କନକ ବ୍ୟୁରୋ : ସ୍ଥଳଭାଗ ଛୁଇଁଛି ଆଣ୍ଟଲାଟିକ ଇତିହାସର ସବୁଠୁ ଶକ୍ତିଶାଳୀ ମହାବାତ୍ୟା ମେଲିସା । ଗତକାଲି ଜାମାଇକାରେ କରିଛି ଲ୍ୟାଣ୍ଡଫଲ୍ । ଘଣ୍ଟା ପ୍ରତି ୩୦୦ କିଲୋମିଟର ବେଗରେ ବହିଲା ପବନ । ୩ ୫୦ କିଲୋମିଟର୍ ଛୁଇଁଲା ଝଟକା ପବନର ବେଗ । ଭୟଙ୍କର ଭାବେ ତାଣ୍ଡବ ରଚିଛି ମେଲିସା । ଭାଙ୍ଗିଯାଇଛି ବିରାଟ ଗଛ, ଉଡ଼ାଇ ନେଇଛି ବଡ଼ ବଡ଼ କୋଠା । ଚାରିଆଡ଼େ ହୋଇଛି ବ୍ୟାପକ କ୍ଷୟକ୍ଷତି । ଗାଁ ଗଣ୍ଡାଠୁ ଆରମ୍ଭ କରି ଗୋଟିଏ ଗୋଟିଏ ସହର ଧ୍ବଂସସ୍ତୂପରେ ପରିଣତ ହୋଇଯାଇଛି । କେଉଁଠି ସମଗ୍ର ଅଞ୍ଚଳ ପାଣିରେ ବୁଡ଼ିରହିଛି ତ ଆଉ କେଉଁଠି ପାହାଡ଼ ଭୟଙ୍କର ଭାବେ ଧସିଛି । ଲ୍ୟାଣ୍ଡଫଲ୍ ବେଳେ ସମୁଦ୍ରରୁ ପ୍ରାୟ ୧୦ଫୁଟ ଉଚ୍ଚ ପର୍ଯ୍ୟନ୍ତ ଜୁଆର ଉଠିଥିଲା । ଅନେକ ଅଞ୍ଚଳରେ ଭୟଙ୍କର ବନ୍ୟା ବି ହୋଇଛି ।
କୁହାଯାଉଛି ଆଣ୍ଟଲାଟିକ ଇତିହାସରେ ୧୮୫୧ ରୁ ଏଭଳି ଶକ୍ତିଶାଳୀ ବାତ୍ୟା କେବେ ସୃଷ୍ଟି ହୋଇନଥିଲା । ଏହାକୁ କ୍ୟାଟେଗୋରୀ-୫ର ବାତ୍ୟା ବୋଲି କୁହାଯାଉଛି । ୧୯୯୯ ରେ ଓଡ଼ିଶାରେ ହୋଇଥିବା ମହାବାତ୍ୟାଠାରୁ ଆହୁରି ଶକ୍ତିଶାଳୀ ମେଲିସା । ଆମେରିକା ବାୟୁସେନାର ହରିକେନ ହଣ୍ଟର ଟିମ୍ ଏକ ସି-୧୩୦ ହର୍କୁଲେସ ବିମାନକୁ ନେଇ ଏହି ମହାବାତ୍ୟାର ଆଖି ଭିତରକୁ ପଶି ତାହାର ଫଟୋ ଓ ଭିଡିଓ ରେକର୍ଡ କରିଛନ୍ତି ।
କ୍ଲାଉଡ୍ ସିଡିଙ୍ଗ୍ ଫେଲ୍ : ଦିଲ୍ଲୀ ସରକାରଙ୍କୁ କେଜ୍ରିୱାଲଙ୍କ କଟାକ୍ଷ ,କହିଲେ..ଏହି ସରକାରର ସମସ୍ତ ଇଞ୍ଜିନ୍ ଫେଲ୍
ଅଧିକ ପଢନ୍ତୁ......
