ପୁଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ: ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବହୁଚର୍ଚ୍ଚିତ ପୁଲିସ ସବ୍‌-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି ।

07

The Chief Minister has directed a CBI investigation Photograph: (KanakNews)

କନକ ବ୍ୟୁରୋ: ଏସ.ଆଇ ପରୀକ୍ଷା ଦୁର୍ନୀତି ମାମଲାରେ ଘାଣ୍ଟିବ ସିବିଆଇ । ରାଜ୍ୟର ବହୁଚର୍ଚ୍ଚିତ ପୁଲିସ ସବ୍‌-ଇନସପେକ୍ଟର ନିଯୁକ୍ତି ପରୀକ୍ଷା ମାମଲାର ତଦନ୍ତ କରିବ ସିବିଆଇ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ଏହି ମାମଲାର ତଦନ୍ତ କ୍ରାଇମବ୍ରାଞ୍ଚ କରୁଥିବା ବେଳେ ଏହାକୁ ସିବିଆଇକୁ ହସ୍ତାନ୍ତର କରାଯାଇଛି । ଏହି ମହାଦୁର୍ନୀତିର ଚେର ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗକୁ ଲମ୍ବିଛି । ଅନ୍ୟ ରାଜ୍ୟକୁ ମଧ୍ୟ ବ୍ୟାପିଥାଇପାରେ ବୋଲି ବର୍ତ୍ତମାନ ପର୍ଯ୍ୟନ୍ତ ହୋଇଥିବା ତଦନ୍ତରୁ ଜଣାପଡିଛି । ଦୁର୍ନୀତିରେ ଆନ୍ତଃ ରାଜ୍ୟ ସଂଗଠିତ କ୍ରିମିନାଲ ଗ୍ୟାଙ୍ଗର ସଂପୃକ୍ତି ଥିବା ସନ୍ଦେହ କରାଯାଉଛି । ଏସ.ଆଇ ପରୀକ୍ଷା କେଳେଙ୍କାରୀ ମାମଲାରେ ଆଜି ସୁଦ୍ଧା ୧୨୬ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ମଧ୍ୟରେ ୧୨ ଜଣ ଦଲାଲଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ । 

ପୀତବାସ ପଣ୍ଡା ହତ୍ୟା ଘଟଣା : ବାହାରିଲା ଜୟପୁର ଲିଙ୍କ

ଏବେ ଆସନ୍ତୁ ଜାଣିବା ସିବିଆଇ ତଦନ୍ତ ନିର୍ଦ୍ଦେଶ ପରେ ଆଗକୁ କଣ ହେବ...
ପୁଣି ତଦନ୍ତ ଆରମ୍ଭ କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା 
ଦୁର୍ନୀତିର ଚେର ଅନ୍ୟ ରାଜ୍ୟକୁ ଲମ୍ବିଛି
ଅନ୍ୟ ରାଜ୍ୟରେ ତଦନ୍ତ ଜୋରଦାର ହେବ
ଆନ୍ତଃ ରାଜ୍ୟ ଅପରାଧୀ ସଙ୍ଗଠନର ହାତ ସନ୍ଦେହ
ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗରେ ହେବ ଖୋଳତାଡ଼
ଆନ୍ତଃ-ରାଜ୍ୟ ଗ୍ୟାଙ୍ଗ ପାଖରେ ପହଞ୍ଚିବା ସହଜ ହେବ
ଆଇନ ପରିସରକୁ ଆସିବେ ସଂପୃକ୍ତ ଅପରାଧୀ
ଓଡ଼ିଶାରେ ବି ସିବିଆଇ ତଦନ୍ତ ଜୋରଦାର ହେବ
ଦେଶବ୍ୟାପୀ ଚଢାଉ ଓ ଗିରଫଦାରୀ ହୋଇପାରିବ 
ମନି-ଲଣ୍ଡ୍ରିଂ ଦିଗର ତଦନ୍ତ ହୋଇପାରିବ 
ଖୁବଶୀଘ୍ର ଆସିବାରେ ପ୍ରାଥମିକ ଚାର୍ଜସିଟ୍

ଦୀପାବଳୀ ପରେ ଖସିଲା ସୁନାର ଦର :  ୧୦ ଗ୍ରାମ ପିଛା ୪ ହଜାର ଟଙ୍କା ହ୍ରାସ, ରୁପା ବି ହେଲା ଶସ୍ତା

