କନକ ବ୍ୟୁରୋ : ରାଜଧାନୀ ବଜାରକୁ ସିନ୍ଥେଟିକ୍‌ ପନିର କବ୍‌ଜା କରିଛି । ଆବଶ୍ୟକ ପରିମାଣର କ୍ଷୀର ମିଳୁ ନଥିବା ବେଳେ ପ୍ରଚୁର ପରିମାଣର ପନିର ଏପରି ସନ୍ଦେହ ପାଇଁ ବାଧ୍ୟ କରୁଛି । ବେପାରୀମାନେ ଅପମିଶ୍ରଣର ଆଶ୍ରୟ ନେଉଛନ୍ତି । ନିମ୍ନମାନର କ୍ଷୀର ପାଉଡର୍ ସାଙ୍ଗକୁ ଭେଜିଟେବଲ୍ ଫ୍ୟାଟ୍ ମିଶାଇ ବଜାରକୁ ଛଡା ଯାଉଛି ।

Advertisment

ଗାଡ଼ିରେ ଲଦା ହୋଇଥିବା ପ୍ୟାକେଟରୁ ପ୍ରସ୍ତୁତ ହେଉଛି ସିନ୍ଥେଟିକ ପନିର । ଏହି ନିମ୍ନମାନର କ୍ଷୀର ପାଉଡର ଦାମ୍ ୩୫୦ ଟଙ୍କା । ଗୋଟେ କେଜି ପାଉଡରରେ ପ୍ରସ୍ତୁତ ହେଉଛି ୩ କିଲୋ ସିନ୍ଥେଟିକ୍ ପନିର୍ । ଯାହା ବଜାରରେ କେଜି ପ୍ରତି ୧୮୦ରୁ ୨୪୦ ଟଙ୍କାରେ ବିକ୍ରି ହେଉଛି । ଅର୍ଥାତ୍ ଦୁଇ ଗୁଣା ଲାଭ । ବିବାହ, ବ୍ରତ ଭଳି ବଡ଼ ଭୋଜିରେ ସିନ୍ଥେଟିକ୍ ପନିର୍ ବ୍ୟବହାର ହେଉଛି । ରାଜଧାନୀ ବଜାରରେ ମଧ୍ୟ ଅପମିଶ୍ରିତ ପନିର ପସରା ମେଲାଇ ସାରିଲାଣି ।

ଅଧିକ ପଢ଼ନ୍ତୁ : ଅପପୁଷ୍ଟିରେ ପେଷି ହେଉଛି ଶିଶୁ; ମା’ ଦେହରୁ ବି ଶୁଖିଗଲାଣି ରକ୍ତ

ସିନ୍ଥେଟିକ୍ ପନିର ଆଦି ପଛରେ ଅନ୍ତଃରାଜ୍ୟ ରାକେଟ୍ କାମ କରୁଛି । ପଶ୍ଚିମବଙ୍ଗ, ୟୁପି, ମଧ୍ୟପ୍ରଦେଶ, ଛତିଶଗଡ଼ରୁ କ୍ଷୀର ପାଉଡର୍‌ ଆଣି ଓଡ଼ିଶାରେ ପନିର୍ ଓ ଛେନା ପ୍ରସ୍ତୁତ କରାଯାଉଛି । ଲାଭଜନକ ହୋଇଥିବାରୁ ଓଡ଼ିଶାର କିଛି ବେପାରୀ ବୃତ୍ତି କରିସାରିଲେଣି । ପିପିଲି ଅଞ୍ଚଳ ପେଣ୍ଠସ୍ଥଳ ପାଲଟିଛି। ସିନ୍ଥେଟିକ୍ ପନିର୍ ଖାଇ ଲୋକେ ଅସୁସ୍ଥ ହେଉଛନ୍ତି, ହେଲେ ସରକାରୀ ସ୍ତରରେ ଯାଞ୍ଚ ଧିମା ପଡ଼ିଛି । ସିନ୍ଥେଟିକ୍ ପନିରର ବିକ୍ରି ରୋକିବାକୁ ଖାଦ୍ୟ ସୁରକ୍ଷା ବିଭାଗ କଣ କରୁଛି ତାକୁ ନେଇ ଉଠିଛି ପ୍ରଶ୍ନ ।