କନକ ବ୍ୟୁରୋ:  ଲୁଟ୍ ଉଦ୍ୟମ କରୁଥିବାବେଳେ ଅଟକାଇବାରୁ ମହିଳାଙ୍କୁ ବିଭତ୍ସ ହତ୍ୟା । କଳାହାଣ୍ଡି ଧର୍ମଗଡ ଥାନା ଗଡ଼ିଆଜୋର ଗାଁରେ ଅବସରପ୍ରାପ୍ତ ମହିଳା ସ୍ବାସ୍ଥ୍ୟକର୍ମୀ ସୁଚିତ୍ରା ଖୁଣ୍ଟିଆଙ୍କୁ ହତ୍ୟା କରିଛନ୍ତି ଦୁର୍ବୃତ୍ତ । ଘରେ ଏକୁଟିଆ ଥିବାବେଳେ ଗତକାଲି ରାତିରେ ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ପଶିଥିଲେ ।

Advertisment

ଅଧିକ ପଢନ୍ତୁ:  ଅଧ୍ୟାପିକା ପ୍ରିୟଙ୍କା ଦାଶ ହତ୍ୟାକୁ ନେଇ ବଢୁଛି ରହସ୍ୟ ; ମୋବାଇଲ୍ ଖୋଲିବ ସତ

ତେବେ ସେମାନଙ୍କୁ ଅଟକାଇବାରୁ ଦୃର୍ବୁତ୍ତମାନେ ତାଙ୍କୁ ହତ୍ୟା କରି ଘରେ ଥିବା ସ୍କୁଟିକୁ ନେଇ ଫେରାର ହୋଇ ଯାଇଥିବା ଅନୁମାନ କରାଯାଉଛି । ଖବର ପାଇ ଘଟଣା ସ୍ଥଳରେ ଧର୍ମଗଡ ଥାନା ପୋଲିସ, ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ମୃତ ମହିଳା ହେଲେ ଡିସେମ୍ବର ୨୦୨୪ ରେ ଏଲ୍‌ଏଚ୍‌ବି ଭାବେ ଅବସର ନେଇଥିଲେ । ଗତ କିଛି ଦିନତଳେ ସେ ବ୍ୟାଙ୍କରୁ କିଛି ଟଙ୍କା ଉଠାଇଥିଲେ । ତାକୁ ନେଇ କେହି ଦୃର୍ବୁତ୍ତ ଘରେ ଲୁଟ୍ ପାଟ କରିବା ସହିତ ହତ୍ୟାକରି ଥିବା ଅନୁମାନ କରାଯାଉଛି । ହତ୍ୟା ପରେ ସ୍କୁଟିକୁ ନେଇ ଭୀମଖୋଜ ପଡ଼ା ବିଜୁ ଏକ୍ସପ୍ରେସ ୱେରେ ସ୍କୁଟିକୁ ଛାଡି ଦେଇ ଦୁର୍ବୃତ୍ତମାନେ ଫେରାର ହୋଇଥିବା କୁହାଯାଉଛି ।