କନକବ୍ୟୁରୋ : ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହରରେ ଦିନକୁ ଦିନ ନିମ୍ନମୁଖୀ ହେବାରେ ଲାଗିଛି ପାରା । ଅସହ୍ୟ ହେବାରେ ଲାଗିଛି ଜୀବନଯାତ୍ରା । ପ୍ରବଳ ଥଣ୍ଡାକୁ ଜାଡ଼ ଅସ୍ତବ୍ୟସ୍ତ କରିଦେଉଛି । ରାତି ପାହିଲେ ସୂର୍ଯ୍ୟ କିରଣ ସଞ୍ଜ ନଇଁଲେ ନିଆଁ ଭରସାରେ ଚାଲିଛି ଜୀବନ । ଦିନକୁ ଦିନ ତାପମାତ୍ରା ଖସିବା ସହ ଶୀତ ବଢୁଛି । ଏଥିସହ ସକାଳ ସାଢ଼େ ୮ଟା ସୁଦ୍ଧା ଝାରସୁଗୁଡ଼ା ୯ଦଶମିକ ୬ ଡିଗ୍ରି ସହ ସବୁଠୁ ଥଣ୍ଡା ରେକର୍ଡ କରାଯାଇଛି ।
ଅଧିକ ପଢନ୍ତୁ.... ମାତ୍ରାଧିକ ମୋବାଇଲ୍ ବ୍ୟବହାର ଶିଶୁ ଓ କିଶୋରଙ୍କ ମଧ୍ୟରେ ବଢାଉଛି ହୃଦ୍ରୋଗ
ଡିସେମ୍ବର ମାସ ପ୍ରଥମ ସପ୍ତାହରେ ଶୀତର ପ୍ରକୋପ ଏହିଭଳି ଆରମ୍ଭ ହୋଇଥିବା ବେଳେ ଆଗକୁ ଅସହ୍ୟ ଶୀତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ ବର୍ତ୍ତମାନ ଶୀତ ତାର ରାଜୁତି ଆରମ୍ଭ କରିଦେଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକ ବିଭିନ୍ନ ଉପାୟ ଅବଲମ୍ବନ କରୁଥିବା ବେଳେ ଗରିବ ଅସହାୟ ବୃଦ୍ଧ ବୃଦ୍ଧାମାନେ ବିଶେଷ ଭାବେ ପ୍ରଭାବିତ ହୋଇ ଅତି କଷ୍ଟରେ ରାତି ବିତାଉଛନ୍ତି । ସାହି ଗଳି କନ୍ଦିରେ ସ୍ଥାନେ ସ୍ଥାନେ ନିଆଁ ଜାଳି ରାତିସାରା ନିଆଁ ଭରସାରେ ରାତି କାଟୁଥିବା ବେଳେ ଦିନରେ ସୁର୍ଯ୍ୟଙ୍କ ଉତ୍ତାପରେ ଦିନ କାଟୁଛନ୍ତି ।
ଶୀତ ଯାହାକୁ ବାଧୁଛି କଷ୍ଟ ଦେଉଛି ତ କାହାକୁ ଆନନ୍ଦ ଦେଉଛି। ଶୀତର ମଜା ନେବା ପାଇଁ ବାହାର ରାଜ୍ୟରୁ ବାହାର ଜିଲ୍ଲାରୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସୁଥିବା ଦେଖିବାକୁ ମିଳୁଛି । ସେପଟେ ଶହ ଶହ ପର୍ଯ୍ୟଟକ ସ୍ଥାନୀୟ ଅଞ୍ଚଳକୁ ବୁଲିବାକୁ ଆସିବା ସହ ବଣଭୋଜି କରି ବେଶ ଆନନ୍ଦିତ ହେଉଥିବା ଦେଖୁବାକୁ ମିଳିଛି ।
ଶୀତ ଏବଂ ଜାଡ଼ରେ ଗୋଡ଼ହାତ କୋଲା ମାରିବା ସହ କଲିଜା ଥରି ଗଲାଭଳି ଜାଡ଼ ଗରିବଙ୍କ ପାଇଁ ଅସହ୍ୟ ହୋଇଯାଉଛି । ଆଗାମୀ କିଛି ଦିନ ପର୍ଯ୍ୟନ୍ତ ଏହି ଭଳି ଜାଡ଼ ରହିବା ସହ ଆହୁରି ତିନି ଦିନ ପାରଦ ଖସିବ ବୋଲି ଖସିବ ପାରଦ ବୋଲି ପାଣିପାଗ ବିଭାଗ ଆଶଙ୍କା କରିଛି । ସେପଟେ ଘୁ.ଉଦୟଗିରିରେ ୪.୪ ଡିଗ୍ରି ପାରଦ ଥିବା ବେଳେ ଆଜି ୪.୩ ଡିଗ୍ରି ରେକର୍ଡ କରାଯାଇଛି । ଓଡ଼ିଶାର ସବୁଠାରୁ କମ୍ ତାପମାତ୍ରା ଏବଂ ଥଣ୍ଡାର ସହର ଭାବେ ଲଗାତାର ଚିହ୍ନଟ ହୋଇଥିବା ବେଳେ ଆଜିର ତାପମାତ୍ରା ଚଳିତ ବର୍ଷର ଶୀତ ଋତୁର ସବୁଠାରୁ କମ୍ ତାପମାତ୍ରା ଆଜି ରେକର୍ଡ ହୋଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/winter-2025-12-09-09-48-13.png)