କଲବଲ କରୁଛି ପ୍ରବଳ ଥଣ୍ଡା,  ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ ହେଲାଣି ଜନଜୀବନ

Advertisment

କମିଚାଲିଛି ରାତିର ତାପମାତ୍ରା । ସପ୍ତାହେ ଯାଏଁ ଶୀତରୁ ମିଳିବନି ନିସ୍ତାର ।

କମିଚାଲିଛି ରାତିର ତାପମାତ୍ରା । ସପ୍ତାହେ ଯାଏଁ ଶୀତରୁ ମିଳିବନି ନିସ୍ତାର ।

Delhi Pollution

Delhi Pollution Photograph: (KanakNews)

କନକ ବ୍ୟୁରୋ: କଲବଲ କରୁଛି ପ୍ରବଳ ଥଣ୍ଡା । ସପ୍ତାହେ ହେଲା ପ୍ରବଳ ଜାଡ଼ ଓ ହାଡ଼ଭଙ୍ଗା ଶୀତ ଅସ୍ତବ୍ୟସ୍ତ କରିପକାଇଲାଣି । ପ୍ରବଳ ଶୀତରେ ଓଡ଼ିଶା ଥରୁଥିବା ବେଳେ ଘୁ.ଊଦୟଗିରିରେ ତାପମାତ୍ରା ୩ ଡିଗ୍ରୀ ପାଖାପାଖି ରହୁଛି । ଶନିବାର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳେ ରହିଥିଲା । କନ୍ଧମାଳ ଦାରିଙ୍ଗବାଡ଼ିରେ ପ୍ରବଳ ଶୀତ ସାଙ୍ଗକୁ ତୁଷାରପାତ ଦେଖିବାକୁ ମିଳିଛି । ଆଗାମୀ ସପ୍ତାହ ପର୍ଯ୍ୟନ୍ତ ଶୀତ ଲହରିରୁ ନାହିଁ ନିସ୍ତାର । ପାହାଡିଆ ଅଞ୍ଚଳରେ ୫ ଡିଗ୍ରି ତଳେ ରହିପାରେ ତାପମାତ୍ରା । ରାଜ୍ୟର ଅନ୍ୟାନ୍ୟ ସ୍ଥାନ ଗୁଡ଼ିକରେ ମଧ୍ୟ ତଳ ମୁହାଁ ରହିବ ପାରଦ । ଭାରତୀୟ ପାଣିପାଗ ବିଜ୍ଞାନ ଏଭଳି ଆକଳନ କରିଛି । ସକାଳୁ ଘନ କୁହୁଡ଼ି ମଧ୍ୟ ଯାନବାହାନ ଚଳାଚଳରେ ବାଧା ସୃଷ୍ଟି କରୁଛି ।

ଅଧିକ ପଢନ୍ତୁ : ସାରା ରାଜ୍ୟରେ ଜାରି ଶୀତ ଲହରୀ : ଆହୁରି ତିନି ଦିନ ପର୍ଯ୍ୟନ୍ତ ଜାରି ରହିବ ଶୀତ ଲହରୀ

ସେହିପରି ଶୀତରେ ଥରୁଛି ଲକ୍ଷ୍ମୀପୁର, ଅସହ୍ୟ ହୋଇଯାଇଛି ଥଣ୍ଡା । ବିଶେଷ କରି ଥଣ୍ଡା କାରଣରୁ ଧାନ ଅମଳ ସକାଶେ ଅପେକ୍ଷା କରିଥିବା ଚାଷୀ ଅଧିକ ଅସୁବିଧାର ସମ୍ମୁଖୀନ ହଉଥିବା ବେଳେ ରାତି ତମାମ ଖଳାରେ ଶୀତ କାକରରେ ଯଗିକି ରହୁଛନ୍ତି । ଶୁକ୍ରବାର ପାହାନ୍ତିଆରେ ଲକ୍ଷ୍ମୀପୁର ଅଞ୍ଚଳରେ ତାପମାତ୍ରା  ୫ ରୁ ୬ ଡିଗ୍ରୀ ମଧ୍ୟରେ ରହିଥିଲା । ପ୍ରବଳ ଥଣ୍ଡା ସତ୍ୱେ ଚାଷୀ ରାତି ତମାମ ଧାନ ଖଳାରେ ଜଗି କି ରହିଥିଲା, ସକାଳର ସୂର୍ଯ୍ୟ ଉଦୟ ହେବା ମାତ୍ରେ ତାର ବର୍ଷ କର କଷ୍ଟକୁ ଅମଳ କରି ଘରକୁ ନେବା ସକାଶେ ।

ପ୍ରବଳ ଜାଡ ଯୋଗୁଁ ନିଆଁ ପୋଇଁ ଲୋକେ ଶୀତ ଦାଉରୁ ରହୁଥିବା ମଧ୍ୟ ଦେଖିବାକୁ ମିଳୁଛି. । ଏତେ ଥଣ୍ଡା ସତ୍ୱେ କିଛି ବ୍ୟକ୍ତି ବିଶେଷ ପ୍ରାତଃହ ଭ୍ରମଣରେ ମଧ୍ୟ ଯାଉଛନ୍ତି । ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାର ପାତ । ପାଳ ଗଦାରେ ସ୍ନୋ ଫଲ ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ପ୍ରବଳ ଥଣ୍ଡା ଯୋଗୁଁ ପନି ପରିବା ଚାଷ କିଛି ମାତ୍ରାରେ ନଷ୍ଟ ହେବାର ଚାଷୀ ଆକଳନ କରିଛି । ଶୀତ ଯୋଗୁଁ ବଜାର ସନ୍ଧ୍ୟା ୮ ଟା ପୂର୍ବରୁ ଶୂନଶାନ ହୋଇଯାଉଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe