କନକ ବ୍ୟୁରୋ : କେନ୍ଦୁଝରର ଅଧ୍ୟାପିକା ପ୍ରିୟଙ୍କା ଦାଶ ହତ୍ୟା ମାମଲାରେ ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ କେନ୍ଦୁଝର ମାଇନିଂ ରୋଡ ସ୍ଥିତ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଘଟଣାର ତଦନ୍ତ କରୁଛି ଟାଉନ୍ ଥାନା ପୁଲିସ । ଆଜି ମହିଳା ଅଧ୍ୟାପିକାଙ୍କର ପୁରୁଷ ବନ୍ଧୁ ତଥା ଅଭିଯୁକ୍ତ ରୁଦ୍ରନାରାୟଣ ମିଶ୍ରଙ୍କ ଘରେ ଯାଞ୍ଚ କରିଛି ଫୋରେନସିକ୍ ଟିମ୍ । ଆଜି ଟାଉନ୍ ଥାନା ପୁଲିସ ସହ, ଏକ ୫ଜଣିଆ ଫୋରେନସିକ୍ ଟିମ୍ ସେଠାରେ ପହଞ୍ଚି ଛାନଭିନ୍ କରିଛି । ଏହାପରେ ସେଠାରୁ ମୃତ ଅଧ୍ୟାପିକାଙ୍କର ପିନ୍ଧା ଡ୍ରେସ, ତାଙ୍କର ଭଙ୍ଗା ମୋବାଇଲ୍ ଫୋନ୍, ଆଧାରକାର୍ଡ଼, ବ୍ୟାଙ୍କ ଖାତା, ଏଟିଏମ କାର୍ଡ ଆଦି ଜବତ କରାଯାଇଛି ।
କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧ୍ୟାପିକା ପ୍ରିୟଙ୍କା ଦାଶ, ନିଜ ପୁରୁଷ ବନ୍ଧୁ ରୁଦ୍ରନାରାୟଣ ମିଶ୍ରଙ୍କ ମାଇନିଂ ରୋଡ଼ ସ୍ଥିତ ଘରେ ରହୁଥିଲେ । ଗତ ୧୭ ତାରିଖ ଦିନ ସେଠାରୁ ପ୍ରିୟଙ୍କାଙ୍କ ଶବ ମିଳିଥିଲା । ପ୍ରିୟଙ୍କାଙ୍କୁ ରୁଦ୍ରନାରାୟଣ ମିଶ୍ର ହତ୍ୟା କରିଥିବା ଅଭିଯୋଗ କରିଥିଲେ ପ୍ରିୟଙ୍କାଙ୍କ ପରିବାର । ଅଭିଯୋଗ ପରେ ଗତକାଲି ରୁଦ୍ରନାରାୟଣ ମିଶ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଟାଉନ୍ ଥାନା ପୁଲିସ । ଆଜି ଏହି ମାମଲାରେ ପୁଲିସ ଅଧିକ ଖୋଳତାଡ଼ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛନ୍ତି ସଦର ଏସଡିପିଓ । ବାଲେଶ୍ଵର ଜିଲ୍ଲା ବାହାନଗା ପଞ୍ଚାୟତ ତାଳପଦା ଗାଁର ପ୍ରିୟଙ୍କା ଦାଶ, ଗତ ୨ବର୍ଷ ଧରି ଗୃହ ବିଜ୍ଞାନରେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟର ଅତିଥି ଅଧାପିକା ଭାବେ କାର୍ଯ୍ୟରତ ଥିଲେ ।
ଅଧିକ ପଢ଼ନ୍ତୁ--ବିଷ ପାଲଟିଲାଣି ରାଜଧାନୀର ବାୟୁ, ଖଣ୍ଡଗିରିରେ ବାୟୁ ଗୁଣବତ୍ତା ସୂଚକାଙ୍କ ମାନ ୩୬୬
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/12/20/crime-2025-12-20-12-25-15.jpg)