କନକବ୍ୟୁରୋ : ପାଣି ପାଇଁ ରାସ୍ତାରେ ଗରା, ବାଲଟି ରଖି ଆନ୍ଦୋଳନ ।  ପଦ୍ମପୁର-ପାଟଣାଗଡ ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି ।  ରାସ୍ତାର ଉଭୟ ପଟେ ଅଟକି ରହିଛି ଗାଡ଼ି । ବରଗଡ଼ ଜିଲ୍ଲା ପଦ୍ମପୁର ସହରର ରଜାପଡା  ଠାରେ ପାଣି ପାଇଁ ରାସ୍ତା ରୋକ କରିଛନ୍ତି ସାଧାରଣ ଜନତା ।  ୧୧ଟି ୱାର୍ଡ ବିଶିଷ୍ଟ ପଦ୍ମପୁର ସହରରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ତିନି ଦିନ ହେଲା ପିଇବା ପାଣି ପାଇଁ ଡହକ ବିକଳ ହେଉଛନ୍ତି ପଦ୍ମପୁର ସହରର ରଜାପଡା ବାସୀ । ଫଳରେ ଏହାର ପ୍ରତିବାଦରେ ଆଜି ଟାୟାର ଜାଳି, ଗରା ମାଠିଆ ରଖି ପ୍ରତିବାଦ କରିଛନ୍ତି ଲୋକ ।