ଇମ୍ରାନ ଖାନଙ୍କୁ ନେଇ ସସପେନ୍ସ ଜାରି, ପାକିସ୍ତାନ ସରକାର ଓ ସେନାଠୁ ବାପା ବଞ୍ଚିଥିବା ପ୍ରମାଣ ମାଗିଲେ ପୁଅ କାସିମ୍

ସେପଟେ ପାକିସ୍ତାନ ସରକାର ଓ ଜେଲ୍ ପ୍ରଶାସନ ଇମ୍ରାନଙ୍କ ପରିବାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲର ଏକ ସ୍ବତନ୍ତ୍ର ସେଲରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି । ସେପଟେ ଜେଲ୍ ବାହାରେ ଇମ୍ରାନଙ୍କ ସମର୍ଥକ ପ୍ରଦର୍ଶନ ଜାରି କରିଛନ୍ତି  ।

imran

କନକ ବ୍ୟୁରୋ : କୁଆଡ଼େ ଗଲେ ଇମ୍ରାନ୍ ଖାନ୍ ? ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜୀବିତ ନା ମୃତ ? ଏନେଇ କୌଣସି ସ୍ପଷ୍ଟ ଚିତ୍ର ସାମ୍ନାକୁ ଆସୁନି । ସେପଟେ ପାକିସ୍ତାନ ସରକାର ଓ ସେନାଠାରୁ ବାପା ବଞ୍ଚିଥିବା ପ୍ରମାଣ ମାଗିଛନ୍ତି ପୁଅ କାସିମ ଖାନ୍ । ତେବେ ସମସ୍ତ ଅଭିଯୋଗ ଖଣ୍ଡନ କରିଛନ୍ତି ସରକାର । ଇମ୍ରାନ୍ ଠିକ ଥିବା କହିଛନ୍ତି । 

ଅଧିକ ପଢ଼ନ୍ତୁ :  ଜେଲରେ ଠିକ୍ ଅଛନ୍ତି ତ ଇମ୍ରାନ୍ ଖାନ୍? ପାକିସ୍ତାନରେ ମିଛ ଗୁଜବ, ଭେଟିପାରୁନାହାଁନ୍ତି ପରିବାର

କ’ଣ ହୋଇଛି ମୋ ବାପାଙ୍କର? ସେ ଜୀବିତ ନା ମୃତ? ଯଦି ବଞ୍ଚିଛନ୍ତି, ତେବେ ପ୍ରମାଣ ଦିଅ । ପାକିସ୍ତାନ ସରକାର ଓ ସେନା ନିକଟରେ ଏହି ଦାବି ଜଣାଇଛନ୍ତି ଇମ୍ରାନ୍ ଖାନଙ୍କ ପୁଅ କାସିମ୍ ଖାନ୍ । ସେ ପଚାରିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ କାହିଁକି ଇମ୍ରାନଙ୍କୁ ଭେଟିବାକୁ ଦିଆଯାଉନି? ଯଦି ବାପା ଜୀବିତ, ତେବେ କାହିଁକି ଦେଖିବାକୁ ଦିଆଯାଉନି ? ଜେଲ୍ ବାହାରେ ସମ୍ପର୍କୀୟଙ୍କ ସହ କାହିଁକି ପଶୁ ପରି ବ୍ୟବହାର କରାଯାଉଛି ? କାହିଁକି ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରୁଛି ଜେଲ୍ ପ୍ରଶାସନ ? ଘଟଣାକୁ ବିଶ୍ବମଞ୍ଚରେ ମଧ୍ୟ ଉଠାଇଛନ୍ତି  କାସିମ । ଇମ୍ରାନଙ୍କ ସମ୍ପର୍କରେ ସୂଚନା ସାର୍ବଜନୀନ କରିବାକୁ ଇଣ୍ଟରନ୍ୟାସନାଲ କମ୍ୟୁନିଟି, ଗ୍ଲୋବାଲ ହ୍ୟୁମାନ ରାଇଟ୍‌ସ ଅର୍ଗାନାଇଜେସନକୁ  ଅପିଲ କରିଛନ୍ତି କାସିମ। ଇମ୍ରାନଙ୍କ ଭଉଣୀ ନୁରିନ୍ ମଧ୍ୟ ଏନେଇ ପ୍ରତିକ୍ରିୟା ରଖିଛନ୍ତି ।  

ଅଧିକ ପଢ଼ନ୍ତୁ :  ଜେଲ ଭିତରେ ଥାଇ ଚମକାଇ ଦେଲେ ଇମ୍ରାନ୍ ଖାନ୍ । ୬୫ଆସନରେ ଆଗୁଆ ଅଛନ୍ତି ପିଟିଆଇ ସମର୍ଥିତ ପ୍ରାର୍ଥୀ ।ବହୁ ପଛରେ ଭୁଟ୍ଟୋ ଓ ସରିଫଙ୍କ ଦଳ ।

ସେପଟେ ପାକିସ୍ତାନ ସରକାର ଓ ଜେଲ୍ ପ୍ରଶାସନ ଇମ୍ରାନଙ୍କ ପରିବାରର ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଜେଲର ଏକ ସ୍ବତନ୍ତ୍ର ସେଲରେ ଅଛନ୍ତି ଓ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଥିବା କୁହାଯାଉଛି । ସେପଟେ ଜେଲ୍ ବାହାରେ ଇମ୍ରାନଙ୍କ ସମର୍ଥକ ପ୍ରଦର୍ଶନ ଜାରି କରିଛନ୍ତି  ।

ଅଧିକ ପଢ଼ନ୍ତୁ :  ଆକ୍ରମଣ ଘଟଣାରେ ମୁହଁ ଖୋଲିଲେ ଇମ୍ରାନ୍ ଖାନ୍ : ହସ୍ପିଟାଲରୁ ସାମ୍ବାଦିକ ସମ୍ମିଳନୀ କରି କହିଲେ, ଆକ୍ରମଣ ହେବ ବୋଲି ଜାଣିଥିଲି

 ୨୦୨୩ରୁ ରାଓଲପିଣ୍ଡିର ଆଦିୟାଲ ଜେଲରେ ବନ୍ଦୀ ଅଛନ୍ତି ଇମ୍ରାନ । ବୁଧବାର ଇମ୍ରାନଙ୍କୁ ହତ୍ୟା କରାଯାଇଥିବା ଖବର ହଠାତ ନିଆଁ ବେଗରେ ବ୍ୟାପିଥିଲା । ୩ଦିନ ହେଲା ଏନେଇ ସସପେନ୍ସ ଜାରି ରହିଛି । ସେପଟେ ଭାଇରାଲ ହେଉଛି ଇମ୍ରାନଙ୍କ ପୁରୁଣା ଆର୍ଟିକିଲ । ଯେଉଁଥିରେ ସେ ପାକିସ୍ତାନ ସେନା ମୁଖ୍ୟ ଆସୀମ ମୁନିରଙ୍କୁ ନେଇ ବଡ଼ ଆଶଙ୍କା ପ୍ରକାଶ କରିଥିଲେ । ଯଦି ତାଙ୍କର ବା ତାଙ୍କ ପତ୍ନୀ ବୁସରା ବିବିଙ୍କର କିଛି ହୁଏ, ସେଥିପାଇଁ ମୁନିର ଦାୟୀ ରହିବେ ବୋଲି ଆର୍ଟିକିଲରେ ଉଲ୍ଲେଖ କରିଥିଲେ ଇମ୍ରାନ  । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe