କନକ ବ୍ୟୁରୋ: ବାଂଲାଦେଶୀ ସନ୍ଦେହରେ ପୁଲିସର ଚଢାଉ । ଜଗତସିଂହପୁର ଜିଲ୍ଲା ତରିକୁନ୍ଦ ଦରିଆପୁର ବସ୍ତିରେ ବାଂଲାଦେଶୀ ରହୁଥିବା ସନ୍ଦେହ କରି ଚଢାଉ କରିଛି ସଦର ପୁଲିସ। ୩୦ରୁ ଅଧିକ ଘର ଉପରେ ପୁଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ୨୦ରୁ ଅଧିକ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଠାବ କରି ଅଟକ ରଖିଛି । ଏହି ବସ୍ତିରେ ଥିବା ମଦ୍ରାସାରେ କିଛି ବାଂଲାଦେଶୀ ରହୁଥିବା ଖବର ମିଳିବା ପରେ ପୁଲିସ ଚଢାଉ କରିଥିଲା । ଅଟକ ବାଂଲାଦେଶୀଙ୍କ ମଧ୍ୟରେ ୬ ଜଣ ନାବାଳକ ଅଛନ୍ତି । ଏମାନଙ୍କୁ କିଛି ଦିନ ହେବ ଏକ ମଦ୍ରାସାରେ ଆଣି ରଖାଯାଇଥିଲା ।

Advertisment

ଅଧିକ ପଢନ୍ତୁ : ରାଜ୍ୟରୁ ବାହାରିବେ ବାଂଲାଦେଶୀ ଅନୁପ୍ରବେଶକାରୀ: ଆଇନ ମନ୍ତ୍ରୀ

ଦରିଆପୁର ବସ୍ତିରୁ ଉଦ୍ଧାର ପରେ ସମସ୍ତ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ବାଗଲପୁର ସେଲଟର ହୋମ୍‌କୁ ନିଆଯାଇଛି। ପୁଲିସ ଚଢାଉ ବେଳେ ୧୦ରୁ ଅଧିକ ବାଂଲାଦେଶୀ ଚମ୍ପଟ ମାରିଥିଲେ ।  ବାଂଲାଦେଶୀ ସନ୍ଧେହ ରେ ୮ ଅଟକ । ଭଦ୍ରକ ବାଂଲାଦେଶୀ ସନ୍ଧେହ ରେ ବାସୁଦେବପୁର ଥାନାରେ ୮ ଜଣ ଅଟକ।ଦୀର୍ଘ ଦିନ ଧରି ଏମାନେ ଫେରି ନାଁରେ ବିଭିନ୍ନ ଗାଁରେ ବୁଲି ବିକ୍ରି କରୁଥିଲେ। ଭଦ୍ରକ ଏସପି ମନୋଜ ରାଉତ ଙ୍କ ନିର୍ଦେଶରେ ଚଢ଼ାଉ କରା ଯାଇଛି। ବାସୁଦେବପୁର ଅଂଚଳର ଚୋଧୁରୀସାହି ଓ ବାଲିନଗର ସାହିରେ ରହୁଥିଲେ ବାଂଲାଦେଶୀ।  ପୋଲିସ ସେମାନଙ୍କ ଆଧାର ଓ ବିଭିନ୍ନ କାଗଜପତ୍ର ଯାଞ୍ଚ କରୁଛି ।