କନକବ୍ୟୁରୋ : ରାଜ୍ୟରେ ଅସ୍ତବ୍ୟସ୍ତ କରୁଛି କୁହୁଡ଼ି । ଘନ କୁହୁଡ଼ି ପାଇଁ ବାଧାପ୍ରାପ୍ତ ହୋଇଛି ଗାଡ଼ି ଚଳାଚଳ । ସକାଳୁ ସକାଳୁ କୁହୁଡ଼ି ପାଇଁ ଦୃଶ୍ୟମାନ ଦୂରତା କମ ରହିଛି । ତେଣୁ ଦୁର୍ଘଟଣାର ଭୟ ମଧ୍ୟ ବଢ଼ିଛି । ଆଜି ସକାଳ ୮ଟା ଯାଏ ୧୦ ଜିଲ୍ଲାକୁ ୟଲୋ ୱାର୍ଣ୍ଣି ଜାରି କରିଛି ପାଣିପାଗ କେନ୍ଦ୍ର । ୨୯ ତାରିଖରେ ମଧ୍ୟ ୧୪ ଜିଲ୍ଲାକୁ ଏବଂ ୩୦ ତାରିଖରେ ୪ ଜିଲ୍ଲାକୁ ୱାର୍ଣ୍ଣିଂ ଜାରି କରାଯାଇଛି ।

Advertisment

ଗତ କିଛି ଦିନ ହେବ ରାଜ୍ୟରେ କୁହୁଡ଼ି ଜନଜୀବନକୁ ଅସ୍ତବ୍ୟସ୍ତ କରିଛି । ଆଜି ଉତ୍ତର ଓ ଉପକୂଳ ଓଡ଼ିଶା ସମେତ ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ନୟାଗଡ଼, ରାୟଗଡ଼ା ଓ କୋରାପୁଟ ଜିଲ୍ଲାର କେତେକ ସ୍ଥାନରେ କୁହୁଡ଼ି ଲାଗି ରହିବ । ଏଥିପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।  ଏବେ ଶୀତ କମ୍ ଥିବା ବେଳେ ଅଧିକ ରହୁଛି କୁହୁଡ଼ି ପ୍ରଭାବ ।