ଆନ୍ଧ୍ରର ଦାଦାଗିରି ଭିତରେ କୋଟିଆ ଗସ୍ତରେ ରାଜସ୍ୱ ମନ୍ତ୍ରୀ,  ଲୋକଙ୍କୁ ସରକାରୀ ସହାୟତା ବାଣ୍ଟିଲେ ସୁରେଶ ପୂଜାରୀ

Advertisment

ପୂଜାରୀ କହିଲେ କୋଟିଆ ଓଡ଼ିଶାର ଅବିଛେଦ ଅଙ୍ଗ, କେହି ଅଲଗା କରିପାରିବେନି । ପଡୋଶୀ ଯେତେ ଅନୁପ୍ରବେଶ କଲେ ବି ପଡିବନି କୌଣସି ପ୍ରଭାବ

ପୂଜାରୀ କହିଲେ କୋଟିଆ ଓଡ଼ିଶାର ଅବିଛେଦ ଅଙ୍ଗ, କେହି ଅଲଗା କରିପାରିବେନି । ପଡୋଶୀ ଯେତେ ଅନୁପ୍ରବେଶ କଲେ ବି ପଡିବନି କୌଣସି ପ୍ରଭାବ

kotia

kotia Photograph: (KanakNews)

କନକ ବ୍ୟୁରୋ:  ଆନ୍ଧ୍ରର ଦାଦାଗିରି ଭିତରେ କୋଟିଆ ଗସ୍ତରେ ରାଜସ୍ୱ ମନ୍ତ୍ରୀ । କୋରାପୁଟ କୋଟିଆ ଗସ୍ତରେ ଯାଇ ରାଜସ୍ବ ଓ ବିପର୍ଯ୍ୟସ୍ତ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଲୋକଙ୍କୁ ବିଭିନ୍ନ ସରକାରୀ ସହାୟତା ବାଣ୍ଟିଛନ୍ତି । ଆଉ କୋଟିଆରୁ ଆନ୍ଧ୍ରକୁ ଚେତାବନୀ ନେଇ ମନ୍ତ୍ରୀ କହିଛନ୍ତି, କୋଟିଆ ହେଉଛି ଓଡ଼ିଶାର ଅବିଛେଦ ଅଙ୍ଗ ।

ଅଧିକ ପଢନ୍ତୁ:  ତୁଟୁନି କୋଟିଆ କଳି : ଥମୁନି ଆନ୍ଧ୍ର ଏଜେଣ୍ଟଙ୍କ ଦାଦାଗିରି

କୋଟିଆକୁ କେହି ଓଡ଼ିଶାରୁ ଅଲଗା କରିପାରିବେ ନାହିଁ ଓ ଯେତେ ପଡୋଶୀ ଅନୁପ୍ରବେଶ କଲେ ମଧ୍ୟ କୌଣସି ପ୍ରଭାବ ପଡିବ ନାହିଁ । ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ ମନୋଜ ସତ୍ୟବାନ୍ ମହାଜନ ଏବଂ ଜିଲ୍ଲାର ଅନ୍ୟ ପଦାଧିକାରୀମାନଙ୍କୁ ନେଇ କୋଟିଆ ପଞ୍ଚାୟତର ଉନ୍ନୟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିଛନ୍ତି । ଅନୁପ୍ରବେଶ ସମ୍ପର୍କ ରେ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ନିକଟରେ କୋଟିଆରେ ପଶି ଆନ୍ଧ୍ର ଏଜେଣ୍ଟମାନେ ପ୍ରଶାସନ ପକ୍ଷରୁ ଲଗାଯାଇଥିବା ସରକାରୀ ଫଳକ ଭାଙ୍ଗିଦେଇଥିଲେ । 
 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe