କନକ ବ୍ୟୁରୋ : ଭାରତ ଠାରୁ ଅଲଗା ହୋଇ ଏକ ସ୍ୱତନ୍ତ୍ର ଦେଶ ଗଠନ କରିବାର ୭ ଦଶନ୍ଧି ପରେ ଏବେ ପାକିସ୍ତାନ ସରକାର ଏକ ଚମକାଇଦେବା ଭଳି ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ତରଫରୁ ଦେଶର ସମସ୍ତ ସ୍କୁଲରେ ପ୍ରଥମଥର ପାଇଁ ସଂସ୍କୃତ ଭାଷାକୁ ଶିକ୍ଷାର ପାଠ୍ୟକ୍ରମରେ ସାମିଲ କରିଛନ୍ତି । ଲାହୋର ୟୁନିଭରସିଟି ଅଫ୍ ସାଇନ୍ସ ତରଫରୁ ଏହି ଶାସ୍ତ୍ରୀୟ ଭାଷାରେ ୪ ଟି କ୍ରେଡିଟ୍ କୋର୍ସ ଆରମ୍ଭ କରିଛନ୍ତି । ୩ମାସ ଧରି ଚାଲିବାକୁ ଥିବା ସପ୍ତାହନ୍ତ ୱାର୍କସପରେ ଏହାକୁ ବିକଶିତ କରାଯାଇଛି । ଯାହା ଛାତ୍ର ଓ ବିଦ୍ୱାନ ମାନଙ୍କ ଦ୍ୱାରା ବେଶ୍ ଆଦ୍ରୁତ ହୋଇଛି । କୋର୍ସ ବା ପାଠ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କୁ ମହାଭାରତ ଟେଲିିଭିଜନ ଶୃଙ୍ଖଳାର ପ୍ରସିଦ୍ଧ ଥିମ୍ ଓ କଥା ସଂଗ୍ରାମର ଉର୍ଦ୍ଦୁ ସଂସ୍କରଣ ବି ପଢ଼ା ଯାଉଛି ।
ଅଧିକ ପଢ଼ନ୍ତୁ : ପାକିସ୍ତାନର ପୂର୍ବ ISI ଚିଫଙ୍କୁ ୧୪ ବର୍ଷ ଜେଲ୍ ଦଣ୍ଡାଦେଶ; ମୁନିରଙ୍କର ଥିଲେ ଶତ୍ରୁ, ଇମ୍ରାନଙ୍କ ଥିଲେ ସାଙ୍ଗ
ଗୁରନାମୀ ସେଣ୍ଟରର ନିର୍ଦ୍ଦେଶକ ଡ, ଅଲ୍ଲୀ ଓସମାନ କାସମୀ କହିଛନ୍ତି କି, ପାକିସ୍ତାନ ନିକଟ ପଞ୍ଜାବ ୟୁନିଭରସିଟି ଲାଇବ୍ରେରୀରେ ସବୁଠାରୁ ସମୃଦ୍ଧ, ମାତ୍ର ସବୁଠାରୁ ଅଧିକ ଉପେକ୍ଷିତ ସଂସ୍କୃତ ସଂଗ୍ରହ ରହିଛି । ସେ ଆହୁରି କହିଛନ୍ତି କି, ସଂସ୍କୃତର ତାଳପତ୍ର ପାଣ୍ଡିଲିପିଗୁଡିକର ଏକ ମହତ୍ୱପୂର୍ଣ୍ଣ ସଂଗ୍ରହ ୧୯୩୦ ଦଶକରେ ବିଦ୍ୱାନ ଜେସିଆର ବୁଲ୍ନରଙ୍କ ଦ୍ୱାରା ସୂଚିବଦ୍ଧ କରାଯାଇଥିଲା । ମାତ୍ର ୧୯୪୭ ପରେ କୌଣସି ପାକିସ୍ତାନୀ ବିଦ୍ୱାନ ଏହାସହ ଯୋଡି ହୋଇନାହାଁନ୍ତି । କେବଳ ବିଦେଶୀ ପର୍ଯ୍ୟଟକମାନେ ଏହାର ଉପଯୋଗ କରୁଛନ୍ତି । ସ୍ଥାନୀୟ ବିଦ୍ୱାନମାନଙ୍କୁ ପ୍ରଶିକ୍ଷଣ ଦେଲେ ଏହାର ପରିବର୍ତ୍ତନ ହୋଇପାରିବ । ସେପଟେ ଆଗାମୀ ଦିନରେ ବିଶ୍ୱବିଦ୍ୟାଳୟଗୁଡିକରେ ମହାଭାରତ ଓ ଭଗବତ ଗୀତାକୁ ପାଠ୍ୟକ୍ରମରେ ସାମିଲ କରିବାର ଯୋଜନା ରହିଛି ।
