କନକ ବ୍ୟୁରୋ: ୧୩ ଡିସେମ୍ୱର ୨୦୦୧... ଏ ସେହି ତାରିଖ ଥିଲା ଯେବେ ଆତଙ୍କ ସଂସଦର ଦ୍ୱାରଦେଶରେ ପହଞ୍ଚି ସାରିଥିଲା । ଏକ ଧଳା ଆମ୍ୱାସାଡର କାର ଭାରତର ପାର୍ଲାମେଣ୍ଟରେ ଆତଙ୍କ ରଚିଥିଲା । ଆଉ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନକୁ ଉଡ଼ାଇବାକୁ ଆତଙ୍କୀ ରଚିଥିଲେ ବଡ଼ ଷଡ଼ଯନ୍ତ୍ର ।
୨୪ ବର୍ଷ ତଳେ ଘଟିଥିଲା ଏହି ଭୟଙ୍କର ଘଟଣା । ଯେତେବେଳେ ଦେଶର ସୁରକ୍ଷା ବ୍ୟବସ୍ଥାକୁ ଭେଦ କରି ଆତଙ୍କୀ ରଚିଥିଲେ ଷଡଯନ୍ତ୍ର । ଆଉ ସ୍ତବ୍ଧ ହୋଇଯାଇଥିଲା ପୂରା ଦେଶ । ୪୫ ମିନିଟ ମଧ୍ୟରେ ୫ ଜଣ ଆତଙ୍କବାଦୀ ଲୋକତନ୍ତ୍ରର ସବୁଠାରୁ ବଡ ମନ୍ଦିର ଅର୍ଥାତ ସଂସଦ ଭବନ ଉପରକୁ କରିଥିଲେ ଗୁଳିମାଡ । ଆଉ ଏହି ଆକ୍ରମଣରେ ଆଖି ବୁଜିଥିଲେ ୯ ନିରୀହ ଜୀବନ ।
ଶୀତ ଅଧିବେଶନକୁ ନେଇ ସେତେବେଳେ ସଂସଦ ସରଗରମ ରହିଥିଲା । ବିପକ୍ଷଙ୍କ ଜବରଦସ୍ତ ହଙ୍ଗାମା ଯୋଗୁଁ ୪୦ ମିନିଟ ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଉ ଗୃହ ମୁଲତବୀ ପରେ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀ ଓ ବିପକ୍ଷ ଦଳର ନେତା ସୋନିଆ ଗାନ୍ଧୀ ଗୃହରୁ ବାହାରି ନିଜ ନିଜ ବାସଭବନ ଅଭିମୁଖେ ବାହାରି ପଡିଥିଲେ ।
ହେଲେ ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ କିଛି ନେତା ଗୃହରେ ଉପସ୍ଥିତ ଥିଲେ । ଆଉ ସବୁଦିନ ଭଳି ସେଦିନ ମଧ୍ୟ ଲୋକସଭା ପରିସରରେ ମିଡିଆ କର୍ମୀଙ୍କ ଗହଳି ଲାଗି ରହିଥିଲା । ଏହି ସମୟ ପର୍ୟ୍ୟନ୍ତ ସବୁକିଛି ଠିକ୍ ଥିଲା, କିନ୍ତୁ କିଛି ମିନିଟ୍ ମଧ୍ୟରେ ସଂସଦ ଉପରେ ଯାହା ଘଟିଲା, ସେ ବିଷୟରେ ନା କେହି କେବେ ଭାବିଥିଲେ ନା କଳ୍ପନା କରିଥିଲେ । ପ୍ରାୟ ସାଢେ ଏଗାରଟା ବେଳେ ଉପରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀମାନେ ତାଙ୍କର ବାହାରକୁ ଆସିବାକୁ ଅପେକ୍ଷା କରୁଥିଲେ ଏବଂ ଠିକ୍ ସେତିକିବେଳେ ଏକ ଧଳା ଆମ୍ବାସଡର ଗାଡିରେ ବସିଥିବା ୫ ଜଣ ଆତଙ୍କବାଦୀ ଗେଟ୍ ନମ୍ବର-୧୨ ଦେଇ ସଂସଦ ଭିତରକୁ ପଶିଗଲେ। ଗାଡି ସ୍ପିଡ ଦେଖି ସୁରକ୍ଷାକର୍ମୀ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲେ ।
