କନକ ବ୍ୟୁରୋ: କୋରାପୁଟ ଗୁପ୍ତେଶ୍ୱର ପୀଠକୁ ଯାଉଥିଲେ ସାବଧାନ । ସାବେରି ନଦୀରେ କୁମ୍ଭୀର ଚିହ୍ନଟ କଲା ବନ ବିଭାଗ । ନଦୀରେ ଏକାଧିକ କୁମ୍ଭିର ରହିଥିବା ନେଇ ସୂଚନା ମିଳିବା ପରେ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଭୟଙ୍କ ନେଇ ଭୟ ସୃଷ୍ଟି ହୋଇଛି । ବନ ବିଭାଗ ସତର୍କ କରୁଥିଲେ ବି ଲୋକେ ମାନୁନାହାଁନ୍ତି । ଓଡ଼ିଶା ଓ ଛତିଶଗଡ଼ ମଝିରେ ବହୁଥିବା ସାବେରି ନଦୀ କୁଳରେ ରହଛି ଗୁପ୍ତେଶ୍ୱର ପୀଠ। କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ମଧ୍ୟରୁ ଅନ୍ୟତମ। ବାହାର ରାଜ୍ୟର ପର୍ଯ୍ୟଟକ ବିଶେଷକରି ଛତିଶଗଡ଼ର ଲୋକେ ଏଠାରୁ ସବୁଦିନ ଆସନ୍ତି ।
ଅଧିକ ପଢନ୍ତୁ : ବିଲମୁଣ୍ଡରେ ଜଗିଛି ବଉଳା କୁମ୍ଭୀର; ୪ ଦିନ ହେଲା କୁମ୍ଭୀର ଭୟରେ ବିଲକୁ ଯାଉନାହାନ୍ତି ଚାଷୀ
ପରମ୍ପରା ଅନୁଯାୟୀ ସାବେରି ନଦୀରେ ପାଦ ଧୋଇବା ଅବା ଗାଧୋଇବା ପରେ ବାବା ଗୁପ୍ତେଶ୍ୱରଙ୍କ ଦର୍ଶନ ପାଇଁ ଯାଆନ୍ତି । ଏହି ନଦୀର ପ୍ରଖର ସୁଅକୁ ଦେଖି ପ୍ରଶାସନ ବେରିକେଟ ମଧ୍ୟ ଲଗାଇଛି। କିନ୍ତୁ ଏବେ ଏଠାରେ କୁମ୍ଭିର ଭୟ ଦେଖାଦେଇଛି । ବନ ବିଭାଗର କୁମ୍ଭୀର ଗଣନାରୁ ସାବେରି ନଦୀରେ ବଡ଼ ବଡ଼ କୁମ୍ଭୀର ଥିବା ଜଣାପଡ଼ିଛି । ପୁର୍ବରୁ ପାତ୍ରପୁଟ ଓ କୁନ୍ଦ୍ରାରେ କୁମ୍ଭିର ଦେଖାଯାଇଥିଲା । ଏବେ ସାବେରୀ ନଦୀରେ କୁମ୍ଭିର ଥିବା ଜଣା ପଡ଼ିବା ପରେ ଭୟ ବଢିଛି। ନଦୀରେ ଏକ ବଡ଼ କୁମ୍ଭିର ଥିବା ସ୍ପଷ୍ଟ ହୋଈଛି । ଏବଂ ଅଧିକ କୁମ୍ଭିର ଥିବା ଅନୁମାନ କରୁଛି ବନ ବିଭାଗ। ତେଣୁ ଗୁପ୍ତେଶ୍ୱର ଆସୁଥିବା ହଜାର ହଜାର ଭକ୍ତ ମାନେ ଓ ସ୍ଥାନୀୟ ଅଚଂଳର ଲୋକଙ୍କୁ ସତର୍କ କରାଯାଇଛି । ପ୍ରତି ବର୍ଷ ପାଣି ଢାଲିବାକୁ ଏଠାକୁ ହଜାର ହଜାର କାଉଡ଼ିଆ ଆସନ୍ତି। ମହା ଶିବରାତ୍ରରେ ପୀଠରେ ଲକ୍ଷା ଧିକ ଭକ୍ତଙ୍କ ଭିଡ଼ ଜମି ଥାଏ । ଏସବୁ ଭିତରେ କୁମ୍ଭିରକୁ ନେଇ ପର୍ଯ୍ୟଟକଙ୍କ ମଧ୍ୟରେ ଭୟ ବଢିଛି । ବନ ବିଭାଗ ସଜାଗ ରହିଥିଲେ ମଧ୍ୟ ଗଭୀର ପାଣି ଭିତରୁ କୁମ୍ଭିରକୁ ଧରିବା ବନ ବିଭାଗ ପାଇଁ ବଡ଼ ଚ୍ୟାଲେଞ୍ଜ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2026/01/23/crocodiles-2026-01-23-18-41-36.jpg)