କନକ ବ୍ୟୁରୋ; ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା । ସହିଦନଗରରେ ଗଣ ଦୁଷ୍କର୍ମ ମାମଲାରେ ମନିଟର କରିବ କ୍ରାଇମ ଏଗେନ୍ଷ୍ଟ ୱିମେନ୍ I ଡିଜିଟାଲ ଏଭିଡେନ୍ସ, ସାଇଣ୍ଟିଫିକ ଏଭିଡେନ୍ସ ସହ ତଦନ୍ତର ଅଗ୍ରଗତି ନେଇ ତଦନ୍ତକାରୀ ଅଧିକାରୀଙ୍କ ସହ ହେବ ଆଲୋଚନା । ସହିଦନଗରରେ ଏକ ଭଡ଼ା ଘରେ ଦୁଇ ଅଭିଯୁକ୍ତ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଚାକିରି ପ୍ରଲୋଭନ ଦେଖାଇ ଭୁବନେଶ୍ୱରକୁ ଡକାଇ ଏକ ଭଡ଼ାଘରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଡାଟା ଏଣ୍ଟ୍ରି ଅପରେଟେର ଚାକିରି ଦେବାକୁ ସୋସିଆଲ ମିଡିଆରେ ବିଜ୍ଞାପନ ଦେଇଥିଲେ ଅଭିଯୁକ୍ତ । ଯୁବତୀଙ୍କ ପୁରୁଷବନ୍ଧୁ ତାଙ୍କୁ ଭୁବନେଶ୍ବର ସହିଦନଗରସ୍ଥିତ ଅଭିଯୁକ୍ତ ରହୁଥିବା ଘରେ ଛାଡିଥିଲେ ।
ଅଧିକ ପଢନ୍ତୁ: ଧଉଳି ଅଞ୍ଚଳରେ ନାବାଳିକାଙ୍କୁ ଗଣଦୁଷ୍କର୍ମ ଘଟଣା; ୨ ଅଭିଯୁକ୍ତ ଗିରଫ
ଏପରିକି ନାବାଳିକାଙ୍କୁ ଫୋନ ମଧ୍ୟ ନେଇ ପଳାଇଥିଲେ । ପରେ ଦୁଇ ଅଭିଯୁକ୍ତ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ମାମଲାରେ ପୁଲିସ ୨ ଅଭିଯୁକ୍ତଙ୍କୁ ବାନ୍ଧିଛି । ସେମାନେ ହେଲେ ଖୋର୍ଦ୍ଧା କେରଙ୍ଗ ଅଞ୍ଚଳର ଅକ୍ଷୟ ଦାସ ଓ ମୁକୁନ୍ଦ୍ରପସାଦ ଅଞ୍ଚଳର ସାହିଲ୍ ଖାନ୍ । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଂଚି ପ୍ରମାଣ ଯୋଗାଡ କରିଛନ୍ତି । ପୀଡ଼ିତାଙ୍କ ଅଭିଯୋଗ ଅନୁସାରେ, ଗତ ୧୮ ତାରିଖରେ ତାଙ୍କୁ ଭୁବନେଶ୍ବର ଡକାଯାଇଥିଲା । ସେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ଏକ ରୁମକୁ ନେଇ ଦୁଷ୍କର୍ମ କରିଥିଲେ । ପୀଡ଼ିତା କୌଶଳକ୍ରମେ ସେଠାରୁ ଖସିଆସି ସହିଦନଗର ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଚଢ଼ାଉ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏବେବି ପୀଡ଼ିତାଙ୍କ ପୁରୁଷବନ୍ଧୁ ଧରାପଡିନଥିବା ବେଳେ ପୁଲିସ ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି । ପୁରୁଷ ବନ୍ଧୁଙ୍କ ଫୋନ ଅଫ୍ ଥିବାରୁ ଏଥିରେ ତାଙ୍କର ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/11/27/2024-11-27t060618923z-rrrr.jpg)
/kanak/media/media_files/2025/12/21/rape-case-2025-12-21-16-10-31.jpg)