କନକ ବ୍ୟୁରୋ :ଅବସରପ୍ରାପ୍ତ ଅଧିକାରୀଙ୍କ ଉପରେ ସରକାରଙ୍କ ଭରସା । ପୁଣି ବଢିଲା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀଙ୍କ  କାର୍ଯ୍ୟକାଳ ।  ଓଏସଡି ଭାବେ ଦାୟିତ୍ଵ ଦେଇଛନ୍ତି ସରକାର । ନିର୍ଦ୍ଦେଶ ଆସିଲା ଅବସରପ୍ରାପ୍ତ ଅଧିକାରୀ କେଉଁ ବିଭାଗରେ ନିଯୁକ୍ତି ପାଇଛନ୍ତି, ତାଙ୍କ ତାଲିକା ପ୍ରସ୍ତୁତ କର । ଏଥିପାଇଁ କମିଟି ମଧ୍ୟ ଗଠନ କରାଗଲା । ଆଗକୁ ଓଏସଡି ନିଯୁକ୍ତିରେ ରୋକ ଲାଗିବ।  ହେଲେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶକୁ ଫୁ’ କରିଦେଲେ କିଛି ବିଭାଗ ।

Advertisment

ଅଧିକ ପଢ଼ନ୍ତୁ : ନିଯୁକ୍ତି ମାମଲାରେ ରାଜ୍ୟ ସରକାରଙ୍କ ୟୁ ଟର୍ଣ୍ଣ । ଥଇଥାନ ହେବେ ଅବସରପ୍ରାପ୍ତ ଅଫିସର, ନିରାଶ ହେଉଛନ୍ତି ଚାକିରି ଆଶାୟୀ

ଅବସର ପରେ କାହାକୁ ଡବଲ ନିଯୁକ୍ତି ତ ଆଉ କାହାକୁ ଘରୁ ଡାକି ଆଣି ନିଯୁକ୍ତି ଦେଉଛନ୍ତି ବଡବାବୁ । ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ଗତ ଜୁଲାଇ ମାସରେ ଅବସର ନେବା ପରେ ତାଙ୍କୁ ୬ ମାସ ପାଇଁ ଓଏସଡି ଭାବେ ନିଯୁକ୍ତି ଦିଆଯାଇଥିଲା । ହେଲେ ୬ ମାସ ପରେ ଆଉ ଥରେ ତାଙ୍କୁ ପୁନଃ ନିଯୁକ୍ତି କରାଯାଉଛି । ଏଠି ପ୍ରଶ୍ନ ଉଠୁଛି, ଏତେ ଅନୁକମ୍ପା କାହିଁକି ? ବିଭାଗରେ କ’ଣ କେହି ଯୋଗ୍ୟ ନାହାନ୍ତି। ଜଣେ ଅବସର ପରେ ତାଙ୍କୁ ଦୁଇ ଦୁଇଥର ନିଯୁକ୍ତି ମିଳୁଛି । ଏସସି-ଏସଟି  ବିଭାଗର ଆଉ ଦୁଇ ଲେଟର । ଘରୁ ଡାକି ଆଣି ପୁନଃ ନିଯୁକ୍ତି ଦିଆଯାଉଛି । ଚିତ୍ତରଞ୍ଜନ ଜେନା, ଅବସର ପ୍ରାପ୍ତ ମୁଖ୍ୟ ଯନ୍ତ୍ରୀ ତାଙ୍କୁ ଟେକ୍ନିକାଲ କନସଲଟାଣ୍ଟ ଭାବେ ବର୍ଷିକିଆ ନିଯୁକ୍ତି ଦିଆଯାଇଛି । ଏଥିପାଇଁ ମାସକୁ ୭୫ ହଜାର ଟଙ୍କା ବାବୁ ନେବେ।  ସେପଟେ ସେହି ଏସସି ଏସଟି ବିଭାଗର ଅବସରପ୍ରାପ୍ତ ଅଧିକାରୀ। ହେଲେ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଅଜୟ କୁମାର ମିଶ୍ର ତାଙ୍କୁ ମଧ୍ୟ ଟେକ୍ନିକାଲ  କନସଲଟାଣ୍ଟ ଭାବେ ବର୍ଷିକିଆ ନିଯୁକ୍ତି ମିଳିଛି ।

ଅଧିକ ପଢ଼ନ୍ତୁ : ମଧ୍ୟପ୍ରଦେଶରେ ଅବସରପ୍ରାପ୍ତ ଯନ୍ତ୍ରୀଙ୍କ ଘରେ ଚଢ଼ାଉ: ମିଳିଲା ଆଖି ଝଲସାଇ ଦେବା ଭଳି ଟଙ୍କା, ସୁନା ଓ ରୁପା

ଏଠି ପ୍ରଶ୍ନ ଉଠୁଛି ରାଜ୍ୟରେ ଲକ୍ଷ ଲକ୍ଷ ଶିକ୍ଷିତ ଯୁବକ ଚାକିରି ପାଇଁ ରାଜରାସ୍ତାରେ ଆନ୍ଦୋଳନ କରୁଛନ୍ତି । ଅନେକ ଯୁବକ ଚାକିରି ବୟସ ଗଡ଼ିଯିବା କାରଣରୁ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କରୁଛନ୍ତି । ହେଲେ ସରକାର ନୂଆପୀଢ଼ିଙ୍କୁ ସୁଯୋଗ ଦେବା ପରିବର୍ତ୍ତେ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଥରକୁ ଥର ପୁନଃ ନିଯୁକ୍ତି ଦେବାରେ ଲାଗିଛନ୍ତି ।