କନକ ବ୍ୟୁରୋ : ଶିଶୁ ଅପପୃଷ୍ଟି ଓ ଗର୍ଭବତୀ ରକ୍ତହୀନତା ଦୂର କରିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା । ହେଲେ ଏହିସବୁ ଯୋଜନା ସତେ ଯେମିତି ଫଳପ୍ରଦ ହବାର ନାଁ ନେଉନହିଁ । ରାୟଗଡ଼ା ଜିଲ୍ଲାର ଗ୍ରାଫ ଦେଖିଲେ ତାହା ଜଣାପଡୁଥିବା ବେଳେ ଏହା ଏବେ ଚିନ୍ତାର କାରଣ ପାଲଟିଛି ।
ରାୟଗଡ଼ା ଜିଲ୍ଲାରେ ଶିଶୁ ଅପପୃଷ୍ଟି ଓ ଗର୍ଭବତୀ ରକ୍ତହୀନତା ଉଦବେଗଜନକ ସ୍ଥିତିରେ ପହଞ୍ଚିଛି । ରାଜ୍ୟ ସରକାର ବି ବିଧାନସଭାରେ ଏହାକୁ ସ୍ୱୀକାର କରିଛନ୍ତି । ଯୋଜନା ହେଉଛି କିନ୍ତୁ କିଛି ଫଳ ମିଳୁନାହିଁ । ଗତ ୫ ବର୍ଷ ମଧ୍ୟରେ ରାୟଗଡ଼ା ଜିଲ୍ଲାରେ ୨, ୬୯, ୯୪୩ ଜଣ ଗର୍ଭବତୀ ମହିଳା ଚିହ୍ନଟ ହୋଇଥିବା ବେଳେ ଏମାନଙ୍କ ମଧ୍ୟରୁ ୮୧୭୧ ଜଣ ରକ୍ତହୀନତାର ଶିକାର ହୋଇଥିଲେ । ସେହିପରି ୬ ମାସରୁ ୬ ବର୍ଷ ପର୍ଯ୍ୟନ୍ତ ୨,୭୮,୬୦୭ ଜଣ ଶିଶୁ ଚିହ୍ନଟ ହୋଇଥିବା ବେଳେ ୭୨୩୧ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି ।
ଅଧିକ ପଢ଼ନ୍ତୁ : ରାଜ୍ୟରେ ହଜାର ହଜାର ପିହୁଙ୍କ ମିଳୁନି ପତ୍ତା ! ୨ ବର୍ଷ ଭିତରେ ହଜିଲେଣି ପ୍ରାୟ ୧୧ ହଜାର ଶିଶୁ
ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର କାଶୀପୁର ବ୍ଳକରେ ସର୍ବାଧିଳ ୧୨୩୬ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ଦ୍ୱିତୀୟରେ ରାୟଗଡ଼ା ବ୍ଳକରେ ୧୧୩୫ ଜଣ, ତୃତୀୟରେ ମୁନିଗୁଡ଼ା ବ୍ଳକରେ ୮୯୮ ଜଣ ଶିଶୁ ଅପପୁଷ୍ଟିର ଶିକାର ହୋଇଛନ୍ତି । ରକ୍ତହୀନତାର ଶିକାର ହୋଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରେ ବିଷମକଟକ ବ୍ଳକରେ ସର୍ବାଧିକ ୧୬୮୯ ଜଣ ମହିଳା ଚିହ୍ନଟ ହୋଇଥିବା ବେଳେ ଏହାର ପଛକୁ ରାୟଗଡ଼ା ବ୍ଳକରେ ୧୨୭୨ ଜଣ, କାଶୀପୁରରେ ୧୧୭୩ ଜଣ ଅଛନ୍ତି । ଏହା ଜିଲ୍ଲାର ଅସଲ ଚିତ୍ରକୁ ସାମ୍ନାକୁ ଆଣିଛି ।
ଜିଲ୍ଲାରେ ଶିଶୁ ଅପପୁଷ୍ଟି ଓ ଗର୍ଭବତୀ ରକ୍ତହୀନତା ରୋକିବାକୁ ଏବେ ଠାରୁ ପଦକ୍ଷେପ ନିହାତି ଦରକାର । ନ ହେଲେ ସ୍ଥିତି ଆହୁରି ଖରାପ ହେବା ସମ୍ଭାବନା ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/05/2025-04-05t104857750z-whatsapp-image-2025-04-05-at-161819.jpeg)
/kanak/media/media_files/2025/12/14/malnutrition-2025-12-14-22-06-58.jpg)