କନକ ବ୍ୟୁରୋ : ପାଣି ସ୍ରୋତରେ ଭାସିଗଲା ତାଳଦଣ୍ଡା କେନାଲର ସୌନ୍ଦର୍ଯ୍ୟ । କେନାଲ ତ ଅଛି ମାତ୍ର ଏବେ ତା ଯେମିତି ମୃତପ୍ରାୟ । ସୌନ୍ଦର୍ଯ୍ୟୀକରଣ ହଜିଯିବା ସହ ଉନ୍ନୟନ କାମ ବି ଅଧାରେ ଅଟକିଛି ।

Advertisment

କଟକ ତାଳଦଣ୍ଡା କେନାଲର ଗୋଟିଏ ପଟେ ଅଧପନ୍ତରିଆ କାମ ହୋଇ ପଡିଛି କାମ । ଅନ୍ୟପଟେ ପୂର୍ବ ସରକାର ସମୟରେ ଯୋବ୍ରା ଠାରୁ ମାତୃଭବନ ପର୍ଯ୍ୟନ୍ତ ଯେଉଁ କାର୍ଯ୍ୟ ଶେଷ ହୋଇଥିଲା ତା'ର ମଧ୍ୟ ସୌନ୍ଦର୍ଯ୍ୟ ହଜିଯାଇଛି । ବୋଟିଂଠୁ ଆରମ୍ଭ କରି ଲାଇଟିଂ ସବୁକିଛି ଉଭାନ । କୋଟି କୋଟି ଟଙ୍କା ବ୍ୟୟରେ ସୌନ୍ଦର୍ଯ୍ୟକରଣ କରାଯାଇଥିଲା । ଲୋକମାନେ ମଧ୍ୟ କିଛିଦିନ ଏହାର ମଜା ନେଇଥିଲେ । କିନ୍ତୁ ଏବେ ସବୁକିଛି ବଦଳି ଯାଇଛି ।

ଅଧିକ ପଢ଼ନ୍ତୁ : ଗୁପ୍ତେଶ୍ୱର ପୀଠ ଯାଉଥିଲେ ସାବଧାନ,  ସାବେରି ନଦୀରେ ଚିହ୍ନଟ ହେଲା ବଡ଼ କୁମ୍ଭୀର

ମାତୃଭବନରୁ ନୂଆବଜାର ପର୍ଯ୍ୟନ୍ତ କାମ ଏବେ ଅଧପନ୍ତରିଆ ଭାବେ ପଡ଼ିରହିଛି । ପ୍ରାୟ ୬୦ କୋଟି ଟଙ୍କା ବ୍ୟୟରେ ଏ କାର୍ଯ୍ୟ ଚାଲିଛି । ୨୦୨୪ ମାର୍ଚ୍ଚ ଶେଷ ଆଡ଼କୁ କାମ ସରିବା ନେଇ ଧାର୍ଯ୍ୟ ହୋଇଥିଲା । ମାତ୍ର ଏବେ ୨୦୨୬ ଜାନୁଆରି ଶେଷ ହେବାକୁ ବସିଲାଣି କିନ୍ତୁ କାମ ଆଗେଇ ପାରୁନି । ଅନ୍ୟପଟେ କାମର ନିରୀକ୍ଷଣ ଲାଗି ସରକାର ଉଚ୍ଚ ଅଧିକାରୀଙ୍କୁ ଦାୟିତ୍ୱ ଦିଅନ୍ତୁ ବୋଲି ମେୟର କହିଛନ୍ତି । କେବେ ସୌନ୍ଦର୍ଯ୍ୟ ଫେରିପାଇବ ତାଳଦଣ୍ଡା ? କେବେ ସଂପୂର୍ଣ୍ଣ ହେବ ଉନ୍ନୟନ କାମ ?