କନକ ବ୍ୟୁରୋ : ଅକାତକାତ ଚିଲିକା ପାଣି ଭିତରେ ଘର। ହେଲେ ଶୋଷରେ ମରୁଛନ୍ତି ଗାଁ ଲୋକ । ଚିଲିକାର ଟାପୁ ଗାଁ ଭେଟି ବାଉରୀପଲ୍ଲୀରୁ ଆସିଛି ଜଳକଷ୍ଟର ବିକଳ ଚିତ୍ର । ଗାଁ ଲୋକ ବର୍ଷ ବର୍ଷ ଧରି ପ୍ରଶାସନ ପାଖରେ ଗୁହାରି କରୁଛନ୍ତି, ହେଲେ ଲୋକଙ୍କୁ ତାରିଖ ମିଳୁଛି, ପାଣି ମିଳୁନି । ଦେଖନ୍ତୁ ଏହି ସ୍ବତନ୍ତ୍ର ରିପୋର୍ଟ । 

Advertisment

ଅଧିକ ପଢ଼ନ୍ତୁ : ଚିଲିକା ଖାଉଛି ପଟୁମାଟି : ପ୍ରତିବର୍ଷ ଚିଲିକା ଗର୍ଭରେ ପଶୁଛି ୮ ଲକ୍ଷ ଟନର ପଟୁମାଟି

ଚାରିପଟେ ପାଣି, ମଝିରେ ଟାପୁ। ଟାପୁରେ ରହିଛି ଗାଁ। ଚାରିପାଖରେ ଅମାପ ପାଣି, କିନ୍ତୁ ମେଣ୍ଟାଇପାରୁନି ଗାଁ ଲୋକଙ୍କ ଶୋଷ।   ଚିଲିକାର ଟାପୁ ଗାଁ ଭେଟି ବାଉରୀ ପଲ୍ଲୀରେ ଜଳକଷ୍ଟ। ଯେଉଁଠି ଗାଈଗୋରୁ ମୁହଁମାରି ପାଣି ପିଅନ୍ତି, ସେହି ଘାଟରୁ ଗରା ବାଲଟିରେ ଘରକୁ ପାଣି ଆଣୁଛନ୍ତି ମହିଳା। ଦଶନ୍ଧି ଦଶନ୍ଧିରୁ ପାନୀୟ ଜଳ ସମସ୍ୟା ଅଛି, ପ୍ରଶାସନ କିନ୍ତୁ ସବୁ ଜାଣି ବେଫିକର ବସିଛି। ବାରମ୍ୱାର ଗାଁ ଲୋକଙ୍କ ଗୁହାରି ସତ୍ତ୍ୱେ ।

ଅଧିକ ପଢ଼ନ୍ତୁ : ଗାଁରେ ପଶିଲା ଚିଲିକା ପାଣି ; ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ୧୦ ଡଙ୍ଗା

 ବାରମ୍ବାର ଗୁହାରି ସତ୍ତ୍ୱେ ପିଇବା ପାଣି ବ୍ୟବସ୍ଥା ହେଉନଥିବାରୁ ବ୍ଳକକୁ ଆସି ବିଡିଓଙ୍କୁ ଭେଟି ଦୁଃଖ ଜଣାଇଛନ୍ତି ଗ୍ରାମବାସୀ । ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି ଶୀଘ୍ର ପାଣି ସୁବିଧା ଯୋଗାଇ ଦିଆଯିବ। ସେପଟେ ପାନୀୟ ଜଳ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ପୁଣି ତାରିଖ ଦେଇଛନ୍ତି । ଏଠାରେ ପ୍ରଶ୍ନ ଉଠୁଛି,  ଯେଉଁ ପାଣିରେ ଗୋରୁ ଗାଧୋଇବେ, ସେଠୁ ମଣିଷ ପାଣି ପିଇବ କାହିଁକି? ଚାରିପଟେ ପାଣି ଥାଇ ମଣିଷ ଶୋଷରେ ମରିବ କାହିଁକି? ରାଜ୍ୟରେ ସରକାର ବଦଳିଲା ହେଲେ ଲୋକଙ୍କ ସମସ୍ୟା ବଦଳୁ ନାହିଁ। ସରକାରଙ୍କ ଯୋଜନା ଅଛି, ତାହା ସଠିକ କାର୍ୟ୍ୟକାରୀ ହେଉ, ଟାପୁ ଗାଁର ଶୋଷ ବି ମେଣ୍ଟୁ ।