ମହାବାତ୍ୟାର ଆଖି ଭିତରର ଫଟୋ ସୋସିଆଲ ମିଡିଆରେ ଆସିବା ପରେ ତାହା ଭାଇରାଲ ହୋଇଯାଇଛି । ଆଖି ଭିତରଟି ଏକ ବରଫ ଉପତ୍ୟାକା ପରି ଦେଖାଯାଉଛି । ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକାରେ ଆଲର୍ଟ ଜାରି କରାଯାଇଛି । ପବନ ସାଙ୍ଗକୁ ପ୍ରବଳ ବର୍ଷା ମଧ୍ୟ ହେଉଛି । ମୃତାହତଙ୍କ ସ୍ପଷ୍ଟ ସୂଚନା ମିଳିପାରିନଥିବା ବେଳେ ସବୁଠି ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି ।
୨୦୨୫ର ବିଶ୍ୱର ସବୁଠାରୁ ଶକ୍ତିଶାଳୀ ଝଡ଼ ମେଲିସା ମଙ୍ଗଳବାର ସନ୍ଧ୍ୟାରେ କ୍ୟୁବା ଅଭିମୁଖେ ଯାଉଥିଲା ଏବଂ ପରେ ବିଳମ୍ବିତ ରାତିରେ ବାହାମା ଆଡକୁ ଗତି କରିଥିଲା। କ୍ରୁଙ୍କ ଉଡ଼ାଣର ଅନେକ ଭିଡିଓ ଏକ୍ସରେ ସେୟାର କରାଯାଇଥିଲା। ପ୍ରଥମଟିରେ ବିମାନଟି ସୂର୍ଯ୍ୟୋଦୟ ପରେ ଦକ୍ଷିଣ-ପୂର୍ବ ଦିଗରୁ ଘୂର୍ଣ୍ଣିବାତ୍ୟାର କେନ୍ଦ୍ରସ୍ଥଳକୁ ପ୍ରବେଶ କରୁଥିବା ଦେଖାଯାଇଥିଲା ।
ଅନ୍ୟ ଏକ ଫୁଟେଜ୍ ଘୂର୍ଣ୍ଣିବାତ୍ୟାର ଆଖିକୁ କଏଦ କରିଥିଲା, ଯାହା ‘ଷ୍ଟାଡିୟମ୍ ଇଫେକ୍ଟ’ ପ୍ରଦର୍ଶନ କରିଥିଲା। ଏହାର ଆଖି ଆକାଶରୁ ଏକ କ୍ରୀଡା ଷ୍ଟାଡିୟମ୍ ପରି ଦେଖାଯାଉଥିଲା। କ୍ରୁ ଜଣକ ଦୁଇଟି ଅତିରିକ୍ତ ଭିଡିଓ କ୍ୟାପଚର କରିଥିଲେ, ଯେଉଁଥିରେ ଘୂର୍ଣ୍ଣିବାତ୍ୟା ମାରାତ୍ମକ ହେବା ପୂର୍ବରୁ ଏହାର ସବୁଠାରୁ ଚମତ୍କାର ରୂପରେ ଦେଖାଯାଇଥିଲା, ଯାହା ସ୍ଥଳଭାଗ ଛୁଇଁବା ସମୟରେ ବିନାଶ ସୃଷ୍ଟି କରିଥିଲା
ମହାମେଣ୍ଟର 'ତେଜସ୍ୱୀ ପ୍ରଣ' ଇସ୍ତାହାର ; ପ୍ରତି ପରିବାର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରି
ଅଧିକ ପଢନ୍ତୁ ......
ଶେଷ ଭିଡିଓରେ ଦେଖାଯାଇଥିଲା ଯେ, ଆମେରିକା ବାୟୁସେନାର କର୍ମଚାରୀ ଜଣକ ଘୂର୍ଣ୍ଣିବାତ୍ୟାର କେନ୍ଦ୍ରରୁ ବାହାରକୁ ଯାଉଛନ୍ତି। ଘୂର୍ଣ୍ଣିବଳୟ ଜାମାଇକାରେ ପହଞ୍ଚିବା ପରେ, ହାଇତି ରେ ଅତି କମ୍ରେ ତିନି ଜଣ ଏବଂ ଡୋମିନିକାନ୍ ରିପବ୍ଲିକରେ ଚତୁର୍ଥ ବ୍ୟକ୍ତି ନିଖୋଜ ଅଛନ୍ତି । ଜାମାଇକାରେ ତିନି ଜଣଙ୍କର ମୃତ୍ୟୁ ହୋଇସାରିଛି ।
ମହାବାତ୍ୟା ‘ମେଲିସା’ ତାଣ୍ଡବ
ସ୍ଥଳଭାଗ ଛୁଇଁଲା ଶକ୍ତିଶାଳୀ ମହାବାତ୍ୟା ମେଲିସା
ଜାମାଇକାରେ ଲ୍ୟାଣ୍ଡଫଲ୍ କରି ତାଣ୍ଡବ ରଚିଲା
ଲ୍ୟାଣ୍ଡଫଲ୍ ବେଳେ ୩୦୦ କିମି ବେଗରେ ପବନ ବହିଲା
ଜମାଇକାରେ ବ୍ୟାପକ କ୍ଷୟକ୍ଷତି, ଅନେକ ମୃତ ଆଶଙ୍କା
୧୦ ଫୁଟରୁ ଅଧିକ ଉଚ୍ଚରେ ଉଠିଲା ଜୁଆର
ମେଲିସା କ୍ୟାଟେଗୋରୀ-୫ର ମହାବାତ୍ୟା
ମହାବାତ୍ୟା ମେଲିସାରେ ପବନର ବେଗ ୩୫୦ କିମି ଛୁଇଁଛି
ଆସନ୍ତା ଦୁଇଦିନ ପର୍ଯ୍ୟନ୍ତ ଜାମାଇକା ଓ କ୍ୟୁବାରେ ଆଲର୍ଟ ଜାରି
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)
/kanak/media/media_files/2025/10/29/04-2025-10-29-15-09-58.jpg)