କନକ ବ୍ୟୁରୋ : ଖବର ବାଜିଲା ପରେ ଚଢ଼ାଉ କଲା ଅବକାରୀ ବିଭାଗ । ବାଲେଶ୍ବର ବନ୍ଧସାହିରେ ରେଡରେ ୯ହଜାର ଲିଟର ପୋଚ ଓ ୯୫୫ ଲିଟର ମଦ ଜବତ । ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଦୁଇ ଜଣ ଫେରାର ହୋଇଯାଇଛନ୍ତି । ସୋର ବ୍ଲକ ସିଙ୍ଗଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମରେ ମଦ କାରଣରୁ ଗାଁଟି ପୁରୁଷ ଶୁନ୍ୟ ହେବାକୁ ବସିଥିବା ନେଇ ଖବର ଗତ କାଲି ପ୍ରକାଶିତ ହୋଇଥିଲା । ଯାହାର ପ୍ରଭାବ ପଡିଥିବା ଦେଖିବାକୁ ମିଳିଛି । ଆଜି ଦିନ ତମାମ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବରେ ଚଢ଼ାଉ କରାଯାଇ ଉକ୍ତ ଗ୍ରାମରୁ ବିପୁଳ ମାତ୍ରାରେ ମଦ ଜବତ କରାଯିବା ସହିତ ଜଣଙ୍କୁ ଗିରଫ କରାଯାଇଛି ।
ଆଜି ସୋର ଅବକାରୀ ଅଧିକାରୀଣୀ ପ୍ରଜ୍ଞା ପ୍ରିୟା ନାୟକ, ନୀଳଗିରି ଅବକାରୀ ଅଧିକାରୀ କେଶବ ଚନ୍ଦ୍ର ଦାସ, ଜିଲ୍ଲା ଅବକାରୀ ମୋବାଇଲ ଅଧିକାରୀ ହରିହର ସିଂ ଓ ଜଳେଶ୍ୱର ସେଟଲାଇଟ ଅଧିକାରୀ ଲକ୍ଷ ସାଧବ ପ୍ରଧାନଙ୍କ ମିଳିତ ନେତୃତ୍ୱରେ ଏକ ଟିମ ସୋର ବ୍ଲକ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଓ ନୁଆଗାଁରେ ଚଢ଼ାଉ କରିଥିଲେ । ଏହି ସମୟରେ ୫ଟି ସ୍ଥାନରୁ ୯ହଜାର ୩ଶହ ୬୦ଲିଟର ପୋଚ ନଷ୍ଟ କରିବା ସହିତ ୯ଶହ ୫୫ ଲିଟର ଦେଶୀ ମଦ ଜବତ କରିଥିଲେ । ଚଢ଼ାଉ ହେଉଥିବା ଜାଣିପାରି କିଛି ଅଭିଯୁକ୍ତ ଫେରାର ହୋଇଥିବା ବେଳେ ନୁଆଗାଁର ମହେନ୍ଦ୍ର ଜେନା (୫୨)ଙ୍କ ନିକଟରୁ ୨ ହଜାର ଲିଟର ପୋଚ ଓ ୧୫୦ଲିଟର ଦେଶୀ ମଦ ଜବତ କରିବା ସହିତ ତାକୁ ଗିରଫ କରାଯାଇଛି । ଏହି ଚଢ଼ାଉରେ ଏଏସଆଇ କ୍ଷୀରୋଦ କୁମାର ସାହୁ, ବସନ୍ତ କୁମାର ବାରିକ,ଲମ୍ବୋଦର ମହାନ୍ତ, ଅଭୟ ହେମ୍ବ୍ରମ, କନେଷ୍ଟବଳ ଶଶିକାନ୍ତ ସାହୁ, ମିନତି ପରିଡା, ସୁନାରାମ ସୁରେନ,ନେହା ମୁର୍ମୁଙ୍କ ସମେତ ଅନ୍ୟମାନେ ସାମିଲ ଥିଲେ ।
ଅଧିକ ପଢ଼ନ୍ତୁ---ଚାଲ ବୁଲିଯିବା ଚାଉଳଭଜା : ଯେତିକି ମଜା , ସେତିକି ସଜା
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2026/01/07/baleswar-2026-01-07-15-09-51.jpg)