କନକ ବ୍ୟୁରୋ : ୨୦୧୯ରେ ବ୍ରହ୍ମପୁରର ବରିହାକଟା ଜଙ୍ଗଲରେ ନିର୍ମମ ଭାବେ ଏମିତି କଲରାପତରିଆ ବାଘକୁ ହତ୍ୟା କରିଥିଲେ ଶିକାରୀ । ବନ ବିଭାଗର ଜଏଂଟ ଟାସ୍କ ଫୋର୍ସ ଅନୁସନ୍ଧାନ ପରେ ସାମ୍ନାକୁ ଆସିଛି ୪ ବର୍ଷ ତଳର ବାଘ ଶିକାରର ଲୋମଟାଙ୍କୁରା କାହାଣୀ । ଶିକାରୀ ଓ ମାଫିଆ ଗିରଫ ହେବା ପରେ ଜଙ୍ଗଲ ଭିତରେ କରିଛନ୍ତି ସିନ ରିକ୍ରିଏସନ । ଗତ ୭ ତାରିଖରେ କଟକ ନେତାଜୀ ବ୍ରିଜ୍ ପାଖରେ ବାଘ ଛାଲ କିଣାବିକା ଡିଲ୍ ଚାଲିଥିବା ବେଳେ ଧରା ପଡିଥିଲା । ଏହି ଘଟଣାର ତଦନ୍ତ କରିଥିଲା ବନ ବିଭାଗର ଜଏଂଟ ଟାକ୍ସ ଫୋର୍ସ । ଗ୍ରାହକ ହୋଇ ଦୁଇ ଅଭିଯୁକ୍ତଙ୍କୁ ଯୋଗାଯୋଗ କରିଥିଲେ ତଦନ୍ତକାରୀ ଅଧିକାରୀ । ପ୍ରଥମେ ଦୁଇ ଅଭିଯୁକ୍ତ ଧରା ପଡିବା ପରେ ବ୍ୟାଗ ଭିତରକୁ ବାଘ ଛାଲ ମିଳିବା ସହ ଜଣଙ୍କ ପରେ ଜଣେ ଅଭିଯୁକ୍ତ ଧରାପଡିଛନ୍ତି । ଗଜପତି ଜିଲ୍ଲାରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗଂଜାମ ଜିଲ୍ଲାରୁ ୨ ଜଣ ଗିରଫ ହୋଇଛନ୍ତି ।
ଚାଲାଣ ହୋଇଥିବା ବାଘ ଛାଲ ଭୁବନେଶ୍ୱରରେ ବିକ୍ରି ହୋଇଥାନ୍ତା । ତେବେ ସେହି ଛାଲ କେଉଁଠିକି ଯାଇଥାନ୍ତା ତାହାର ଅନୁସଂଧାନ ଚଳାଇଛି ଜଏଂଟ ଟାସ୍କ ଫୋର୍ସ । ଏହି ଘଟଣାରେ ୭ ଜଣ ଗିରଫ ହୋଇଥିବା ବେଳେ ଏବେ ବି ୬ ଜଣ ଫେରାର ଅଛନ୍ତି । ତେବେ ପ୍ରଶ୍ନ ଉଠୁଛି