ଏସବୁ ଦେଖି ଜଣେ ସୁରକ୍ଷାକର୍ମୀ ସେହି ଆମ୍ବାସଡର କାର ପଛରେ ଦୌଡ଼ିବା ଆରମ୍ଭ କଲେ। ସେତେବେଳେ ଆତଙ୍କବାଦୀଙ୍କ କାର ଉପରାଷ୍ଟ୍ରପତିଙ୍କ କାର ସହ ଧକ୍କା ହେଲା । ବାସ୍ ତା’ପରେ ଭୟଭୀତ ହୋଇ ଆତଙ୍କବାଦୀମାନେ ଆଖିବୁଜା ଗୁଳିଚାଳନା ଆରମ୍ଭ କରିଦେଲେ । ଏମିତି ଲାଗିଲା, ସତେ ଯେପରି କେହି ବାଣ ଫୁଟାଉଛି । ଆତଙ୍କବାଦୀଙ୍କ ପାଖରେ ଏକେ-୪୭ ଏବଂ ହ୍ୟାଣ୍ଡ ଗ୍ରେନେଡ୍ ଥିଲା, ଯେତେବେଳେ କି ସୁରକ୍ଷାକର୍ମୀମାନେ ନିରସ୍ତ୍ର ଥିଲେ ।
ଆହୁରି ପଢ଼ନ୍ତୁ... ସ୍ୱାଧୀନତା ପରେ ପାକିସ୍ତାନ ସରକାରଙ୍କ ବଡ଼ ନିଷ୍ପତ୍ତି, ସ୍କୁଲରେ ପଢ଼ାଯିବ ସଂସ୍କୃତ ଓ ଗୀତା ଜ୍ଞାନ
ସଂସଦ ଭବନରେ ପ୍ରାୟତଃ ଉଜଚୠର ଗୋଟିଏ ବାଟାଲିୟନ ଉପସ୍ଥିତ ରହନ୍ତି । ଗୁଳି ଶବ୍ଦ ଶୁଣି ଏହି ବାଟାଲିୟନ ସତର୍କ ହୋଇଗଲେ । ଉଜଚୠ ଯବାନମାନେ ଦୌଡ଼ାଦୌଡ଼ି ଆସିଲେ । ସେତେବେଳେ ସଦନ ଭିତରେ ଦେଶର ଗୃହମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ, ପ୍ରମୋଦ ମହାଜନଙ୍କ ସମେତ ଅନେକ ବଡ଼ ନେତା ଓ ସାମ୍ବାଦିକ ଉପସ୍ଥିତ ଥିଲେ । ସମସ୍ତଙ୍କୁ ସଂସଦ ଭିତରେ ହିଁ ସୁରକ୍ଷିତ ରହିବାକୁ କୁହାଗଲା । ଏହାପରେ ଆତଙ୍କୀ ଆଉ ଯବାନଙ୍କ ମଧ୍ୟରେ ଗୁଳି ମାଡ଼ ଆରମ୍ଭ ହୋଇଥିଲା । ଯେଉଁଥିରେ ୫ ଆତଙ୍କୀଙ୍କୁ ମାରି ଥିଲେ ଯବାନ ।
ପାଞ୍ଚ ଜଣ ଯାକ ଆତଙ୍କବାଦୀ ତ ମରିଗଲେ, କିନ୍ତୁ ସଂସଦ ଆକ୍ରମଣର ଷଡଯନ୍ତ୍ର ରଚିଥିବା ଲୋକ ବଞ୍ଚିଯାଇଥିଲେ । ସଂସଦ ଆକ୍ରମଣର ଦୁଇ ଦିନ ପରେ ହିଁ ୧୫ ଡିସେମ୍ବର ୨୦୦୧ରେ ଅଫଜଲ ଗୁରୁ, ଏସ.ଏ.ଆର ଗିଲାନୀ, ଅଫଶାନ ଗୁରୁ ଏବଂ ଶୌକତ ହୁସେନଙ୍କୁ ଗିରଫ କରାଗଲା । ପରେ ସୁପ୍ରିମକୋର୍ଟ ଗିଲାନୀ ଏବଂ ଅଫଶାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଦେଲେ, କିନ୍ତୁ ଅଫଜଲ ଗୁରୁର ମୃତ୍ୟୁଦଣ୍ଡକୁ କାଏମ ରଖିଲେ । ଶୌକତ ହୁସେନର ମୃତ୍ୟୁଦଣ୍ଡକୁ ମଧ୍ୟ କମାଇ ଦିଆଗଲା ଏବଂ ୧୦ ବର୍ଷ ଜେଲ ଦଣ୍ଡ ଶୁଣାଗଲା । ୯ ଫେବୃଆରୀ ୨୦୧୩ରେ ଅଫଜଲ ଗୁରୁକୁ ଦିଲ୍ଲୀର ତିହାର ଜେଲରେ ସକାଳ ୮ଟାରେ ଫାଶୀ ଦିଆଗଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/parilament-attack-2025-12-13-11-35-19.jpg)