କନକ ବ୍ୟୁରୋ : ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ପାଇଁ ବାଲେଶ୍ୱରରେ କଟକଣା ଲାଗିଛି । କିନ୍ତୁ ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ବେଆଇନ ଇଟାଭାଟି ଛତୁ ଫୁଟିଲା ଭଳି ଚାଲିଛି । ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ କରି ଇଟାଭାଟି ପ୍ରଦୂଷଣ ବଢ଼ାଉଛି  । ଆଉ ନିରବ ଦ୍ରଷ୍ଟା ସାଜିଛି ଜିଲ୍ଲା ପ୍ରଶାସନ । ଇଟାଭାଟିରୁ ବାହାରୁଥିବା ଧୁଆଁ ଧୁଳିରେ ଅତିଷ୍ଠ ହୋଇପଡ଼ିଲେଣି ଅଞ୍ଚଳବାସୀ । ବାଲେଶ୍ୱର ଜିଲ୍ଲା ବସ୍ତା ଅଞ୍ଚଳରେ ପ୍ରଦୂଷଣ କଟକଣାର ଧଜିଆ ଉଡୁଛି । ଧୁଳି ଧୁଆଁ ଉଡ଼ାଇ ଖୁଲମଖୁଲ୍ଲା ଚାଲିଛି ବେଆଇନ ଇଟାଭାଟି । ଗୋଟେ କି ଯୋଡ଼େ ନୁହେଁ ବସ୍ତା ତହସିଲ ଅଞ୍ଚଳରେ ଛତୁ ଫୁଟିଲା ଭଲି ଗଢି ଉଠିଛି ମାଳ ମାଳ ନାଲି ଇଟାଭାଟି। ପ୍ରଦୂଷଣ ବଢ଼ାଉଥିବାରୁ ଇଟାଭାଟି ବନ୍ଦ କରିବା ପାଇଁ ସରକାରଙ୍କ ନିର୍ଦେଶ ଅଛି । ନିୟମକୁ ବେଖାତିର କରି ଇଟାଭାଟି ମାଲିକ ମାନେ ଚଳାଉଛନ୍ତି । ଆଉ ପ୍ରଶାସନ ହାତବାନ୍ଧି ବସିଛି । 

Advertisment

ଅଧିକ ପଢ଼ନ୍ତୁ : ଅଣନିଃଶ୍ବାସୀ କରୁଛି ମାଳମାଳ ବେଆଇନ ଇଟାଭାଟି ; ପ୍ରଦୂଷଣ ଆଇନକୁ ଖୋଲାଖୋଲି ଉଲ୍ଲଙ୍ଘନ

  • ସୁବର୍ଣ୍ଣରେଖା ଅବବାହିକାର ପଟୁମାଟିକୁ ଖୋଳି ନେଉଛନ୍ତି 
  • ନଦୀ ଅବବାହିକାର ଜୈବ ବିବିଧତା ନଷ୍ଟ ହେଉଛି 
  • ଇଟାଭାଟି ଧୂଆଁରେ ବଢ଼ୁଛି ପ୍ରଦୂଷଣ 
  • ଆଖପାଖ ଅଞ୍ଚଳରେ ପାଉଁଶ ଉଡ଼ି ଚାଷ କ୍ଷତିଗ୍ରସ୍ତ 

ପାଉଁଶ ଉଡ଼ି ଖାଦ୍ୟ ପଦାର୍ଥରେ ମିଶିବା ଦ୍ୱାରା ଲୋକ ରୋଗରେ ପଡ଼ୁଛନ୍ତିଏହାଛଡ଼ା ଇଟାଭାଟିରୁ ଗାଡି ଦ୍ରୁତ ଗତିରେ ଯାତାୟତ କରୁଥିବାରୁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା । ଗ୍ରୀନ ଟ୍ରିବ୍ୟୁନାଲର ନିୟମ ଅନୁଯାୟୀ ନାଲି ଇଟାଭାଟି ବନ୍ଦ ପାଇଁ ନିର୍ଦେଶନାମା ଜାରି କରାଯାଇଛି। ନିୟମ ଉଲ୍ଲଂଘନ କଲେ କାର୍ଯ୍ୟାନୁଷ୍ଠାନ  ନିର୍ଦ୍ଦେଶ  ରହିଛି । ମାତ୍ର ଏହା ଖଣି ବିଭାଗ ହାତରେ ରହିଥିବାରୁ ରାଜସ୍ୱ ବିଭାଗ ଦୃଷ୍ଟି ଦେଉନି ।  ଫଳରେ ବିନା ପଞ୍ଜୀକରଣରେ ନାଲିଇଟା ଭାଟି ଗଢ଼ି ଉଠୁଛି, ଆଉ ଏହାର ପରିଣାମ ଭୋଗୁଛନ୍ତି ସ୍ଥାନୀୟ ଲୋକ । ଅନ୍ୟପଟେ କିଛି ଅସାଧୁ ସରକାରୀ ଅଧିକାରୀଙ୍କୁ ହାତ କରି ଇଟାଭାଟି ମାଲିକ ପରିବେଶ ସହ ଖେଳଖେଳି ମାଲାମାଲ ହେଉଛନ୍ତି ।  ବେଆଇନ ଇଟାଭାଟିକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି ।