କନକ ବ୍ୟୁରୋ : ଗାଁ ଦାଣ୍ଡରେ ଲହଡ଼ି ଭାଙ୍ଗୁଛି ଚିଲିକା ପାଣି । ଅରଖକୁଦା ଗାଁର ଲକ୍ଷ୍ମୀ ନାରାୟଣ ସାହି ଏବଂ ମଙ୍ଗଳା ସାହିରେ ପଶିଲା ପାଣି , ପ୍ରାୟ ୪ଶହ ଘରେ ପାଣି ପଶିଛି । କୁମାର ପୂର୍ଣ୍ଣିମା ଥିବାରୁ ଜୁଆର ପାଣି ଗାଁରେ ପଶିଛି । ସମୁଦ୍ର ପାଣି ପ୍ରଚୁର ପରିମାଣର ଚିଲିକାରେ ମିଶୁଥିବାରୁ ଚିଲିକା ଫୁଲିଥିବା ଜଣା ପଡିଛି । ଜଳ ସମ୍ପଦ ବିଭାଗର ସୁରକ୍ଷା ପାଚେରି ଦୁର୍ବଳ ରହିଥିବାରୁ ଚିଲିକାର ପାଣି ଗାଁ ଭିତରେ ପଶୁଥିବା ଜଣାପଡିଛି । ସେପଟେ ଚିଲିକାକୁ ଲାଗି ରହିଥିବା ଅରଖକୁଦା ଗାଁକୁ ମୁଖ୍ୟ ଶଙ୍ଖର ଭାଙ୍ଗିଯିବା ଫଳରେ ପ୍ରତ୍ୟେକ ଦିନ ଚିଲିକା ପାଣି ପଶୁଥିବା ଗାଁ ଲୋକମାନେ କହିଛନ୍ତି । ମତ୍ସ୍ୟଜୀବୀଙ୍କ ୧୦ରୁ ଉର୍ଦ୍ଧ ଡଙ୍ଗା ବୁଡ଼ି ରହିଥିବା ସୂଚନା ମିଳିଛି । ଗାଁରେ ୧୦ହଜାର ଲୋକମାନେ ବସବାସ କରନ୍ତି ।
ଗାଁରେ ପଶିଲା ଚିଲିକା ପାଣି ; ବୁଡ଼ିଗଲା ମତ୍ସ୍ୟଜୀବୀଙ୍କ ୧୦ ଡଙ୍ଗା
ଅରଖକୁଦା ଗାଁର ଲକ୍ଷ୍ମୀ ନାରାୟଣ ସାହି ଏବଂ ମଙ୍ଗଳା ସାହିରେ ପଶିଲା ପାଣି , ପ୍ରାୟ ୪ଶହ ଘରେ ପାଣି ପଶିଛି । କୁମାର ପୂର୍ଣ୍ଣିମା ଥିବାରୁ ଜୁଆର ପାଣି ଗାଁରେ ପଶିଛି । ସମୁଦ୍ର ପାଣି ପ୍ରଚୁର ପରିମାଣର ଚିଲିକାରେ ମିଶୁଥିବାରୁ ଚିଲିକା ଫୁଲିଥିବା ଜଣା ପଡିଛି ।
/kanak/media/media_files/2025/10/06/33-2025-10-06-12-22-42.jpg)