନା ଏବଂ ଅନ୍ୟ କର୍ମଚାରୀ ଚଢ଼ାଉରେ ସହଯୋଗ କରିଥିଲେ ।