ଏବେ ଆସନ୍ତୁ ଦେଖିବା ଏସ.ଆଇ କେଳେଙ୍କାରୀର ପୂରା ଘଟଣାକ୍ରମ
ଅକ୍ଟୋବର ୪ ଓ ୫ ତାରିଖ ଦୁଇଦିନ ହେବାର ଥିଲା ଏସ.ଆଇ ଲିଖିତ ପରୀକ୍ଷା 
ତା ପୂର୍ବରୁ ଧରାପଡ଼ିଥିଲା ଅନିୟମିତତା
ଅକ୍ଟୋବର ୬ରେ ଆନ୍ଦୋଳନ କରିଥିଲା ଯୁବ ଓ ଛାତ୍ର ବିଜେଡି
କ୍ରାଇମବ୍ରାଞ୍ଚକୁ ଦିଆଯାଇଥିଲା ତଦନ୍ତ ଦାୟିତ୍ବ
୩ଟି ବସରେ ଆନ୍ଧ୍ରପ୍ରଦେଶକୁ ନିଆଯିବା ବେଳେ ପରୀକ୍ଷାର୍ଥୀଙ୍କୁ ଗିରଫ କରାଯାଇଥିଲା
ଏପର୍ଯ୍ୟନ୍ତ ୧୨୬ ଜଣ ଧରାପଡ଼ିଛନ୍ତି
ଗିରଫ ୧୨୬ ଜଣଙ୍କ ମଧ୍ୟରେ ୧୨ ଦଲାଲ
ମାମଲାର ମାଷ୍ଟରମାଇଣ୍ଡ ଶଙ୍କର ପୃଷ୍ଟି ଏବେବି ଫେରାର୍
ଶଙ୍କର ପୃଷ୍ଟି ବିରୋଧରେ ଜାରି ହୋଇଛି ଲୁକ୍ ଆଉଟ୍ ସର୍କୁଲାର
ଦିଲ୍ଲୀରେ ରହି ରିମୋଟ କଣ୍ଟ୍ରୋଲ କରୁଥିଲା ଶଙ୍କର ପୃଷ୍ଟି
ଶଙ୍କର ପୃଷ୍ଟିର ଡାହାଣ ହାତ ବିଶ୍ବରଞ୍ଜନ ବେହେରା ଧରାପଡ଼ିଛି


କ୍ରାଇମ୍‌ବ୍ରାଞ୍ଚ ହାତରେ ଧରାପଡ଼ିଛି ପ୍ରମୁଖ ସହଯୋଗୀ ମୁନା ମହାନ୍ତି
ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ ବି କବ୍‌ଜାରେ
ମୁନା ବିଜୟନଗରମ୍ ଓ ଅରବିନ୍ଦ ନେଇଥିଲା ଦୀଘା ମଡ୍ୟୁଲର ଦାୟିତ୍ବ
ଏମାନଙ୍କୁ ସହଯୋଗ କରୁଥିଲେ ଶ୍ରୀକାନ୍ତ ମହାରଣା, ଅଭିମନ୍ୟୁ ଦୋରା ଓ ସୌମ୍ୟା ପ୍ରିୟଦର୍ଶିନୀ
ଦଶପଲ୍ଲାରେ ଥିବା ଫାର୍ମ ହାଉସ୍‌ରେ ଶ୍ରୀକାନ୍ତ ଓ ମୁନାକୁ ଆଶ୍ରୟ ଦେଇଥିଲା ଅଭିମନ୍ୟୁ
ପ୍ରିୟଦର୍ଶିନୀଙ୍କ ଠାରୁ ତଥ୍ୟ ନେଇ ମୁନା ଓ ଶ୍ରୀକାନ୍ତଙ୍କୁ ଦେଉଥିଲା
ପରୀକ୍ଷାର୍ଥୀଙ୍କ ପିଛା ୨୫ ଲକ୍ଷ ଟଙ୍କାରେ ହୋଇଥିଲା ଡିଲ୍
ଅଗ୍ରୀମ ବାବଦକୁ ୧୦ ଲକ୍ଷ ନେଇଥିଲେ ଦଲାଲ
ଚାକିରି ପରେ ନେଇଥାନ୍ତେ ବଳକା ୧୫ ଲକ୍ଷ ଟଙ୍କା

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe