କନକ ବ୍ୟୁରୋ:  ହାଡ଼ଭଙ୍ଗା ଶୀତରେ ଅସ୍ତବ୍ୟସ୍ତ କୋରାପୁଟ । ଥଣ୍ଡା ଏମିତି ହେଉଛି ଯେ ସକାଳୁ ଘରୁ ବାହାରି ହେଉନି । ୯ଟା ପରେ ଟିକେ ଖରା ଆସୁଛି କି ନାହିଁ । ଧୀରେ ଧୀରେ ଦିନ ଢ଼ଳିବା ସହ ବାଘ ଭଳି ମାଡ଼ି ଆସୁଛି ଶୀତ। ସନ୍ଧ୍ୟା ହେବା ମାତ୍ରେ ରାସ୍ତାଘାଟ ଶୂନଶାନ୍। ରାତି ୮ଟା ବାଜିଲା ମାନେ ତାଟି କବାଟ ପଡ଼ିଯାଉଛି । ଦୋକାନ ସାମନାରେ ନିଆଁ ଜାଳି ବସୁଛନ୍ତି ।

Advertisment

ଅଧିକ ପଢନ୍ତୁ :  ପ୍ରବଳ ଶୀତରେ ଥରୁଛି ଓଡ଼ିଶା, ସକାଳୁ ଓ ସନ୍ଧ୍ୟା ପରେ ଘରୁ ବାହାରିବା ମୁସ୍କିଲ

ବଡ଼ବଡ଼ିଆ ସିନା ଶୀତତାପ ନିୟନ୍ତ୍ରିତ ଘରେ ଆରାମରେ ଶୋଇ ପଡ଼ୁଛନ୍ତି, ହେଲେ ଗରିବ, ଖଟିଖିଆ, ବାସହୀନଙ୍କ ପାଇଁ ଶୀତ ସଜା ଠୁ କମ୍‌ ନୁହେଁ । କାରଣ ଶୀତକୁ ଡରି କମଳ ଘୋଡ଼ି ହୋଇ ଶୋଇଲେ କେମିତି ଚଳିବ ସଂସାର? କ’ଣ ଖାଇବେ ପିଲା ଛୁଆ ।  କୋରାପୁଟର ବିଭିନ୍ନ ସ୍ଥାନରେ ପାରଦ ଖସିବାରେ ଲାଗିଛି । ୫ ଡିଗ୍ରୀ ତଳକୁ ତାପମାତ୍ରା ପଳାଉଛି । ପାହାନ୍ତିଆରେ ନାଲ୍‌କୋ ଦାମନଯୋଡ଼ିର ତାପମାତ୍ରା ୩ ଡିଗ୍ରି ଯାଏଁ ଚାଲିଯାଉଛି । ସେହିଭଳି ୪ ଡିଗ୍ରି ଶୀତରେ ଥରୁଛି ଲମତାପୁଟ । ସିମିଳିଗୁଡା ବ୍ଲକ ରାଜପୁଟ ପଞ୍ଚାୟତ ଓ ଲକ୍ଷ୍ମୀପୁରର ଅନେକ ସ୍ଥାନରେ ତୁଷାରପାତ ଦେଖିବାକୁ ମିଳିଛି । ଗୋଟିଏ ପଟେ ସାଧାରଣ ଲୋକ ଶୀତର ଦାଉରେ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ବେଳେ ପର୍ଯ୍ୟଟକ ମାନେ ଶୀତର ମଜା ନେବାକୁ ଏଠାକୁ ଧାଇଁ ଆସୁଛନ୍ତି ।