ଅଧିକ ପଢ଼ନ୍ତୁ : ଟି-ଟ୍ୱେଣ୍ଟି ବିଶ୍ବକପର ଆସିଲା ଖେଳସୂଚୀ: ଫେବୃଆରୀ ୧୫ରେ କଲମ୍ୱୋରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ
ସେ ଆହୁରି କହିଛନ୍ତି ଅନଲାଇନ୍ ମାଧ୍ୟମରେ ସେ କେମ୍ବ୍ରିଜର ସଂସ୍କୃତ ବିଦ୍ୱାନ ଏଣ୍ଟୋନିଆ ରୂପେଲ ଓ ଅଷ୍ଟ୍ରେଲିଆର ଇଡୋଲାଜିଷ୍ଟ ମ୍ୟାକମାସଟେଲରଙ୍କ ମାର୍ଗଦର୍ଶନରେ ସଂସ୍କୃତ ବ୍ୟାକରଣ ଶିଖିଛନ୍ତି । କ୍ଲାସିକାଲ ସଂସ୍କୃତ ବ୍ୟାକରଣ ଶିଖିବାକୁ ତାଙ୍କୁ ଗୋଟିଏ ବର୍ଷ ସମୟ ଲାଗିଥିଲା ।
ଅଧିକ ପଢ଼ନ୍ତୁ : ଭାରତକୁ ଫେରିବ ପାକିସ୍ତାନର ସିନ୍ଧ୍ ପ୍ରଦେଶ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ବଡ଼ ବୟାନ
ସେ ସାରା ବିଶ୍ୱକୁ ଏକ ପରାମର୍ଶ ଦେବା ଭଙ୍ଗୀରେ କହିଛନ୍ତି କି, ଯଦି ଲୋକମାନେ ଅନ୍ୟ ଦେଶର ଶାସ୍ତ୍ରୀୟ ପରମ୍ପରାକୁ ଶିଖିବାକୁ ପ୍ରୟାସ କରନ୍ତି ତେବେ ଦକ୍ଷିଣ ଏସିଆରେ ସବୁଠାରୁ ଅଧିକ ସାମଞ୍ଜସ୍ୟପୂର୍ଣ୍ଣ ସ୍ଥିତି ଦେଖିବାକୁ ମିଳିବ । ଏକ ଉଦାହରଣ ଦେଇ ସେ କହିଛନ୍ତି କି, କଳ୍ପନା କରନ୍ତୁ ଯଦି ଭାରତରେ ଅଧିକ ହିନ୍ଦୁ ଓ ଶିଖ୍ ଆରବୀ ଶିଖନ୍ତି ଓ ପାକିସ୍ତାନର ଅଧିକ ମୁସଲିମ୍ ସଂସ୍କୃତ ଶିଖନ୍ତି ତେବେ ଏହା ଦକ୍ଷିଣ ଏସିଆ ପାଇଁ ଏକ ନୂଆ ଆଶାପୂର୍ଣ୍ଣ ପ୍ରାରମ୍ଭ ହୋଇପାରିବ । ଫଳରେ ଭାଷା କୌଣସି ବ୍ୟକ୍ତି ପାଇଁ ବାଧକ ନୁହେଁ ବରଂ ଯୋଗାଯୋଗର ଏକ ବଡ଼ ମାଧ୍ୟମ ପାଲଟିବ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/13/pakistan-2025-12-13-09-43-59.jpg)