କନକ ବ୍ୟୁରୋ : ଇଟାଭାଟି ଭାଙ୍ଗିବାକୁ ଯାଇ ପ୍ରଶାସନ ହଟହଟା । ତହସିଲଦାରଙ୍କ ସମେତ ଅଗ୍ନିଶମ ଗାଡ଼ି ଓ ଜେସିବି ଅଟକ ରଖିଲେ ଲୋକେ । ଉତ୍ୟକ୍ତ ଲୋକେ ଟାୟାର ଜାଳି କଲେ ରାସ୍ତା ଅବରୋଧ । ବେଆଇନ ଇଟାଭାଟି ଭାଙ୍ଗିବାକୁ ଯାଇ ଚାନ୍ଦବାଲି ତହସିଲଦାରଙ୍କୁ ହଟହଟା ହେବାକୁ ପଡ଼ିଛି । ଫଳରେ ଇଟାଭାଟି ମାଲିକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Advertisment

ଅଧିକ ପଢନ୍ତୁ : ପ୍ରଦୂଷଣ ରୋକିବାକୁ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ, ବାଲେଶ୍ୱରରେ କଟକଣାକୁ ଫୁ' କରିଦେଇଛନ୍ତି ଇଟାଭାଟି ମାଲିକ

ନାଲଗୁଣ୍ଡା ପଞ୍ଚାୟତରେ ଉତ୍ୟକ୍ତ ଇଟାଭାଟି ମାଲିକ ଓ କର୍ମଚାରୀ ତହସିଲଦାରଙ୍କୁ ଦୀର୍ଘ ସମୟ ପର୍ୟ୍ୟନ୍ତ ଅଟକ ରଖିଥିଲେ । ଦୀର୍ଘ ସମୟ ଉତ୍ତେଜନା ଲାଗିରହିଥିଲା । ଇଟା ଶ୍ରମିକଙ୍କ କହିବା ମୁତାବକ ଇଟା ଗଢି ସାରିବା ପରେ ଭାଟିରେ ନିଆଁ ଲଗାଇବା ପରେ ଇଟା ଶ୍ରମିକ ମଜୁରୀ ପାଇଥାନ୍ତି । ମାତ୍ର ପ୍ରଶାସନ ବିନା ସୂଚନାରେ ଭାଟି ଭାଙ୍ଗି ଦେଇଥିବାରୁ ଶ୍ରମିକ ମାନଙ୍କ ଦୀର୍ଘ ଦିନର ମଜୁରୀ ପାଇବାରୁ ବଞ୍ଚିତ ରହିବେ ବୋଲି ଅଭିଯୋଗ କରିଛନ୍ତି ।