cold Photograph: (KanakNews)
କନକ ବ୍ୟୁରୋ: ଥଣ୍ଡାରେ ଥରୁଛି ସାରା ରାଜ୍ୟ। ଜାଡ଼ ମାଡ଼ରେ ଜଡ଼ସଡ଼ ଜନଜୀବନ। ପାରଦ ତଳମୁହାଁ ହେବା ସାଙ୍ଗକୁ ବଢୁଛି ଶୀତର ପ୍ରକୋପ । ସଞ୍ଜ ନଇଁବା ମାତ୍ରକେ ବଢ଼ୁଛି ଥଣ୍ଡା । ଜନଗହଳିପୂର୍ଣ୍ଣ ରାସ୍ତା ଖାଁ ଖାଁ ହୋଇପଡୁଛି । ଉପକୂଳ, ପଶ୍ଚିମ, ଦକ୍ଷିଣ ଓଡ଼ିଶା ସବୁଠି ବଢିଲାଣି ଥଣ୍ଡା । କନ୍ଧମାଳ ଜିଲ୍ଲାରେ ୧୦ ଡିଗ୍ରୀ ତଳେ ପାରଦ ରହୁଥିବା ବେଳେ ଘନ କୁହୁଡି ସକାଳ ୯ଟା ପର୍ଯ୍ୟନ୍ତ ଛାଡିବାର ନା ଧରୁନି । ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ରହିଛି ।
ଅଧିକ ପଢନ୍ତୁ : ଶୀତ ଋତୁରେ ଓଡ଼ିଶା ଆସିଛନ୍ତି ବିଦେଶୀ ପକ୍ଷୀ ; ସୂଚନା ଦେଲେ ପରିବେଶ ଓ ଜଳ ବାୟୁ ପରିବର୍ତ୍ତନ ମନ୍ତ୍ରୀ
ବାଲିଗୁଡ଼ା, ଜି.ଉଦୟଗିରି, ରାଇକିଆ, ଟିକାବାଲି, ତୁମୁଡ଼ିବନ୍ଧ, କୋଟଗଡ ସମେତ ବିଭିନ୍ନ ଅଞ୍ଚଳରେ ଦିନ ତମାମ କୋହଲା ପବନ ସାଙ୍ଗକୁ ଥଣ୍ଡା ଅନୁଭୂତ ହେଉଛି । ଲୋକେ କାଠ ଜାଳି ନିଆଁର ସାହାରା ନେଉଛନ୍ତି । ଗଜପତି ଜିଲ୍ଲା ମୋହନା ଅଞ୍ଚଳରେ ମଧ୍ୟ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ପାରଦ ଖସୁଥିବା ବେଳେ ଘନ କୁହୁଡି ଲାଗି ରହିଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଚାହା ଦୋକାନରେ ଭିଡ ଦେଖିବାକୁ ମିଳିଛି । ମୋହନାରେ କିଭଳି ପଡ଼ୁଛି ଶୀତ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ପିଣ୍ଟୁ ପ୍ରଧାନ ।
Follow Us